/odishatv-khabar/media/media_files/2026/02/05/pm-modi-2026-02-05-19-28-52.jpg)
PM Modi Photograph: (OTV)
କଂଗ୍ରେସକୁ ଧୁଲେଇ, ଟିଏମସି ସାଂସଦଙ୍କୁ ଟାର୍ଗେଟ୍। ରାହୁଲଙ୍କ ଗଦ୍ଦାର ମନ୍ତବ୍ୟକୁ ନେଇ ବର୍ଷିଲେ। ରାଜ୍ୟସଭାରେ ଅଭିଭାଷଣରେ କଂଗ୍ରେସକୁ ସିଧା ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବୋଫର୍ସ ପ୍ରସଙ୍ଗ ଉଠାଇ ମୋଦି କହିଛନ୍ତି, କାଳେ ଏହି ପ୍ରସଙ୍ଗ ଉଠିବ, ସେଥିପାଇଁ କଂଗ୍ରେସ ସଦସ୍ୟ ପଳାଇଲେ।
କଂଗ୍ରେସର ପରିଚାଳନାଗତ ତ୍ରୁଟି ପାଇଁ ଆଜି ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି। କଂଗ୍ରେସର ‘ପ୍ଲାନିଙ୍ଗ କମିଶନ’କୁ କଡ଼ା ସମାଲୋଚନା କରି ମୋଦି କହିଛନ୍ତି, ଏହାକୁ ନେହେରୁ ଆରମ୍ଭ କଲେ, ଆଉ ଇନ୍ଦିରା ଗାନ୍ଧି ଧଜିଆ ଉଡ଼ାଇଲେ।
ଶିଖ୍ ସମ୍ପ୍ରଦାୟ ପ୍ରତି ଘୃଣା ଭାବ
ହେଲେ ‘NITI ଆୟୋଗ’ର ସୁଫଳ ଆଜି ଦେଶବାସୀ ପାଉଛନ୍ତି। ଅଭିଭାଷଣରେ ଟିଏମସି ସାଂସଦଙ୍କୁ ଟାର୍ଗେଟ୍ କରି ପ୍ରଧାନମନ୍ତ୍ରୀ କହିଥିଲେ, ସେମାନେ ଅନୁପ୍ରବେଶକାରୀଙ୍କ ପାଇଁ ଓକିଲାତି କରୁଛନ୍ତି। ଅନ୍ୟପଟେ ରାହୁଲଙ୍କ ଗଦ୍ଦାର ମନ୍ତବ୍ୟକୁ କଡ଼ା ନିନ୍ଦା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, କେତେ ଲୋକ କଂଗ୍ରେସ ଛାଡ଼ି ବିଜେପିକୁ ଆସିଛନ୍ତି। ଶିଖ୍ ସମ୍ପ୍ରଦାୟ ପ୍ରତି ଥିବା ଘୃଣା ଭାବ ଯୋଗୁ ରାହୁଲ ଗଦ୍ଦାର ଶବ୍ଦ ଉପଯୋଗ କଲେ। ଏହା କଂଗ୍ରେସର ଶିଖ୍ ସମ୍ପ୍ରଦାୟ ପ୍ରତି ମନୋଭାବ।
ବିରୋଧୀଙ୍କୁ ତୀବ୍ର ସମାଲୋଚନା କରି କହିଥିଲେ, ଆଜି ଭାରତ ସହ ଟ୍ରେଡ୍ ଡିଲ୍ ପାଇଁ ସାରା ବିଶ୍ବ ଆଗ୍ରହୀ। ନିକଟରେ ୟୁରୋପୀୟ ସଂଘ ସହ ଟ୍ରେଡ୍ ଡିଲ୍ ହୋଇଥିଲା । LICରେ ତାଲା ମାରିବା ଯୋଜନା କରିଥିଲେ ବିରୋଧୀ । ଆଜି LIC ସବୁଠୁ ଲାଭଦାୟକ ସଂସ୍ଥା ହୋଇପାରିଛି । ଛୋଟ ଚାଷୀଙ୍କ ପାଇଁ ଲାଗୁ ହୋଇଛି PM କିଷାନ ସମ୍ମାନନିଧି । ସଂସଦରେ ମୋଦିଙ୍କ ଉଦବୋଧନ ବେଳେ ନାରାବାଜି ସହ କକ୍ଷତ୍ୟାଗ କରିଥିଲେ ବିରୋଧୀ।...
Two States Agree on Dialogue to Settle Mahanadi Row: ମହାନଦୀ ବିବାଦର ସହମତିରେ ସମାଧାନ ଚାହାନ୍ତି ଦୁଇ ରାଜ୍ୟ, ସଂସଦରେ ଜଳଶକ୍ତି ମନ୍ତ୍ରୀ ରଖିଲେ ଉତ୍ତର

Big Claim in Parliament: ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ ଷଡ଼ଯନ୍ତ୍ର ! କହିଲେ ବାଚସ୍ପତି ଓମ୍ ବିର୍ଲା

IAS Reshuffle: ଆଇଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗକୁ ବଦଳି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)