/odishatv-khabar/media/media_files/2026/02/10/konark-nabalika-death-2026-02-10-18-21-54.jpg)
Konark Nabalika Death Photograph: (OTV)
ଉକୁଣୀ ନେଇଗଲା ଝିଅ ଜୀବନ । ରକ୍ତବାନ୍ତି ପରେ ନାବାଳିକାର ମୃତ୍ୟୁ । ଅନେକ ଦିନ କଷ୍ଟ ପାଇ ପାଇ ଆଖିବୁଜିଲା ନାବାଳିକା । ପରିବାରର ଦାୟିତ୍ବହୀନତା ସାରିଦେଲା ସବୁକିଛି ! ଏମିତି ଏକ ଅଭାବନୀୟ ଘଟଣା ଅନ୍ୟ କେଉଁ ସ୍ଥାନରୁ ନୁହେଁ, ଖୋଦ୍ ପୁରୀ ଜିଲ୍ଲରୁ ସାମ୍ନାକୁ ଆସିଛି ।
ବଳଙ୍ଗା ଥାନା ଅନ୍ତର୍ଗତ ଚମ୍ପାଗଡ଼ ସାହିରେ ଏହି ଘଟଣା ଘଟିଛି । ଲିଙ୍ଗରାଜ ସାହୁଙ୍କ ଝିଅ ଲକ୍ଷ୍ମୀପ୍ରିୟା ସାହୁଙ୍କ ମୁଣ୍ଡରେ ମାତ୍ରାଧିକ ଉକୁଣୀ ହେବାରୁ ତାଙ୍କର ମୃତ୍ୟୁ ହୋଇଛି । ଘଟଣାଟି ଅଜବ ଲାଗୁଥିଲେ ବି ସତ । ପରିବାର ଲୋକଙ୍କ ଦାୟିତ୍ବହୀନତା ଓ ଚିକିତ୍ସା ଅବହେଳାରୁ ଝିଅଟିର ମୁଣ୍ଡରେ ମାତ୍ରଧିକ ଉକୁଣୀ ବଢ଼ିଯାଇଥିଲା । ଆଉ ଏବେ ସେ ଆଖି ବୁଜିଛି ।
ଲକ୍ଷ୍ମୀପ୍ରିୟା ୬ଷ୍ଠ ଶ୍ରେଣୀର ଛାତ୍ରୀ ଥିଲେ । କିଛି ମାସ ତଳେ ତାଙ୍କ ମୁଣ୍ଡରେ ପ୍ରବଳ ଉକୁଣୀ ହୋଇଥିଲା । ଅନେକ ପ୍ରତିକାର କରିବା ସତ୍ତ୍ୱେ ଭଲ ହୋଇନଥିଲା । ମା’ ସତ୍ୟଭାମା ସାହୁ ଝିଅକୁ ଲଣ୍ଡା ହେବାକୁ କହିଥିଲେ । ହେଲେ ଲକ୍ଷ୍ମୀପ୍ରିୟା ରାଜି ହୋଇନଥିଲେ । ତା’ ଭିତରେ ଉକୁଣୀଗୁଡ଼ିକ ଖପୁରୀକୁ ଆକ୍ରାନ୍ତ କରିଥିଲେ ।
ତେଣୁ ମୁଣ୍ଡ ସାରା ସଂକ୍ରମଣ ହୋଇଥିଲା । ମୁଣ୍ଡରୁ ଦୁର୍ଗନ୍ଧ ବାହାରିବାରୁ ଲକ୍ଷ୍ମୀପ୍ରିୟା ଘରୁ ବାହାରିବା ବନ୍ଦ କରିଦେଇଥିଲେ । ହେଲେ ହଠାତ୍ ୩ ଦିନ ତଳେ ତାଙ୍କର ରକ୍ତବାନ୍ତି ହେବା ପରେ ପରିବାର ଲୋକେ ତାଙ୍କୁ ପୁରୀ ମେଡିକାଲକୁ ନେଇଥିଲେ । କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ରାତିରେ ଲକ୍ଷ୍ମୀପ୍ରିୟାଙ୍କ ମୃତ୍ୟୁ ଘଟିଛି ।
ଉକୁଣୀ ଯୋଗୁ ନାବାଳିକାର ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତ କିଛି ଅଲଗା ରହିଛି । ଅନ୍ୟପକ୍ଷରେ ପରିବାର ଲୋକ ଉଚିତ ଚିକିତ୍ସା କରାଇଥିଲେ ହୁଏତ ଝିଅଟିର ଜୀବନ ବଞ୍ଚିଯାଇଥାନ୍ତା ବୋଲି ଆଲୋଚନା ହେଉଛି ।
Propose Day Murder Shock: ଦୁର୍ଘଟଣା କହିଲା ସତ, ପ୍ରପୋଜ୍ ଡେ’ରେ ପ୍ରେମିକ ତଣ୍ଟିକାଟିଥିଲା ପ୍ରେମିକା

Murder Case Investigation: CCTV ଫୁଟେଜରେ ମର୍ଡର କାହାଣୀ! ଫିଟିବ କି ନିଳାଦ୍ରୀବିହାର ମର୍ଡର ମିଷ୍ଟ୍ରି?

Nisha Maharana Surrenders: କୋର୍ଟରେ ଆତ୍ମସମର୍ପଣ କଲେ ନିଶା ମହାରଣା

ICU bed at SCB Medical: SCB ICU ବେଡରୁ ରୋଗୀ ପଡ଼ିଯିବା ଘଟଣା; କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ମେଡିକାଲ୍ କର୍ତ୍ତୃପକ୍ଷ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)