Advertisment

Gold and Silver Rates Plunge: ଲକ୍ଷେ ତଳକୁ ଖସିଯିବ ସୁନା ଦର! ଗ୍ରାହକଙ୍କୁ ମିଳିବ କି ଆଶ୍ବସ୍ତି

ଧନତେରାସ୍ ବେଳେ ଦେଢ ଲକ୍ଷ ମୁହାଁ ହୋଇଥିଲା ସୁନା ଦର । କିଣିବା ତ ଥାଉ, ଦାମ୍ ଶୁଣିକି ଛାନିଆ ହେଉଥିଲେ ଗ୍ରାହକ । ହେଲେ ଦୁଇ ସପ୍ତାହ ହେଲା ସୁନା ଦର ଲଗାତାର ହ୍ରାସ ପାଉଛି।

author-image
Chinmayee Sahoo
Gold Rate

Gold Rate Photograph: (OTV)

ରକେଟ୍ ବେଗରେ ବଢୁଥିବା ସୁନା ଦର ଏବେ ତଳମୁହାଁ । ଗତ ସପ୍ତାହରୁ ଆରମ୍ଭ ହୋଇଥିବା ସୁନା ଓ ରୁପାର ହ୍ରାସ ଧାରା ଚଳିତ ସପ୍ତାହରେ ବି ଜାରି ରହିଛି । ଧନତେରାସ୍ ବେଳେ ଦେଢ ଲକ୍ଷ ମୁହାଁ ହୋଇଥିଲା ସୁନା ଦର । କିଣିବା ତ ଥାଉ, ଦାମ୍ ଶୁଣିକି ଛାନିଆ ହେଉଥିଲେ ଗ୍ରାହକ । ହେଲେ ଦୁଇ ସପ୍ତାହ ହେଲା ସୁନା ଦର ଲଗାତାର ହ୍ରାସ ପାଇ ବର୍ତ୍ତମାନ ଲକ୍ଷେ ଆଡକୁ ଖସିବାରେ ଲାଗିଛି । 
ସୋମବାର ଗୋଟିଏ ଦିନରେ ରାଜଧାନୀ ଭୁବନେଶ୍ୱରେ ୨୧୫୦ ଟଙ୍କା କମିଥିଲା ୨୨ କ୍ୟାରେଟ୍ ସୁନା ଦର । ଫଳରେ ୧୦ ଗ୍ରାମ ପିଛା ୨୨ କ୍ୟାରେଟ ସୁନା ମୂଲ୍ୟ ୧ ଲକ୍ଷ ୧୨ ହଜାର ୨୫୦ ଟଙ୍କା ହୋଇଥିଲା । ସେହିପରି ୨୪ କ୍ୟାରେଟ ସୁନା ଦିନକରେ ୨୩୪୦ ଟଙ୍କା କମି ୧ ଲକ୍ଷ ୨୨ ହଜାର ୪୬୦ ଟଙ୍କାରେ ପହଞ୍ଚିଥିଲା । ଯାହା ଗ୍ରାହକଙ୍କୁ ଦେଇଛି ସାମାନ୍ୟ ଆଶ୍ୱସ୍ତି । ସେହିପରି ରୁପା ଦର ବି ରେକର୍ଡ ହ୍ରାସ ସହ ୧ ଲକ୍ଷ ୬୫ ହଜାର ଟଙ୍କାରେ ପହଞ୍ଚିଛି ରୁପା କେଜି ।
ତେବେ କ'ଣ ସତରେ ଲକ୍ଷେ ତଳକୁ ଖସିଯିବ କି ସୁନା ଦର ? ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ହେଲେ ବଜାର ବିଶେଷଜ୍ଞଙ୍କ କହିବା କଥା, ସୁନା ରେଟ୍ ଲକ୍ଷେ ତଳକୁ ଖସିବା ସମ୍ଭାବନା ବହୁତ କମ୍ । ସୁନା ରେଟ୍ କମିଲେ ବି ପ୍ରାୟ ଲକ୍ଷେ ଟଙ୍କା ରହିପାରେ ।
ପାର୍ବଣ ସମୟରେ ହଠାତ୍ ବଢିଥିଲା ସୁନା ରୁପା ରେଟ୍ । ଆମେରିକାର ଟାରିଫ୍ ମାଡ, ଭୂରାଜନୈତିକ ସଙ୍କଟ ଆଦି କାରଣରୁ ନିବେଶକମାନେ ସୁନାର ଅଧିକ ନିବେଶ ବଢାଇଥିଲେ । ହେଲେ ଏବେ ଆମେରିକା-ଚୀନ ସମ୍ପର୍କରେ ସୁଧାର, ପ୍ରଫେଟ୍ ବୁକିଂ, ଧନତେରାସ୍ ପରେ ଡିମାଣ୍ଡ କମିବା ଇତ୍ୟାଦି କାରଣରୁ ସୁନା ଦାମ୍ କମିବାରେ ଲାଗିଛି ।  ନିବେଶକମାନେ ଅଧିକ ପ୍ରଫିଟ୍ ପାଇବା ଆଶାରେ ସୁନା ଓ ରୁପା ବିକ୍ରି କରୁଛନ୍ତି । ଯାହାକି ଦର ହ୍ରାସ ପଛରେ ଏକ ପ୍ରମୁଖ କାରଣ ।   

Advertisment

ଅଧିକ ଦେଖିବା ପାଇଁ କ୍ଲିକ୍ କରନ୍ତୁ:

Gold Rate
Advertisment
Related Articles
Advertisment