Advertisment

Midnight Crackdown: ବାଲି ଘାଟ ଉପରେ ରାତି ଅଧିଆ ଚଢାଉ, ଜିଲ୍ଲାପାଳଙ୍କ ଅଚାନକ ରେଡ୍

ବାଲି ଘାଟ ଉପରେ ରାତି ଅଧିଆ ଚଢାଉ। ବୌଦ୍ଧସ୍ଥିତ କଲେଶ୍ୱର୍ ବାଲି ଘାଟରେ ରାତି ଅଧରେ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ଅଚାନକ ପରିଦର୍ଶନ କରିଥିଲେ ।

author-image
Chinmayee Sahoo
Illegal Sand Operations

Illegal Sand Operations Photograph: (OTV)

ବାଲି ଘାଟ ଉପରେ ରାତି ଅଧିଆ ଚଢାଉ। ବୌଦ୍ଧସ୍ଥିତ କଲେଶ୍ୱର୍ ବାଲି ଘାଟରେ ରାତି ଅଧରେ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ଅଚାନକ ପରିଦର୍ଶନ କରିଥିଲେ । ରେଡ ବେଳେ ଗୋଟିଏ ଜେସିବି, ହାଇଓ୍ୱା ଜବତ କରାଯାଇଛି । କାଲି ରାତିରେ ଜିଲ୍ଲାପାଳଙ୍କ ସମେତ ମାଇନିଂ ଅଫିସର୍ ଓ ପୋଲିସ ଟିମ୍ ମିଳିତ ଭାବେ ବାଲି ଘାଟରେ ଅଚାନକ ଚଢାଉ କରିଥିଲେ । 

Advertisment

ରାତି ଅଧରେ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ଅଚାନକ ପରିଦର୍ଶନ କରିବା ଜିଲ୍ଲାପାଳଙ୍କ ଗାଡ଼ି କୁ ଦେଖି ଗାଡ଼ି ଛାଡ଼ି ଦୌଡ଼ି ପଳେଇ ଗଲେ ମାଫିଆ। ଏହା ଦେଖି ଜିଲ୍ଲାପାଳ ବିଭୁତି ଭୁଷଣ ନାୟକଙ୍କ ମନରେ ସନ୍ଦେହ ହୋଇଥିଲା। ଯାହା ପରେ ଏନଫୋର୍ସମେଣ୍ଟ ଟିମ୍ କୁ ଡକାଇ ଘଟଣା ସ୍ଥଳରେ ମହାନଦୀ କଲେଶ୍ୱର୍ ବାଲି ଘାଟ ଭିତରକୁ ଯାଇ ଦେଖିଥିଲେ। 

ଏଥିସହ ଲିଜ୍ ଦିଆଯାଇଥିବା ପରିଧି ଭିତରୁ ବାଲି ନନେଇ ପରିସର ବାହାରୁ ଶହ ଶହ ଟ୍ରିପ୍ ବାଲି ଜିଲ୍ଲା ବାହାରକୁ ଚାଲାଣ ହେଉଥିବା ଦେଖିବାକୁ ପାଇଥିଲେ ଏନଫୋର୍ସମେଣ୍ଟ ଟିମ୍। ଘଟଣା ସ୍ଥଳରେ ଜେସିବି ଓ ହାଇୱା ଜବତ୍ କରିବା ସହ ବାଲି ମାଫିଆଙ୍କୁ ଛଡ଼ାଯିବ ନାହିଁ ବୋଲି ସୂଚନା ଦେଇଛନ୍ତି।

Advertisment

ବାଲି ଘାଟ ଉପରେ ରାତି ଅଧିଆ ଚଢାଉ
ବୌଦ୍ଧ କଲେଶ୍ୱର୍ ବାଲି ଘାଟରେ ରେଡ୍ 
ଜେସିବି, ହାଇଓ୍ୱା ଜବତ, ମାଫିଆ ଫେରାର

Illegal Sand Mining Illegal Sand Extraction Crackdown
Advertisment
Related Articles
Advertisment