Advertisment

Lifeguards Save Tourists: ଅଘଟଣ ରୋକିଲେ ଲାଇଫଗାର୍ଡ, ସମୁଦ୍ର ପାଣିକୁ ଲମ୍ଫ ମାରି ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ

ପୁରୀ ସ୍ବର୍ଗଦ୍ବାର ସମୁଦ୍ରବେଳାରେ ଅଘଟଣ ରୋକିଲେ ଲାଇଫଗାର୍ଡ। ସମୁଦ୍ରରେ ଭାସି ଯାଉଥିବା ୫ ପର୍ଯ୍ୟଟକଙ୍କୁ କଲେ ଉଦ୍ଧାର। ବଡ଼ ଲହଡ଼ି ଆସିବାରୁ ସମସ୍ତେ ଭାସି ଯାଇଥିଲେ।

author-image
Chinmayee Sahoo
Lifeguards Save Tourists

Lifeguards Save Tourists Photograph: (OTV)

ପୁରୀ ସ୍ବର୍ଗଦ୍ବାର ସମୁଦ୍ରବେଳାରେ ଅଘଟଣ ରୋକିଲେ ଲାଇଫଗାର୍ଡ। ସେକ୍ଟର ୧୦ ଅଂଚଳରେ ଛତିଶଗଡ଼ର ୪ଜଣ ଓ ଜଣେ ମହାରାଷ୍ଟ୍ରର ପର୍ଯ୍ୟଟକ ସ୍ନାନ କରୁଥିବା ବେଳେ ଆସିଥିଲା ବିରାଟ ଲହଡ଼ି। ଏହି ଲହଡ଼ି ୫ ଜଣଙ୍କୁ ଭସାଇ ନେଇଥିଲା। ତେବେ ସେଠାରେ ଉପସ୍ଥିତ ଥିବା ଲାଇଫଗାର୍ଡ ମାନେ ତୁରନ୍ତ ସମୁଦ୍ର ପାଣିକୁ ଲମ୍ଫ ମାରି ସମସ୍ତଙ୍କୁ ଉଦ୍ଧାର କରିଥଲି। 

Advertisment

ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ସୁସ୍ଥ ଅଛନ୍ତି। ଛତିଶଗଡ଼ର ସ୍ବାତୀ କାନୋଜୀ, ଭବାନ କାନୋଜୀ, ଶିଖା କାନୋଜୀ, ଖଗେଶ୍ବର କାନୋଜୀ ଓ ମହାରାଷ୍ଟର କ୍ରିଷ୍ଣା କାନୋଜୀ ଭାସିଯାଇଥିଲେ। ସେମାନଙ୍କୁ ଲାଇଫଗାର୍ଡ ମହେନ୍ଦ୍ର ବେହେରା, ଏ. ଭଗବାନ, କେ. ଡି ବେହେରା ଓ ପି. ତିରୁପତି ଉଦ୍ଧାର କରିଥିଲେ।

Lifeguards Save Tourists Puri
Advertisment
Related Articles
Advertisment