Advertisment

Midnight Loot: ମାତିଛନ୍ତି ଲୁଟେରା, ଘରେ ଶୋଇଥିବା ବେଳେ କଳା କନା ବୁଲାଇଲେ

ଘରେ ଶୋଇଥିବା ବେଳେ କଳା କନା ବୁଲାଇଲେ ଦୁର୍ବୃତ୍ତ। ଗଞ୍ଜାମ ପାଟପୁର ଥାନା ଖୁଲୁଡିରେ ଦୁଇଟି ଘରୁ ଲୁଟ ଅଭିଯୋଗ । ୩ ଦିନରେ ୯ଟି ଘରୁ ଚୋରି ଅଭିଯୋଗ ହୋଇଛି।

author-image
Chinmayee Sahoo
Loot

Loot Photograph: (OTV)

ଘରେ ଶୋଇଥିବା ବେଳେ କଳା କନା ବୁଲାଇଲେ ଦୁର୍ବୃତ୍ତ। ପାଟପୁର ଥାନା ଖୁଲୁଡିରେ ଦୁଇଟି ଘରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଟଙ୍କା ପଇସା ସହ ସୁନା ଗହଣା ଅଳଙ୍କାର ଚୋରି ଅଭିଯୋଗ। ଗତକାଲି ସିଙ୍ଗିପୁର ଗାଁ ର ତିନୋଟି ଘରୁ ଚେତା ଶୂନ୍ୟ କରି ମୁହଁରେ ସ୍ପ୍ରେ ମାରି ଚୋରି ହୋଇଥିବା ବେଳେ ତା ପୂର୍ବ ଦିନ ଖଜୁରୀ ପଦା ଗାଁର ତିନୋଟି ଘରୁ ଚୋରି ହୋଇଥିଲା। 

Advertisment

ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଚଳାଇଛି। ବାରମ୍ବାର ଚୋରୀ ଅଞ୍ଚଲ ବାସି ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପୋଲିସ କଡ଼ା ପାଟ୍ରୋଲିଂ କରିବାକୁ ଦାବି ହୋଇଛି। ତେବେ ପାଟପୁର ଥାନା ଅଞ୍ଚଳରେ ୩ ଦିନରେ ୯ଟି ଘରୁ ଚୋରି ଲୋକଙ୍କ ନିଦ ହଜାଇଛି।

ଘରେ ଶୋଇଥିବା ବେଳେ କଳା କନା ବୁଲାଇଲେ ଦୁର୍ବୃତ୍ତ
ଗଞ୍ଜାମ ପାଟପୁର ଥାନା ଖୁଲୁଡିରେ ଦୁଇଟି ଘରୁ ଲୁଟ ଅଭିଯୋଗ 
ଶୋଇଥିବା ବେଳେ ଲୁଟିନେଲେ ଦୁର୍ବୃତ୍ତ
୩ ଦିନରେ ୯ଟି ଘରୁ ଚୋରି ଅଭିଯୋଗ

Advertisment
Loot
Advertisment
Related Articles
Advertisment