Advertisment

OTET Exam Today: ଆଜି ରାଜ୍ୟବ୍ୟାପୀ ବାଧ୍ୟତାମୂଳକ ଓଟିଇଟି ପରୀକ୍ଷା, ବିଦ୍ୟାଳୟରେ ଏବେ ପିଲାଙ୍କର ଚାଲିଛି ପରୀକ୍ଷା

ଆଜି ରାଜ୍ୟବ୍ୟାପୀ ବାଧ୍ୟତାମୂଳକ ଓଟିଇଟି ପରୀକ୍ଷା... ପାଖାପାଖି ୭୫ ହଜାରରୁ ଅଧିକ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଦେବାକୁ ଯାଇଛନ୍ତି ।

author-image
Manas Ranjan Mohanty
OTET EXAM

OTET EXAM Photograph: (OTV)

ଆଜି ରାଜ୍ୟବ୍ୟାପୀ ବାଧ୍ୟତାମୂଳକ ଓଟିଇଟି ପରୀକ୍ଷା... ପାଖାପାଖି ୭୫ ହଜାରରୁ ଅଧିକ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଆଜି ଏହି ଗୁରୁତ୍ବପୂର୍ଣ୍ଣ ପରୀକ୍ଷା ଦେଉଛନ୍ତି ।ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏହି ପରୀକ୍ଷା ପ୍ରାଥମିକ ଶିକ୍ଷକଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଗୋଟେପଟେ ଏତେ ସଂଖ୍ୟାରେ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ପରୀକ୍ଷା ଦେବାକୁ ଯାଇଥିବା ବେଳେ କେତେକ ସ୍କୁଲ୍ ସମ୍ପୂର୍ଣ୍ଣ ଶିକ୍ଷକ ଶୂନ୍ୟ ହୋଇଛି ।

Advertisment

ଅନ୍ୟପଟେ ବିଦ୍ୟାଳୟରେ ମଧ୍ୟ ଏବେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଚାଲିଛି। ସ୍କୁଲରେ ପରୀକ୍ଷା ପରିଚାଳନା, ପିଲାଙ୍କ ମଧ୍ୟାହ୍ନଭୋଜନ ବ୍ୟବସ୍ଥା ଓ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟ ସମ୍ପାଦନ ପାଇଁ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି। ମିଳିଥିବା ଖବର ଅନୁସାରେ ଯେଉଁ ସ୍କୁଲରେ ଶିକ୍ଷକ ଅଭାବ ସମସ୍ୟା ଦେଖା ଦେଇଛି ସେଠାର କାର୍ଯ୍ୟ ସମ୍ପାଦନ ପାଇଁ ଅନ୍ୟ ସ୍କୁଲରୁ ଶିକ୍ଷକଙ୍କୁ ଜରୁରୀ ଭିତ୍ତିରେ ପଠାଯାଇଛି। 

Advertisment