/odishatv-khabar/media/media_files/2026/02/19/keonjhar-women-bear-fight-2026-02-19-16-38-21.jpg)
Keonjhar Women Bear Fight Photograph: (OTV)
ପୁରାଣର ସେ ସାବିତ୍ରୀଙ୍କ ପରି ଇଏ ବି ଆଉ ଜଣେ ସାବିତ୍ରୀ । ସେଠି ଯମ ପାଖରୁ ସତ୍ୟବାନଙ୍କ ଜୀବନ ସାବିତ୍ରୀ ଫେରାଇ ଆଣିଥିଲେ । ଆଉ ଏ ସ୍ତ୍ରୀ ବି ମୃତ୍ୟୁ ସହ ନିଜେ ଲଢେଇ କରି ନିଜ ସ୍ବାମୀଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି ।
ରକ୍ତମୁଖା ଭାଲୁ ସହ ମୁହାଁମୁହିଁ ଲଢ଼ି ସ୍ବାମୀଙ୍କୁ ନୂଆ ଜୀବନ ଦେଇଛନ୍ତି । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା କୋଡିପଶା ଭାଲିଆନାଳ ଗାଁରେ ଏଭଳି ଘଟଣା ଘଟିଛି । ମାଲିଦେ ସୋରେନ ଓ ତାଙ୍କ ସ୍ତ୍ରୀ ଲିଲି ସୋରେନ ସୌଭାଗ୍ୟ ବସତଃ ଭାଲୁ ମୁହଁରୁ ଅଳ୍ପକେ ବର୍ତ୍ତି ଯାଉଛନ୍ତି ।
ମଙ୍ଗଳବାର ଅପରାହ୍ମରେ ଉଭୟ ସ୍ବାମୀ-ସ୍ତ୍ରୀ ପତ୍ର ସଂଗ୍ରହ ପାଇଁ ଗାଁ ପାଖ ଜଙ୍ଗଲକୁ ଯାଇଥିଲେ । ସେଠାରେ ୬ ଟିକିଆ ଭାଲୁ ପାଲଙ୍କ ସାମ୍ନାରେ ପଡ଼ିଯାଇଥିଲେ । ପଲ ମଧ୍ୟରୁ ଗୋଟିଏ ଭାଲୁ ହଠାତ୍ ମାଲଦେଙ୍କୁ ଆକ୍ରମଣ କରିଥିଲା ।
ଆଉ ମାଲଦେ ମଧ୍ୟ ନିଜ ଜୀବନ ବଞ୍ଚାଇବାକୁ ଭାଲୁ ସହ ଲଢ଼ୁଥିଲେ । ସେହି ସମୟରେ ସ୍ତ୍ରୀ ଲିଲି ତୁରନ୍ତ ଏକ ବାଡ଼ିରେ ଭାଲୁକୁ ପ୍ରହାର କରିଥିଲେ । ଫଳରେ ଭାଲୁଟି ମାଲଦେଙ୍କୁ ଛାଡ଼ି ଜୀବନ ବିକକରେ ଜଙ୍ଗଲକୁ ଚାଲିଯାଇଥିଲା । ପରେ ମାଲଦେଙ୍କୁ ଆହତ ଅବସ୍ଥାରେ କରଞ୍ଜିଆ ଡାକ୍ତରଖାନାକୁ ନେଇଥିଲେ ସ୍ତ୍ରୀ ଲିଲି । ଚିକିତ୍ସା ପରେ ଏବେ ମାଲଦେଙ୍କ ସ୍ବାସ୍ଥ୍ୟ ଭଲ ରହିଛି ।
ତେବେ ଭାଲୁକୁ ଭୟ ନକରି ସାହାସର ସହ ପରିସ୍ଥିତିକୁ ସାମ୍ନା କରିଥିଲେ ଲିଲି । ତାଙ୍କର ଏପରି ସହାସକୁ ସମସ୍ତେ ପ୍ରଶଂସା କରିଛନ୍ତି ।
Dinner Table Murder: ସାମାନ୍ୟ ଝଗଡ଼ାରୁ ମଣ୍ଡୁକୁ ଚଢ଼ିଗଲା ପିତ, ଭାଇ-ଭାଉଜଙ୍କୁ ମାରିଦେଲା

Gold Rate Today: ପୁଣି ବଢ଼ିଲା ସୁନା-ରୁପା ଭାଉ, ଏକାଥରେ ବଢ଼ିଗଲା ଏତେ

Ramesh Jena Promises Turnaround in Berhampur: ମୋତେ ବ୍ରହ୍ମପୁର ଯିବାକୁ ଅନୁମତି ମିଳିଲେ ବଦଳେଇ ଦେବି ସବୁ କିଛି, ଏମିତି କହିଲେ ବିଧାୟକ ରମେଶ ଜେନା

Epic War’s Grim Start: ମହାଭାରତ ଯୁଦ୍ଧର ପ୍ରଥମ ଦିନରେ ଘଟିଥିଲା ଏମିତି ଘଟଣା, ନିହତ ହୋଇଥିଲେ ରାଜକୁମାର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)