Advertisment

SI Exam Scam: SI ପରୀକ୍ଷା ଜାଲିଆତି: ଶତାଧିକ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ

SI ପରୀକ୍ଷା ଜାଲିଆତି ଘଟଣାରେ ଗିରଫ ୧୧୪ ଜଣ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ। ୫୦ ହଜାର ଟଙ୍କା ବେଲ୍ ବଣ୍ଡ ଓ ୨ ଜଣ ଜାମିନଦାରଙ୍କ ବଦଳରେ ଜାମିନ ଦେଲେ ବ୍ରହ୍ମପୁର ସ୍ବତନ୍ତ୍ର କୋର୍ଟ।

author-image
Chinmayee Sahoo
SI Exam Scam

SI Exam Scam Photograph: (OTV)

ପୋଲିସ ଏସଆଇ ପରୀକ୍ଷା ଜାଲିଆତି ଘଟଣାରେ ବଡ଼ ଅପଡେଟ୍ । ଗିରଫ ୧୧୪ ଜଣ ପରୀକ୍ଷାର୍ଥୀଙ୍କୁ ଜାମିନ ମିଳିଛି । ବ୍ରହ୍ମପୁର ସ୍ବତନ୍ତ୍ର କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି । ୫୦ ହଜାର ଟଙ୍କା ବେଲ ବଣ୍ଡ ଓ ୨ଜଣ ଜାମିନଦାରଙ୍କ ସର୍ତ୍ତରେ ଜାମିନ ପ୍ରଦାନ କରାଯାଇଛି।

Advertisment

ଜାମିନ ପାଇବା ପରେ ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ । ଥାନାରେ ଯାଇ ହାଜିରା ଦେବେ । ପୋଲିସ ଓ କ୍ରାଇମବ୍ରାଞ୍ଚକୁ ତଦନ୍ତରେ ସହାୟତା କରିବେ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି । ୧୧୪ ଜଣ ପରୀକ୍ଷାର୍ଥୀଙ୍କ ପାଇ ୩୦ରୁ ଅଧିକ ଓକିଲ ଜାମିନ ଆବେଦନ କରିଥିଲେ। ତେବେ ମାଷ୍ଟର ମାଇଣ୍ଡ ମୁନା ମହାନ୍ତିଙ୍କ ସମେତ ଅନ୍ୟ ୫ ଜଣ ଏଜେଣ୍ଟ ମୋଟ ୯ଜଣଙ୍କୁ ଜାମିନ ମିଳିପାରି ନାହିଁ।

ଅଧିକ ଦେଖନ୍ତୁ:


•    SI ପରୀକ୍ଷା ଜାଲିଆତି ଘଟଣାରେ ବଡ଼ ଅପଡେଟ୍
•    ଗିରଫ ୧୧୪ ଜଣ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ 
•    ଜାମିନ ଦେଲେ ବ୍ରହ୍ମପୁର ସ୍ବତନ୍ତ୍ର କୋର୍ଟ 
•    ୫୦ ହଜାର ଟଙ୍କା ବେଲ୍ ବଣ୍ଡ ଓ ୨ ଜଣ ଜାମିନଦାରଙ୍କ ବଦଳରେ ବେଲ୍
•    ଜାମିନ ପାଇବା ପରେ ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ 
•    ଥାନାରେ ଯାଇ ହାଜିରା ଦେବା ପାଇଁ ସର୍ତ୍ତ
•    ପୋଲିସ ଓ କ୍ରାଇମବ୍ରାଞ୍ଚକୁ ତଦନ୍ତରେ ସହାୟତା କରିବେ 
•    ମାଷ୍ଟର ମାଇଣ୍ଡ ମୁନା ମହାନ୍ତିଙ୍କ ସମେତ ୯ଜଣଙ୍କୁ ମିଳିଲାନି ଜାମିନ

Advertisment
SI Exam
Advertisment
Related Articles
Advertisment