Advertisment

ICU bed at SCB Medical: SCB ICU ବେଡରୁ ରୋଗୀ ପଡ଼ିଯିବା ଘଟଣା; କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ମେଡିକାଲ୍ କର୍ତ୍ତୃପକ୍ଷ

SCB ମେଡିସିନ୍ ବିଭାଗ ICU ବେଡରୁ ରୋଗୀ ପଡ଼ିଯିବା ଘଟଣା। କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ମେଡିକାଲ୍ କର୍ତ୍ତୃପକ୍ଷ। ଯେଉଁମାନେ ଡ୍ୟୁଟିରେ ଥିଲେ ସେମାନଙ୍କୁ ଦାୟିତ୍ବରୁ ହଟାଇ ଦେଲେ। କାର୍ଯ୍ୟାନୁଷ୍ଠାନ ନେଇ ସୂଚନା ଦେଲେ SCB ଅତିରିକ୍ତ ଅଧୀକ୍ଷକ।

author-image
Pramod Behera
ICU bed at SCB Medical

SCB ICU ବେଡରୁ ରୋଗୀ ପଡ଼ିଯିବା ଘଟଣା Photograph: (OTV)

କଟକ ବଡ଼ ମେଡିକାଲ ଆଇସିୟୁ ବେଡରୁ ରୋଗୀ ପଡ଼ିଯିବା ଘଟଣାରେ କାର୍ଯ୍ୟାନୁଷ୍ଠାନ। ଯେଉଁମାନେ ଡ୍ୟୁଟିରେ ଥିଲେ ସେମାନଙ୍କୁ ଦାୟିତ୍ବରୁ ହଟାଯାଇଛି। କାର୍ଯ୍ୟାନୁଷ୍ଠାନ ନେଇ ସୂଚନା ଦେଇଛନ୍ତି SCB ଅତିରିକ୍ତ ଅଧୀକ୍ଷକ। ଏସସିବି ଆଇସିୟୁରୁ ଚକିତ କଲାଭଳି ଚିତ୍ର ସାମ୍ନାକୁ ଆସିଥିଲା। ଜଣେ ମହିଳା ରୋଗୀ ଶୋଇଥିବା ବେଡର ବାଡ଼ା ଭାଙ୍ଗି ତଳକୁ ଖସିପଡୁଥିବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। 

Advertisment

ଆଇସିୟୁ ରୁମରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ଏଭଳି ଅବସ୍ଥା ବେଳେ କେହି କେମିତି ପାଖରେ ନଥିଲେ ଓ ସେ କିଭଳି ଏମିତି ଅବସ୍ଥାକୁ ଆସିଲେ, ତାହା ରୋଗୀ ଓ ରୋଗୀଙ୍କ ସଂପର୍କୀୟ ମହଲରେ ଆଲୋଡ଼ନ ସୃଷ୍ଟି କରିଥିଲା। ଖୋଦ୍ କଟକ ଏସିସିବି ଆଇସିୟୁ ଭିତରେ ରୋଗୀ ଅବହେଳାର ଏ ନଗ୍ନ ଚିତ୍ର ସାମ୍ନାକୁ ଆସିବା ପରେ ଦାୟିତ୍ବରେ ଥିବା ଡାକ୍ତର- ନର୍ସ ଓ ଆଟେଣ୍ଡାଣ୍ଟଙ୍କ ଖାମଖିଆଲି ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

  • SCB ମେଡିସିନ୍ ବିଭାଗ ICU ବେଡରୁ ରୋଗୀ ପଡ଼ିଯିବା ଘଟଣା
  • କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ମେଡିକାଲ୍ କର୍ତ୍ତୃପକ୍ଷ
  • ଯେଉଁମାନେ ଡ୍ୟୁଟିରେ ଥିଲେ ସେମାନଙ୍କୁ ଦାୟିତ୍ବରୁ ହଟାଇ ଦେଲେ
  • କାର୍ଯ୍ୟାନୁଷ୍ଠାନ ନେଇ ସୂଚନା ଦେଲେ SCB ଅତିରିକ୍ତ ଅଧୀକ୍ଷକ
Advertisment
Odisha Health News Cuttack SCB Odisha News
Advertisment
Advertisment