Advertisment

Dinner Table Murder: ସାମାନ୍ୟ ଝଗଡ଼ାରୁ ମଣ୍ଡୁକୁ ଚଢ଼ିଗଲା ପିତ, ଭାଇ-ଭାଉଜଙ୍କୁ ମାରିଦେଲା

ସମସ୍ତ ୩ଜଣ ଗୁରୁତରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।  ହେଲେ ସ୍ବାମୀ ହରିଶ ଓ ସ୍ତ୍ରୀ ପୁନମଙ୍କୁ ମୃତ ଡାକ୍ତର ମୃତ ଘୋଷଣା କରିଥିଲେ । ହେଲେ ଗୁରୁତର ଅବସ୍ଥାରେ ରାମୁଙ୍କୁ ଜିଲ୍ଲା ହସ୍ପିଟାଲକୁ ରେଫର କରାଯାଇଥିଲା ।

author-image
Tanmay Kumar Mahalik
Dinner Table Dispute Murder

Dinner Table Dispute Murder Photograph: (OTV)

ଡିନର୍ ଟେବୁଲରେ ଡବଲ ମର୍ଡର । ଭାଇ-ଭାଉଜଙ୍କୁ ଛୁରି ଭୁସି ହତ୍ୟା । ସାମାନ୍ୟ ବଚସାରୁ ରକ୍ତରେ ଭିଜିଲା ଡାଏନିଂ ହଲ୍ । ବୁଧବାର ରାତିରେ ପରିବାରରେ ସବୁ କିଛି ଠିକ୍ ଥିଲା । ସମସ୍ତେ ନିଜେ ନିଜର କାମ ସାରି ଡାଏନିଂ ଟେବୁଲରେ ଏକାଠି ହୋଇଥିଲେ ।

Advertisment

ଭାଉଜ ତିନି ଭାଇଙ୍କୁ ଖାଇବା ପରସୁଦେଉଥିଲେ । ହେଲେ ହଠାତ୍ ଜଣେ ଭାଇ ରାଗି ଯିବା ସହ ଡାଏନିଂ ଟେବୁଲରେ ଥିବା ଛୁରିରେ ସମସ୍ତଙ୍କୁ ଆକ୍ରମଣ କରିଥିଲେ । ଫଳରେ ଜଣେ ଭାଇ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଅନ୍ୟ ଜଣେ ଭାଇ ଓ ଭାଉଜଙ୍କ ମୃତ୍ୟୁ ହୋଇଛି ।

ଉତ୍ତର ପ୍ରଦେଶ ନୈମିଷାରଣ୍ୟ ଥାନା ଅଧିନ ଠାକୁରପୂର୍ବା ଗାଁରେ ଏହି ଘଟଣା ଘଟିଛି ।  ଯେଉଁଠି ଜଣେ ବ୍ୟକ୍ତି ତାଙ୍କ ଦୁଇ ଭାଇ ଏବଂ ଭାଉଜଙ୍କୁ ଛୁରିରେ ଆକ୍ରମଣ କରିଛନ୍ତି । ଘଟଣାକୁ ନେଇ ନୈମିଷାରଣ୍ୟ ଥାନାର ଅତିରିକ୍ତ ପୋଲିସ ଅଧିକ୍ଷକ ଦୁର୍ଗେଶ ସିଂହ କହିଛନ୍ତି, ରାତ୍ରୀ ଭୋଜନ ସମୟରେ ଭାଇ ଭାଇଙ୍କ ମଧ୍ୟରେ ସାମାନ୍ୟ ଝଗଡ଼ା ହୋଇଥିଲା ।

Advertisment

୩୭ ବର୍ଷୀୟ ଶ୍ୟାମ ତାଙ୍କ ୪୦ ବର୍ଷୀୟ ବଡ଼ ଭାଇ ହରିଶ ଏବଂ ସାନ ଭାଇ ରାମୁଙ୍କୁ ଆକ୍ରମଣ କରିଥିଲେ । ସିତିକିବେଳେ ହରିଶଙ୍କ ପତ୍ନୀ ପୁନମ ଶ୍ୟାମଙ୍କୁ ଅଟକାବାକୁ ଚେଷ୍ଟା କରିଥିଲେ । ଫଳରେ ଶ୍ୟାମ ଭାଉଜ ପୁନମଙ୍କୁ ମଧ୍ୟ ଛୁରି ଭୁସି ହତ୍ୟା କରିଛନ୍ତି । 

ସମସ୍ତ ୩ଜଣ ଗୁରୁତରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।  ହେଲେ ସ୍ବାମୀ ହରିଶ ଓ ସ୍ତ୍ରୀ ପୁନମଙ୍କୁ ମୃତ ଡାକ୍ତର ମୃତ ଘୋଷଣା କରିଥିଲେ । ହେଲେ ଗୁରୁତର ଅବସ୍ଥାରେ ରାମୁଙ୍କୁ ଜିଲ୍ଲା ହସ୍ପିଟାଲକୁ ରେଫର କରାଯାଇଥିଲା ।

ପରେ ସେଠାରେ ତାଙ୍କର ଚିକିତ୍ସା କରାଯିବା ପରେ ପୁନମଙ୍କ ସ୍ବାସ୍ଥ୍ୟ ସ୍ତିରଥିବା ପୋଲିସ କହିଛି । ଏହା ବ୍ୟତୀତ ପୋଲିସ ଆହୁରି କହିଛି, ଦୁଇ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ଏବଂ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଳଇଛି । ଆଉ ଫୋରର ଥିବା ଅଭିଯୁକ୍ତ ଶ୍ୟାମକୁ ଖୋଜା ଚାଲିଛି ।

Double Murder Uttarpradesh Family Dinner Fraudster Brother
Advertisment
Related Articles
Advertisment