Advertisment

Official Correction: ଖୁର୍ଦ୍ଦା ନୁହେଁ ଖୋରଧା, ଦେଓଗର ନୁହେଁ ଦେବଗଡ଼; ଇଂରାଜୀ ବନାନରେ ସଂଶୋଧନ ପାଇଁ ବିଜ୍ଞପ୍ତି

ଓଡ଼ିଶାର ଜିଲ୍ଲା ଦେବଗଡ଼ କିନ୍ତୁ ଇଂରାଜୀରେ ଉଚ୍ଚାରଣ କଲେ ଦେଓଗର। ଲାଗୁଛି ଯେମିତି ବିହାରରେ। ଏମିତି ସମସ୍ୟା ପାଇଁ ବିଭିନ୍ନ ଜିଲ୍ଲା ଏବଂ ସ୍ଥାନର ଓଡ଼ିଆ ଉଚ୍ଚାରଣ ସହ ଇଂରାଜୀ ଉଚ୍ଚାରଣ ସମାନ କରିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର।

author-image
Tapan Swain
Name

Name Photograph: (OTV)

KHURDA (ଖୁର୍ଦ୍ଦା) ନୁହେଁ KHORADHA (ଖୋରଧା) । DEOGARH (ଦେଓଗର) ନୁହେଁ DEBAGARH (ଦେବଗଡ) । BALASORE (ବାଲାଶୋର) ନୁହେଁ BALESHWAR (ବାଲେଶ୍ବର) ।  ବଦଳିବ ୭ ଜିଲ୍ଲାର ଇଂରାଜୀ ବନାନ। ରାଜ୍ୟର ୨୪ ଟି ସ୍ଥାନର ଇଂରାଜୀ ନାମର ହେବ ସଂଶୋଧନ। ଏଥିପାଇଁ ପ୍ରକାଶ ପାଇଲା ରାଜସ୍ୱ ବିଭାଗର ବିଜ୍ଞପ୍ତି ।

Advertisment

୧୧ଟି ଜିଲ୍ଲାର ୨୪ଟି ସ୍ଥାନରେ ନାମରେ ଓଡିଆ ଉଚ୍ଚାରଣ ଅନୁଯାୟୀ ଇଂରାଜୀରେ ବନାନ ସଂଶୋଧନ ପାଇଁ ନିଷ୍ପତ୍ତି। ଯେମିତି KHURDA (ଖୁର୍ଦ୍ଦା) ନୁହେଁ KHORADHA (ଖୋରଧା), DEOGARH (ଦେଓଗର) ନୁହେଁ DEBAGARH (ଦେବଗଡ), BALASORE (ବାଲାଶୋର) ନୁହେଁ BALESHWAR (ବାଲେଶ୍ବର), କେଉଁଝର (KEONJHAR) ନୁହେଁ କେନ୍ଦୁଝର (KENDUJHAR), ନୟାଗର (NAYAGARH) ନୁହେଁ ନୟାଗଡ଼ (NAYAGADA), କେନ୍ଦ୍ରାପରା (KENDRAPARA) ନୁହେଁ କେନ୍ଦ୍ରାପଡ଼ା (KENDRAPADA)। ସେହିପରି (ଆଲ) AUL, (ରେରାଖୋଲ) RAIRAKHOL, (ଆଠଗର) ATHAGARH ର  ଇଂରାଜୀ ବନାନର ବି ସଂଶୋଧନ ହେବ ।  

୧୫ ଦିନ ମଧ୍ୟରେ ଏସବୁ ନାମର ସଂଶୋଧନ ନେଇ କୌଣସି ଆପତ୍ତି ଅଭିଯୋଗ ଥିଲେ ଜଣାଇବାକୁ କୁହାଯାଇଛି। ଅଭିଯୋଗ ଶୁଣାଣି ପରେ ଇଂରାଜୀ ନାମରେ ସଂଶୋଧନ ନେଇ ବିଧିବଦ୍ଧ ବିଜ୍ଞପ୍ତି ବାହାରିବ । 

Advertisment

ଅନ୍ୟ ଜିଲ୍ଲାରୁ ସଂଶୋଧନ ପାଇଁ ଦାବି

ସରକାରଙ୍କ ଏହି ନିଷ୍ପତ୍ତି ପରେ ଇଂରାଜୀ ନାମରେ ବ୍ୟତିକ୍ରମ ଥିବା ଅନ୍ୟ ଜିଲ୍ଲାରୁ ସଂଶୋଧନ ପାଇଁ ଦାବି ଉଠିବା ସହ ଅସନ୍ତୋଷ ବି ଦେଖାଦେଇଛି । କୁଟାକ CUTTACK  ବଦଳରେ KATAKA
କରିବାକୁ ଦାବି ହେଲାଣି। ସେହିପରି ବ୍ରହ୍ମପୁରର ଇଂରାଜୀ ବନାନ ବରହମପୁର ବଦଳରେ ସଂଶୋଧନ କରି ବ୍ରହ୍ମପୁର କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା। ଅନ୍ୟ ପଟେ ସଂଶୋଧନ ପାଇଁ ପ୍ରସ୍ତାବ ଦିଆଯାଇଥିବା ଅଞ୍ଚଳର ବାସିନ୍ଦା ସରକାରଙ୍କୁ ଏନେଇ ଧନ୍ୟବାଦ ଦେବା ସହ ଯଥାଶୀଘ୍ର ନିଷ୍ପତ୍ତି ନେବାକୁ କହିଛନ୍ତି। 

ଓଡ଼ିଆ ଏବଂ ଇଂରାଜୀରେ ବନାନ ଭିନ୍ନ ଥିବାରୁ ଅନେକ ସମସ୍ୟା ଉପୁଜୁଛି। ବିଶେଷ କରି କେନ୍ଦ୍ରରେ ଅବା ଜାତୀୟ ସ୍ତରରେ କୌଣସି ଜିଲ୍ଲା କିମ୍ବା ଅଞ୍ଚଳର ନାମ ଉଚ୍ଚାରଣ ବେଳେ ଦ୍ୱନ୍ଦ ସୃଷ୍ଟି କରେ। କିନ୍ତୁ ବଡ଼ କଥା ହେଉଛି ନାମ ସଂଶୋଧନ ହେଲେ ରାଜସ୍ୱ ରେକର୍ଡ, ଆଧାର କାର୍ଡ ଏବଂ ଅନ୍ୟାନ୍ୟ ସରକାରୀ ଦଲିଲ ପତ୍ରରେ ସଂଶୋଧନ ପାଇଁ ସାଧାରଣ ଲୋକଙ୍କୁ ସମସ୍ୟା ଭୋଗିବାକୁ ପଡିବ ନାହିଁ ତ।...  



Name Place
Advertisment
Related Articles
Advertisment