Advertisment

Propose Day Murder Shock: ଦୁର୍ଘଟଣା କହିଲା ସତ, ପ୍ରପୋଜ୍ ଡେ’ରେ ପ୍ରେମିକ ତଣ୍ଟିକାଟିଥିଲା ପ୍ରେମିକା

ରାଜଧାନୀର ଶିଶୁ ଭବନ ଛକରେ ଥିବା ଏ ଓଭର ବ୍ରିଜ୍ ମୃତ୍ୟୁର ବିରାଟ ଷଡ଼ଯନ୍ତ୍ରକୁ ପର୍ଦ୍ଦାଫାସ କରିଛି । ଗତକାଲି ଭାଲାଣ୍ଟାଇନ୍ ୱିକରେ ଥିଲା ପ୍ରପୋଜ ଡେ’ । ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏକ ପାର୍ଲରରେ ମୃତ ଡ୍ରାଇଭରଙ୍କ ଗର୍ଲଫ୍ରେଣ୍ଡ କାମ କରୁଥିବାରୁ ପ୍ରେମିକା ପାଖକୁ ଆସିଥିଲେ ।

author-image
Tanmay Kumar Mahalik
Bhubaneswar Car Accident

Bhubaneswar Car Accident Photograph: (OTV)

ପ୍ରେମ ସପ୍ତାହରେ ପ୍ରେମିକକୁ ମର୍ଡର । ପ୍ରପୋଜ୍ ଡେ’ରେ ତଣ୍ଟି କାଟିଲା ପ୍ରେମିକା ! ଚକୋଲେଟ୍ ଡେ’ରେ କାର୍ ଆକ୍ସିଡେଣ୍ଟ । ଫିଲ୍ମ ଷ୍ଟାଇଲରେ ଏ କାର୍ ଆକ୍ସିଡେଣ୍ଟ ଘଟଣା ପଛରେ ରହିଛି ବିରାଟ କାରଣ । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି କ୍ରାଇମର ପୂରା ଫାଇଲ୍ ପୋଲିସ ହାତରେ ଲାଗିଛି ।

Advertisment

ରାଜଧାନୀର ଶିଶୁ ଭବନ ଛକରେ ଥିବା ଏ ଓଭର ବ୍ରିଜ୍ ମୃତ୍ୟୁର ବିରାଟ ଷଡ଼ଯନ୍ତ୍ରକୁ ପର୍ଦ୍ଦାଫାସ କରିଛି । ଗତକାଲି ଭାଲାଣ୍ଟାଇନ୍ ୱିକରେ ଥିଲା ପ୍ରପୋଜ ଡେ’ । ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏକ ପାର୍ଲରରେ ମୃତ ଡ୍ରାଇଭରଙ୍କ ଗର୍ଲଫ୍ରେଣ୍ଡ କାମ କରୁଥିବାରୁ ପ୍ରେମିକା ପାଖକୁ ଆସିଥିଲେ ସେ । ହେଲେ ସେଠାରେ କୌଣସି ଏକ କାରଣକୁ ପ୍ରେମିକା, ତାଙ୍କୁ ତଣ୍ଟି କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । 

ମୃତକ ସତ୍ୟବ୍ରତ ପ୍ରଧାନ ଜଣେ ଡ୍ରାଇଭର । ସେ ବ୍ରହ୍ମଗିରି ଅଞ୍ଚଳର ଜଣେ ମାଲିକଙ୍କ କାର୍ ଚଲାଉଥିଲେ । କାରର ମାଲିକ ସତ୍ୟବ୍ରତଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ । ପରେ ଅନ୍ୟ ଜଣେ ଡ୍ରାଇଭରଙ୍କୁ ସାଥୀରେ ଆଣି ଭୁବନେଶ୍ବରରୁ କାରଟିକୁ ନେଇଯିବାକୁ ଚେଷ୍ଟା କରିଥିଲେ ।

Advertisment

ହେଲେ କାର ନେବା ସମୟରେ ଶିଶୁ ଭବନ ଛକ ଓଭର ବ୍ରିଜ୍ ତଳକୁ କାର୍ ଖସିପଡ଼ିଥିଲା । ସୌଭାଗ୍ୟ ବସତଃ କାର୍ ଚାଳକ ଅଳ୍ପକେ ବର୍ତ୍ତିଯାଇଥିଲେ । ଏଥିରେ କାହାର ବେଶି କ୍ଷତି ଘଟିନଥିବାବେଳେ ଗାଡ଼ି ପଡ଼ିଥିବା ଘରୁ ଇଟା ଖସି ଜଣେ ମହିଳା ଆହତ ହୋଇଛନ୍ତି । ହେଲେ ଏହି ଦୁର୍ଘଟଣା ଅପରାଧର ପୂରା କାହାଣୀକୁ ବର୍ଣ୍ଣନା କରିଛି ।

ସେପଟେ ପୋଲିସ ତଦନ୍ତ କରିବା ସହ ଏବେ ଅଭିଯୁକ୍ତ ପ୍ରେମିକାକୁ ଥାନାକୁ ଆଣି ଅଟକ ରଖିଛି । ତେବେ କାହିଁକି ସତ୍ୟବ୍ରତକୁ ହତ୍ୟା କଲା ପ୍ରେମିକା ? ହତ୍ୟା ପଛରେ କ’ଣ ରହିଛି କାରଣ ? ତ୍ରିକୋଣୀୟ ପ୍ରେମରୁ ମର୍ଡର ହୋଇଛି କି ? ସତ୍ୟବ୍ରତଙ୍କ ହତ୍ୟା ପଛରେ ରହିଛି କି ଗାଡ଼ିମାଲିକଙ୍କ ହାତ ? ଏମିତି ଅନେକ ପ୍ରଶ୍ନ ଏବେ ଛିଡ଼ା ହୋଇଛି । 

ଅଗ୍ନିଶମବାହିନୀ ଓ ପୋଲିସ ପକ୍ଷରୁ ଦୁର୍ଘଟଣାଗ୍ରସ୍ତ କାରଟିକୁ ଉଦ୍ଧାର କରାଯାଇଛି । ସତ୍ୟବ୍ରତଙ୍କୁ ପ୍ରେମିକା କାହିଁକି ହତ୍ୟା କଲା ସେନେଇ ପୋଲିସ ପଚାରାଉଚରା କରୁଥିବା ବେଳେ ଗାଡ଼ି ମାଲିକଙ୍କ କିଛି ଭୂମିକା ଏଥିରେ ରହିଛି ନି ନାହିଁ ସେ ଦିଗରେ ମଧ୍ୟ ତଦନ୍ତ ଚଳାଇଛି ପୋଲିସ ।  

Accident Crime Lover Girlfriend Murder
Advertisment
Related Articles
Advertisment