Advertisment

Liquor Bar Opens : ଜଗନ୍ନାଥଙ୍କ ନାଁରେ ଥିବା ଜମିରେ ଖୋଲିଛି ମଦ ବାର , ଆରଟିଆଇ ତଥ୍ୟରୁ ଆସିଲା ସାଂଘାତିକ ସତ

ଜଗନ୍ନାଥଙ୍କ ନାଁରେ ଥିବା ଜମିରେ ଖୋଲିଛି ମଦ ବାର । ପୁରୀ ସହରର ବାଲିସାହି ଅଞ୍ଚଳରେ ରହିଛି ବାର। ଆରଟିଆଇ ତଥ୍ୟରୁ ଏହା ଜଣାପଡିଛି। ଆମ ଆଦମି ପାର୍ଟି ପକ୍ଷରୁ ଏହି ଅଭିଯୋଗ କରାଯାଇଛି।

author-image
Manas Ranjan Mohanty
AAP

AAP Photograph: (OTV)

ଜଗନ୍ନାଥଙ୍କ ନାଁରେ ଥିବା ଜମିରେ ଖୋଲିଛି ମଦ ବାର । ପୁରୀ ସହରର ବାଲିସାହି ଅଞ୍ଚଳରେ ରହିଛି ବାର। ଆରଟିଆଇ ତଥ୍ୟରୁ ଏହା ଜଣାପଡିଛି। ଆମ ଆଦମି ପାର୍ଟି ପକ୍ଷରୁ ଏହି ଅଭିଯୋଗ କରାଯାଇଛି। ଦଳର ପୁରୀ ଜିଲ୍ଲା ସଭାପତି ସଞ୍ଜୀବ ମହାନ୍ତି ଏକ ପ୍ରେସ ମିଟ କରି ଖୁଲାସା କରିଛନ୍ତି।

Advertisment

ସହରର ବାଲିସାହି ମୌଜାର ରେଭିନ୍ୟୁ ଇନସ୍ପେକ୍ଟରଙ୍କ ତଥ୍ୟରେ ପ୍ଳଟ ନମ୍ବର ୧୪୫୨/୧୯୨୩, ଖାତା ନ ୭୫୩/୧୬୦, ଓଭର ପ୍ଳଟ ନମ୍ବର ୧୪୫୨/୧୯୨୪, ଖାତା ନମ୍ବର ୭୫୩/୧୬୧ ଯାହା ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ପୁରୀ। ମାର୍ଫତ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପୁରୀ ରହିଛି । ଏଭଳି ତଥ୍ୟ ଥିଲା ବେଳେ କେମିତି ତାଙ୍କୁ ବିଲଡିଂ ନିର୍ମାଣ ଠାରୁ ଲାଇଟ ପାଣି କେମିତି ଦିଆଗଲା ? ଏହାପରେ ପୁଣି ମଦ ବାର ଖୋଲିବାପାଇଁ ଅନୁମତି ମିଳିଲା କିପରି ବୋଲି ସେ ପ୍ରଶ୍ନ କରିଛନ୍ତି।

ଏହି ଜମିକୁ ନେଇ ଚଞ୍ଚକତା କରାଯାଇଛି ବୋଲି ଅଭିଯୋଗ କରିବା ସହିତ ଅବକାରୀ ବିଭାଗ ପକ୍ଷରୁ ଅଭିଯୋଗ ସମ୍ପର୍କରେ ଅବଗତ କରାଯାଥିବା କହିଛନ୍ତି ପୁରୀ ଉପ ଜିଲ୍ଲାପାଳ। ଏ ସମ୍ପର୍କରେ ତହସିଲଦାର ଓ ଅବକାରୀ ସୁପରିଣ୍ଟେଣ୍ଡଣ୍ଟଙ୍କ ଠାରୁ ରିପୋର୍ଟ ମଗାଯାଇଛି। ରିପୋର୍ଟ ଆଧାରରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

Advertisment

ଜଗନ୍ନାଥଙ୍କ ନାଁରେ ଥିବା ଜମିରେ ଖୋଲିଛି ମଦ ବାର
ପୁରୀ ସହରର ବାଲିସାହି ଅଞ୍ଚଳରେ ରହିଛି ବାର
ଆରଟିଆଇ ତଥ୍ୟରୁ ଆସିଲା ସାଂଘାତିକ ସତ

Advertisment
Related Articles
Advertisment