Advertisment

Brutal Murder Suspected: ରାସ୍ତାକଡରେ ପଡିଛି ବୃଦ୍ଧଙ୍କ କ୍ଷତବିକ୍ଷତ ମୃତଦେହ; ହତ୍ୟା ସନ୍ଦେହ, ଛାନଭିନ୍ ଆରମ୍ଭ

ଯାଜପୁର ସୁକିନ୍ଦା ଥାନା ମାଟିଗାଡିଆ ଗାଁ ରାସ୍ତା କଡ଼ରେ ବୃଦ୍ଧଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର । ମୃତକ ହେଲେ ସେହି ଗାଁର ଦଶରଥ ବେହେରା। ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି ।

author-image
Chinmayee Sahoo
Murder

Murder Photograph: (OTV)

ଯାଜପୁର ସୁକିନ୍ଦା ଥାନା ମାଟିଗାଡିଆ ଗାଁ ରାସ୍ତା କଡ଼ରେ ବୃଦ୍ଧଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର । ମୃତକ ହେଲେ ସେହି ଗାଁର ଦଶରଥ ବେହେରା। ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ତେବେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ମୃତଦେହ ଜବତ ସହ ତଦନ୍ତ ଆରମ୍ଭ କରିଛି ସୁକିନ୍ଦା ପୋଲିସ୍। 

Advertisment

ସୂଚନା ମୁତାବକ ଦଶରଥଙ୍କ ଦୁଇପୁଅ ଗାଁଠାରୁ ବାହାରେ ରହୁଥିବା ବେଳେ ଗତକାଲି ରାତିରେ ଦଶରଥ ନିଜ ଘରେ ଏକା ଶୋଇଥିଲେ। ଆଜି ସକାଳୁ ଘରଠାରୁ ୧୦୦ ମିଟର ଦୂରରେ ଦଶରଥଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ସୁକିନ୍ଦା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ସୁକିନ୍ଦା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ବୃଦ୍ଧଙ୍କ କ୍ଷତବିକ୍ଷତ ମୃତଦେହ ରାସ୍ତା କଡ଼ରୁ ଉଦ୍ଧାର 
ଯାଜପୁର ସୁକିନ୍ଦା ମାଟିଗାଡିଆ ଗାଁ ରାସ୍ତା କଡ଼ରୁ ଉଦ୍ଧାର
ମୃତଦେହ ଜବତ ସହ ସୁକିନ୍ଦା ପୋଲିସର ତଦନ୍ତ ଆରମ୍ଭ

Advertisment
Jajpur Brutal Murder
Advertisment
Related Articles
Advertisment