Advertisment

Salary Boost for MLAs in Odisha: ରାଜ୍ୟରେ ବିଧାୟକଙ୍କ ଦରମା ଓ ଭତ୍ତା ବଢ଼ିବ, ଜାଣନ୍ତୁ ଥିଲା କେତେ ହେବେ କେତେ ?

ବିଧାନସଭାରେ ଉପସ୍ଥାପିତ ହୋଇଥିବା ଏହି ବିଲ୍ ଅନୁଯାୟୀ କୌଣସି ବିଧାୟକଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାର କୁ ୨୫ ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯିବ । ସେହିପରି ଏଣିକି ପ୍ରତି ପାଞ୍ଚ ବର୍ଷକୁ ଥରେ ବଢିବ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା, ଭତ୍ତା ଓ ପେନସନ ।

author-image
Tapan Swain
Salary Hike

Salary Hike Photograph: (OTV)

ରାଜ୍ୟରେ ବିଧାୟକଙ୍କ ଦରମା ଓ ଭତ୍ତା ବଢିବ । ପୂର୍ବତନ ବିଧାୟକଙ୍କ ପେନସନ ମଧ୍ୟ ବଢ଼ିବ । ବିଧାନସଭାରେ ଏ ନେଇ ଏକ ପ୍ରସ୍ତାବ ଆଗତ ହୋଇଛି । ଆଜି ବିଧାୟକ, ମନ୍ତ୍ରୀ, ବାଚସ୍ପତି, ଉପବାଚସ୍ପତି ଓ ପୂର୍ବତନ ବିଧାୟକମାନଙ୍କର ଦରମା, ଭତ୍ତା ଓ ପେନସନ ନେଇ ବିଧାନସଭାରେ ଏ ଗୁରୁତ୍ୱପୂର୍ଣ୍ଣ ବିଲ ଉପସ୍ଥାପନ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । 

Advertisment

ବାଚସ୍ପତିଙ୍କ ଦରମା ଭତ୍ତା ଓ ଦରମା କେତେ ଥିଲା କେତେ ମିଳିବ ?

ବାଚସ୍ପତିଙ୍କ ଦରମା ୪୦ ହଜାର ୫୦୦ ଟଙ୍କା ବଦଳ ରେ ୯୮ ହଜାର ଟଙ୍କାକୁ ବୃଦ୍ଧି ।
ବୈଠକ ଭତ୍ତା ୮୦୦ ଟଙ୍କାରୁ ୨୦୦୦ ଟଙ୍କାକୁ ବୃଦ୍ଧି ।
କାର୍ ଭତ୍ତା ମାସିକ ୧୭ ହଜାର ଟଙ୍କା ବଦଳରେ ୮୯ ହଜାର ଟଙ୍କା ପାଇବେ ।
ବ୍ୟକ୍ତିଗତ ବ୍ୟୟ ଭତ୍ତା ୪୦ ହଜାର ଟଙ୍କା ବଦଳରେ ୧ ଲକ୍ଷ ୮୧ ହଜାର ଟଙ୍କା ପାଇବେ ।
ବାସଗୃହ ଭତ୍ତା ମାସିକ ୧ ଶହ ଟଙ୍କା ବଦଳ ରେ ଦୈନିକ ୨୦୦୦ ଟଙ୍କା ପାଇବେ । 

ମୃତ୍ୟୁରେ ୨୫ ଲକ୍ଷ ସହାୟତା

ବିଧାନସଭାରେ ଉପସ୍ଥାପିତ ହୋଇଥିବା ଏହି ବିଲ୍ ଅନୁଯାୟୀ କୌଣସି ବିଧାୟକଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯିବ । ସେହିପରି ଏଣିକି ପ୍ରତି ପାଞ୍ଚ ବର୍ଷକୁ ଥରେ ବଢିବ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା, ଭତ୍ତା ଓ ପେନସନ । 
ବିଧାନସଭାରେ ଆଉ ବିଲ୍ ଆକାରରେ ନ ଆଣି ସିଧାସଳଖ ଅଡ଼ିନାନ୍ସ ଜରିଆରେ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା, ଭତ୍ତା ଓ ପେନସନ ବୃଦ୍ଧି କରାଯାଇ ପାରିବ । 

Advertisment

ପୂର୍ବତନ ବିଧାୟକ ଯେଉଁମାନେ ଥରେ ବିଧାୟକ ହୋଇଥିବେ ସେମାନଙ୍କୁ ପେନସନ ବାବଦକୁ ମାସକୁ ୩୦ ହଜାର ଟଙ୍କା ମିଳୁ ଥିବା ବେଳେ ବର୍ତ୍ତମାନ ୮୦ ହଜାର ଟଙ୍କା ମିଳିବ । 
ଯେଉଁମାନେ ଅଧିକ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସେମାନଙ୍କୁ ଅତିରିକ୍ତ ୩୦୦୦ ଟଙ୍କା ମିଳିବ ।
ପୂର୍ବତନ ବିଧାୟକମାନଙ୍କ ଗସ୍ତ ଖର୍ଚ୍ଚ ବାବଦ କୁ ୧୨ ହଜାର ଟଙ୍କା ମିଳିବ । 
ପୂର୍ବତନ ବିଧାୟକଙ୍କ ଚିକିତ୍ସା ଖର୍ଚ୍ଚ ୨୦୦୦ ଟଙ୍କା ବଦଳରେ ମିଳିବ ୨୫୦୦୦ ଟଙ୍କା । 

ଉପବାଚସ୍ପତିଙ୍କ ଦରମା ଓ ଭତ୍ତା କେତେ ଥିଲା କେତେ ମିଳିବ ?

ଉପବାଚସ୍ପତିଙ୍କ ମାସିକ ଦରମା ୩୮ ହଜାର ଟଙ୍କା ବଦଳ ରେ ୯୪ ହଜାର ଟଙ୍କା ପାଇବେ ।
ବୈଠକ ଭତ୍ତା ୮୦୦ ଟଙ୍କା ବଦଳରେ ୨୦୦୦ ଟଙ୍କା ପାଇବେ ।
କାର ଭତ୍ତା ୧୭ ହଜାର ଟଙ୍କା ବଦଳରେ ୮୫ ହଜାର ଟଙ୍କା ପାଇବେ ।
ବ୍ୟକ୍ତିଗତ ଭତ୍ତା ୪୦ ହଜାର ଟଙ୍କା ବଦଳରେ ୧ ଲକ୍ଷ ୭୭ ହଜାର ଟଙ୍କା ପାଇବେ ।
ବାସଗୃହ ଭତ୍ତା ବାବଦକୁ ପୂର୍ବରୁ କିଛି ଟଙ୍କା ମିଳୁ ନଥିବା ବେଳେ ଏଣିକି ଦୈନିକ ୨୦୦୦ ଟଙ୍କା ପାଇବେ । 


ଏବେ ଦେଖିବା ବିଧାୟକ ମାନଙ୍କ ଦରମା ଓ ଭତ୍ତା କେତେ ଥିଲା ? ବଢ଼ିଲେ କେତେ ମିଳିବ ? ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କୁ ଏଣିକି ୩୫ ହଜାର ଟଙ୍କା ବଦଳରେ ୯୦ ହଜାର ଟଙ୍କା ମିଳିବ। ସେହିପରି ୪୦ ହଜାର ଟଙ୍କା ବଦଳରେ ମିଳିବ ୯୬ ହଜାର ଟଙ୍କା। 
ନିର୍ବାଚନମଣ୍ଡଳୀ ଓ ଲୋକସେବା ଭବନ ଗସ୍ତ ଖର୍ଚ୍ଚ ଭତ୍ତା ବାବଦକୁ ୨୦ ହଜାର ବଦଳରେ ୭୫ ହଜାର ଟଙ୍କା ମିଳିବ। କମିଟି ବୈଠକ ଭତ୍ତା ୧୫୦୦ ଟଙ୍କା ବଦଳରେ ୩୦୦୦ଟଙ୍କା ମିଳିବ।

କାର୍ ଯାତ୍ରା ଖର୍ଚ୍ଚ ବଢ଼ିବ

ରାଜ୍ୟ ବାହାରେ ବୈଠକ ପାଇଁ ଦୈନିକ ୨୦୦୦ଟଙ୍କା ବଦଳରେ ୧୦ ହଜାର ଟଙ୍କା ମିଳିବ। ରାଜ୍ୟ ଭିତରେ କାର ଯାତ୍ରା ପାଇଁ କିଲୋମିଟର ପିଛା ୨୫ ଟଙ୍କା ବଦଳରେ ୩୫ ଟଙ୍କା ଓ ମାସିକ ଯାନବାହନ ଭତ୍ତା ୧୫ ହଜାର ବଦଳରେ ୫୦ ହଜାର ଟଙ୍କା ମିଳିବ। ମାସକୁ ବହି କିଣିବା ପାଇଁ ୨ ହଜାର ଟଙ୍କା ବଦଳରେ ୧୦ ହଜାର ଟଙ୍କା ମିଳିବ। ବିଜୁଳି ବିଲ ପାଇଁ ୫ ହଜାର ବଦଳରେ ୨୦ ହଜାର ଓ ଚିକିତ୍ସା ଖର୍ଚ୍ଚ ୫ ହଜାର ବଦଳରେ ୩୫ ହଜାର ଟଙ୍କା ମିଳିବ।

କ୍ୱାଟର୍ସ ପାଇନଥିବା ବିଧାୟକଙ୍କୁ ରହଣୀ ପାଇଁ ଦିନକୁ ୧ ହଜାର ଟଙ୍କା ବଦଳରେ ୨ ହଜାର ଓ
ଗାଡି କିଣିବାକୁ ୫ ଲକ୍ଷ ଟଙ୍କା ବଦଳରେ ୧୦ ଲକ୍ଷ ଟଙ୍କା ମିଳିବ ବୋଲି ଜଣାପଡିଛି । ... 

MLA Salary Hike Odisha Legislative Assembly
Advertisment
Related Articles
Advertisment