/odishatv-khabar/media/media_files/2026/02/16/body-left-uncremated-2026-02-16-14-12-06.jpg)
Body Left Uncremated Photograph: (OTV)
ଶବକୁ ଅସମ୍ମାନ। ଦୀର୍ଘ ୨୪ ଘଣ୍ଟାରୁ ଅଧିକ ସମୟ ଘରେ ପଡ଼ି ରହିଲା ମୃତଦେହ। ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା କୋପେନା ଗାଁର ଏ ଘଟଣା। ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦରୁ ଶବକୁ ସତ୍କାର ପାଇଁ ଜାଗା ଦେଇନଥିଲେ ଅନ୍ୟ ଏକ ଗୋଷ୍ଠୀ।
Advertisment
ଏଥିଯୋଗୁଁ ୨୪ ଘଣ୍ଟାରୁ ଅଧିକ ସମୟ ଧରି ପଡି ରହିଥିଲା ମୃତଦେହ। ଗୋଷ୍ଠୀ ବିବାଦକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଥିଲା। ଗତ ଶନିବାର ଗୋଟିଏ ଗୋଷ୍ଠୀ ପରିବାରର ଜଣେ ୧୫ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ଗ୍ରାମବାସୀ ଗାଁ ଶ୍ମଶାନରେ ଶବ ସଂସ୍କାର ପାଇଁ ଜାଗା ଦେଇନଥିଲେ। ଏହାକୁ ନେଇ ଗାଁରେ ବିବାଦ ଲାଗି ରହିଥିଲା।
ନିଜ ଜମିରେ ମଧ୍ୟ ଶବ ସତ୍କାର କରିବାକୁ ଗ୍ରାମବାସୀ ମନା କରିଥଲେ। ଏହାକୁ ନେଇ ତୀବ୍ର ଉତ୍ତେଜନା ଲାଗି ରହିଥିଲା। ଶେଷରେ ଗାଁକୁ ଯାଇ ଲୋକଙ୍କୁ ବୁଝାସୁଝା ପରେ ରବିବାର ଦିନ ନାବାଳକଙ୍କ ଶବ ସତ୍କାର କରାଯାଇଥିଲା। ଏବେବି ଗାଁରେ ଉତ୍ତେଜନା ଲାଗି ରହିଛି। ପରିସ୍ଥିତିକୁ ନେଇ ଗାଁରେ ପୋଲିସ ମୁତୟନ କରାଯାଇଛି।
Advertisment
Advertisment



Related Articles
LTR Aspirants Stage Protest: ଧାରଣାରେ LTR ଆଶାୟୀ ଶିକ୍ଷକ ସଂଘ, ରାଜଧାନୀରେ ଗର୍ଜିଲେ
POSTED

CCTV Footage Under Scanner: ସୁନ୍ଦରପଦା ବିସ୍ଫୋରଣ; ଭାଇରାଲ୍ ହେଉଛି ସିସିଟିଭି ଫୁଟେଜ୍, ଘାଣ୍ଟୁଛି NIA
POSTED

Bomb Threat: ବିଭିନ୍ନ ସ୍କୁଲକୁ ବୋମାରେ ଉଡାଇଦେବାକୁ ଧମକ, ଭାରତକୁ ଖଲିସ୍ତାନରେ ପରିଣତ କରିବାକୁ ଉଲ୍ଲେଖ
POSTED

AI Impact Summit: ଆଜିଠୁ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬, ୧୩ଟି ଦେଶର ପାଭିଲିୟନ ରହିବ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)