/odishatv-khabar/media/post_attachments/uploadimage/library/16_9/16_9_0/IMAGE_1647172826.jpg)
ମେଷ-
ଜୀବନରେ ଆଗକୁ ବଢ଼ିବାର ରାସ୍ତା ଖୋଲିବ। ପରିଶ୍ରମ କରି ଆର୍ଥିକ ସ୍ଥିତିକୁ ମଜଭୁତ କରିନେବେ। ଚାକିରିଜୀବୀଙ୍କ ଲାଗି ସମୟ ଭଲ। ପଦୋନ୍ନତିର ପୂର୍ବାଭାସ ପାଇବେ। ରାଜନୀତିକ ନେତା ନିଜର ଇଚ୍ଛା ଆଉ ଲକ୍ଷ୍ୟକୁ ନେଇ ଗମ୍ଭୀର ରହିବେ। ବିରୋଧୀମାନଙ୍କ ପ୍ରତି ସାବଧାନ ରହନ୍ତୁ। ମିଡିଆ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ଲାଗି ସପ୍ତାହଟି ଲାଭଦାୟକ। ଗାୟକଙ୍କ ଲାଗି ସମୟ ଶୁଭ। ସଫଳତା ଲାଗି କାମର ଦକ୍ଷତା ବଢ଼ାନ୍ତୁ। ଭୂସଂପତ୍ତି କିଣିପାରନ୍ତି। ବୈବାହିକ ଜୀବନରେ ଲାଗି ରହିଥିବା ସମସ୍ୟା ସମାଧାନ ହୋଇଯିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କର ଭ୍ରମଣ ସୁଖଦ ରହିବ। ଛାତ୍ରଛାତ୍ରୀ ନିଜ କ୍ୟାରିୟର ପାଇଁ ଭଲ ଖବର ପାଇବେ। ସ୍ବାସ୍ଥ୍ୟରେ ସୁଧାର ହେବ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ହନୁମାନଙ୍କର ଯନ୍ତ୍ରିକା ମହା କବଚ ଧାରଣ କରନ୍ତୁ
ବୃଷ-
ବେପାରୀଙ୍କ ଲାଗି ସମୟ ଭଲ। ପରିଶ୍ରମ ଅନୁସାରେ ଯଥେଷ୍ଟ ଲାଭ ପାଇବେ। ଅଫିସ୍ରେ ଭଲ କାମ ପାଇଁ ଉପରିସ୍ଥ କର୍ମଚାରୀ ପ୍ରଭାବିତ ହେବେ। ରାଜନୀତିକ ଲୋକଙ୍କ ଲାଗି ସମୟ ଶୁଭ। ଦଳର କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ ଗୁପ୍ତ ପରାମର୍ଶ ପାଇଁ ତାଙ୍କ ବାସଭବନକୁ ଯିବେ। ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କୁ ବଡ଼ ପ୍ରସିଦ୍ଧି ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ସନ୍ତାନଙ୍କୁ ବଡ଼ ସଫଳତା ମିଳିବା ଯୋଗୁଁ ଖୁସି ରହିବେ। ପ୍ରେମିକ ପ୍ରେମିକାଙ୍କ ଲାଗି ସପ୍ତାହଟି ସ୍ମରଣୀୟ। ଛାତ୍ରଛାତ୍ରୀ କୌଣସି ନୂଆ ପାଠ୍ୟକ୍ରମରେ ଯୋଗ ଦେଇପାରନ୍ତି। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ତାଜା ଫଳ ଓ ପନିପରିବା ଖାଆନ୍ତୁ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର ଯନ୍ତ୍ରିକା ମହା କବଚ ଧାରଣ କରନ୍ତୁ
ମିଥୁନ-
ଯେଉଁ କାମ ମନପ୍ରାଣ ଢାଳି କରିବେ ସେଥିରେ ସଫଳତା ନିଶ୍ଚୟ ପାଇବେ। ଧନସଂପଦ ବୃଦ୍ଧି ହେବ। ନିବେଶ ବିଷୟରେ ନୂଆ ପରାମର୍ଶ ପାଇ ପାରନ୍ତି। ଚାକିରିରେ ବଡ଼ ଚାଲେଞ୍ଜ୍ ଆପଣଙ୍କ ସମ୍ମୁଖକୁ ଆସିବ। ଚାକିରି ଖୋଜୁଥିବା ବ୍ୟକ୍ତିମାନେ ଶୁଭ ସଂକେତ ପାଇବେ। ରାଜନୀତିକ ଲୋକ ପୂରା ପ୍ରୟାସ କରନ୍ତୁ ଅନ୍ୟମାନେ ଯେମିତି ମନେ ରଖିବେ। ପରିବାରରେ ଦାୟିତ୍ବ ବଢ଼ିପାରେ। ଘରକୁ ବନ୍ଧୁ ଆସିବା ଯୋଗୁଁ ଘରର ବାତାବରଣରେ ପ୍ରସନ୍ନତା ରହିବ। ପ୍ରେମ ସମ୍ବନ୍ଧରେ ମଜଭୁତ ଆସିବ। ହୋଟେଲ୍ ମ୍ୟାନଜ୍ମେଣ୍ଟ୍ ଛାତ୍ରଛାତ୍ରୀଙ୍କ ଲାଗି ସମୟ ଭଲ। ସ୍ବାସ୍ଥ୍ୟ ପ୍ରତି ଟିକେ ସଚେତନ ରହନ୍ତୁ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସିନ୍ଦରୀଙ୍କର ଯନ୍ତ୍ରିକା ଧାରଣ କରନ୍ତୁ
କର୍କଟ-
ଜୀବନରେ ଆଗକୁ ବଢ଼ିବା ଲାଗି ସମୟ ବହୁତ ଭଲ। ଭଲ ପ୍ରୟାସ କରନ୍ତୁ କାମ ଭଲ ଭାବରେ ହେବ। ବିରୋଧୀ ଆପଣଙ୍କୁ ବନ୍ଧୁତାର ହାତ ବଢ଼ାଇବେ। ବେପାରରେ ଆଶାଠୁ ଅଧିକ ଲାଭ ପାଇବେ। ଚାକିରିଜୀବୀଙ୍କ ଲାଗି ସମୟ ଉତ୍ତମ। ଅଫିସ୍ରେ ଆପଣଙ୍କ ପସନ୍ଦର କାମ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ସମାଜରେ ଜଣାଶୁଣା ବଢ଼ିବ। କୃଷି କ୍ଷେତ୍ରରେ ଥିବା ଲୋକଙ୍କୁ ଧନଲାଭ ହେବ। ପରିବାରରେ ତ୍ରୁଟି ସୁଧାରିବା ପାଇଁ ଚେଷ୍ଟା କରିବେ। ଜୀବନସାଥୀ ଆପଣଙ୍କୁ ବହୁତ ପ୍ରଶଂସା କରିବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ମନର କଥା ସାଥୀଙ୍କୁ କହିବେ। ବିଦ୍ୟାର୍ଥୀ କ୍ୟାରିୟର୍ ସମ୍ବନ୍ଧରେ ଶୁଭ ଖବର ପାଇବେ। ଦେହ ଓ ମନ ଭଲ ରହିବ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମା ଭୂବନେଶୂରୀ ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ସିଂହ-
ପୂର୍ବରୁ ପ୍ରସ୍ତୁତ କରିଆସୁଥିବା ଯୋଜନା ସଂପୂର୍ଣ୍ଣ ହେବ। ଧନଲାଭ ସହିତ ନୂଆ କାମ ପାଇବେ। ପୁଞ୍ଜି ବଜାରରେ ନିବେଶ ପାଇଁ ଆଗେଇ ଆସନ୍ତୁ ଭବିଷ୍ୟତରେ ଯଥେଷ୍ଟ ସଫଳତା ଓ ଲାଭ ପାଇବେ। ଚାକିରି ଲାଗି ସାକ୍ଷାତ୍କାରର ଖବର ଆସିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଫଳ ଚିନ୍ତା ନକରି ପରିଶ୍ରମ କରନ୍ତୁ। ପରିବାରରେ ହର୍ଷଉଲ୍ଲାସ ରହିବ। ଜୀବନସାଥୀ ସହିତ ସୌହାର୍ଦ୍ଦରେ ବୃଦ୍ଧି ହେବ। ପ୍ରେମିକା ସହିତ ସମ୍ବନ୍ଧରେ ସୁଧାର ହେବ। ବିବାହ ପାଇଁ ନିଷ୍ପତ୍ତି ନେଇ ପାରନ୍ତି। ବି.ଏ.ସି ଛାତ୍ରଛାତ୍ରୀଙ୍କୁ କ୍ୟାରିୟରରେ ସଫଳତା ମିଳିବ। ସ୍ବାସ୍ଥ୍ୟକୁ ଠିକ୍ ରଖିବା ଲାଗି ନିୟମିତ ଯୋଗାସନ କରନ୍ତୁ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ମାତଙ୍ଗି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
କନ୍ୟା-
ଭଲ ସୁଯୋଗ ଆପଣଙ୍କୁ ଅପେକ୍ଷା କରି ରହିଛି। କ୍ୟାରିୟର୍ରେ ସଫଳତା ସୁନିଶ୍ଚିତ ହେବ। ପେସାଦାର ବ୍ୟବସାୟୀ ଧନଲାଭର ସୁଯୋଗ ପାଇବେ। ଅଫିସ୍ରେ ବାତାବରଣ ବଢ଼ିଆ ରହିବ। ପଦୋନ୍ନତି ବା ଦରମା ବୃଦ୍ଧିର ପୂର୍ବାଭାସ ପାଇବେ। ଅଧିକ ବୟସ୍କ ବ୍ୟକ୍ତିମାନଙ୍କର ମନ ରାଜନୀତିକ କାର୍ଯ୍ୟ ଆଡ଼କୁ ରହିବ। ଜୀବନସାଥୀ ଆପଣଙ୍କ ଭାବନାକୁ ସମ୍ମାନ କରିବେ। ଘରେ କୌଣସି ଶୁଭକାର୍ଯ୍ୟର ଆୟୋଜନ ପାଇଁ ରୂପରେଖ ପ୍ରସ୍ତୁତ କରିବେ। ପ୍ରେମିକା ସହିତ ଅଧିକ ସମୟ ଅତିବାହିତ କରିବା ପାଇଁ ଇଚ୍ଛା ହେବ। ଛାତ୍ରଛାତ୍ରୀଙ୍କ ମନରେ କୌଣସି ନୂଆ ବିଚାର ଆସିବ। ସୁସ୍ଥ ରହିବା ଲାଗି ନିଶାଦ୍ରବ୍ୟ ଠାରୁ ଦୂରରେ ରହନ୍ତୁ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ତୁଳା-
ବେପାରରେ ଧନଲାଭର ସୁଯୋଗ ପାଇବେ। ଅଫିସ୍ରେ ସପ୍ତାହଟି ବେଶ୍ ଭଲରେ କଟିବ। ରୋଜଗାର ଖୋଜୁଥିବା ଯୁବକମାନେ କୌଣସି ପରିଚିତଙ୍କ ମାଧ୍ୟମରେ ଆୟର ଉତ୍ସ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକମାନଙ୍କ ସମ୍ମୁଖକୁ ଆସୁଥିବା ଆହ୍ବାନର ଦୃଢ଼ ମୁକାବିଲା କରିବେ। କୌଣସି କାମ ତରବରିଆରେ କରନ୍ତୁ ନାହିଁ। ଘରକୁ ବନ୍ଧୁ ଆସିବା ଯୋଗୁଁ ଖୁସିର ବାତାବରଣ ରହିବ। ଜୀବନସାଥୀ ସହିତ ସମ୍ବନ୍ଧ ମଧୁର ହେବ। ପ୍ରେମୀ ଯୁଗଳଙ୍କ ଲାଗି ସମୟ ଭଲ। ଆମୋଦପ୍ରମୋଦ ପାଇଁ ଭଲ ଅବସର ପାଇବେ। ଛାତ୍ରଛାତ୍ରୀଙ୍କୁ ଭଲ ପରିଣାମ ମିଳିବ। ସ୍ବାସ୍ଥ୍ୟ ଭଲ ରହିବ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶ୍ରୀ କମଳାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ବିଛା-
ବ୍ୟବସାୟରେ ବୃଦ୍ଧି ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ଅଫିସ୍ରେ ଆପଣଙ୍କ କାମର ପ୍ରଶଂସା ହେବ। ଇଂଜିନିୟର୍ସଙ୍କ ଲାଗି ଭଲ ଚାକିରିର ସୁଯୋଗ ଆସିବ। ରାଜନୀତିକ ନେତାଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆସିବ। ମହତ୍ତ୍ବପୂର୍ଣ୍ଣ ବିଷୟରେ ଦଳର ବରିଷ୍ଠଙ୍କ ସହିତ କଥାବାର୍ତ୍ତା କରିବେ। ଅଧିକ ବୟସ୍କ ବ୍ୟକ୍ତି ଜନକଲ୍ୟାଣ କାର୍ୟ୍ୟରେ ସକ୍ରିୟ ରହିବେ। ପରିବାରରେ ସୁଖଶାନ୍ତି ବଜାୟ ରହିବ। ନବବିବାହିତଙ୍କ ଜୀବନରେ ମଧୁରତା ବଢ଼ିବ। ପ୍ରେମୀଯୁଗଳଙ୍କ ଲାଗି ସପ୍ତାହଟି ଭଲ। ଛାତ୍ରଛାତ୍ରୀଙ୍କୁ ନିଜ ପରିଶ୍ରମର ପରିଣାମ ହାସଲ ହେବ। ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ କରିବେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ବଗଳା ମୁଖିଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ଧନୁ-
କିଛି ନୂଆ ଶିଖିବାର ସୁଯୋଗ ପାଇବେ। କାରବାରରେ ଆଶାଠୁ ଅଧିକ ଲାଭ ହେବ। ଅଫିସ୍ରେ ଉପରିସ୍ଥ କର୍ମଚାରୀଙ୍କର ସହଯୋଗ ପାଇବେ। ଚାକିରି ଖୋଜୁଥିବା ଯୁବକଙ୍କୁ କୌଣସି କଂପାନିରେ ଚାକିରିର ଫୋନ୍ କଲ୍ ଆସିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ କିଛି ପରିସ୍ଥିତିରେ ଶାନ୍ତ ରହିପାରିବେ ନାହିଁ। ନୂଆ ଲୋକଙ୍କ ସହିତ ସଂପର୍କ ସୁଦୃଢ଼ ହେବ। ଜୀବନସାଥୀଙ୍କୁ ଖୁସି ରଖିବା ଲାଗି ବାହାରକୁ ଭ୍ରମଣରେ ଯାଇପାରନ୍ତି। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ମଉଜ ମସ୍ତି ଲାଗି ବଢ଼ିଆ ସୁଯୋଗ ପାଇବେ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ। ସ୍ବାସ୍ଥ୍ୟ ପ୍ରତି ସାବଧାନ ରହନ୍ତୁ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର - ମା ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ମକର-
କିଛି ନୂଆ କରିବା ପାଇଁ ଭାବିବେ। ବ୍ୟବସାୟରେ ବିପଜ୍ଜନକ ସଉଦା କରିବାରେ ନିବୃତ୍ତ ରହନ୍ତୁ। ଅଫିସ୍ରେ କାମର ବୋଝ ଅଧିକ ରହିବ। କାମ ଅଳ୍ପ କରନ୍ତୁ ହେଲେ ଗୁଣବତ୍ତା ବଜାୟ ରଖନ୍ତୁ। ରାଜନୀତିକ ନେତା ସକାରାତ୍ମକ ନିର୍ଣ୍ଣୟ ନେବାରେ ସଫଳ ହେବେ। ଘରେ ସମସ୍ତଙ୍କର ଆବଶ୍ୟକତା ପୂରା କରିବାକୁ ଚାହିଁବେ। ଦାମ୍ପତ୍ୟ ଜୀବନ ସୁଖଦ ରହିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ଭଲ ଜାଗାକୁ ଭ୍ରମଣରେ ଯାଇପାରନ୍ତି। ଅବିବାହିତଙ୍କୁ ଜୀବନସାଥୀ ମିଳିପାରେ। ଛାତ୍ରଛାତ୍ରୀଙ୍କ କ୍ୟାରିୟର୍ରେ ସକାରାତ୍ମକ ପରିବର୍ତ୍ତନ ଆସିବ। ସ୍ବାସ୍ଥ୍ୟ ଠିକ୍ ରହିବ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – କାଳିଙ୍କ ଯନ୍ତ୍ରିକା ମହା କବଚ ଧାରଣ କରନ୍ତୁ
କୁମ୍ଭ-
ଆପଣଙ୍କର ଉଦାର ସ୍ବଭାବ ଲୋକମାନଙ୍କୁ ବହୁତ ପ୍ରଭାବିତ କରିବ। ଲାଭ ପାଇଁ ଏକାଧିକ ସୁଯୋଗ ପାଇବେ। ଆପଣଙ୍କ ଫଇସଲାରେ ଅଫିସ୍ କର୍ମଚାରୀ ଖୁସି ରହିବେ। ବେକାରଙ୍କୁ ଚୁକ୍ତିବଦ୍ଧ କାର୍ଯ୍ୟ ମିଳିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଧୈର୍ଯ୍ୟ ଧରି ନିଷ୍ପତ୍ତି ନିଅନ୍ତୁ, ସଫଳତାର ନୂଆ ରଙ୍ଗ ଦେଖିବେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କର ଉନ୍ନତି ହୋଇପାରେ। ସୃଷ୍ଟିଶୀଳ କବିମାନଙ୍କ ଲାଗି ସପ୍ତାହଟି ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ରହିବ। ପାରିବାରିକ ସ୍ତରରେ ଖୁସି ବୃଦ୍ଧି ହେବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ସାଥୀଙ୍କୁ ସୁନ୍ଦର ଉପହାର ଦେବେ। ବିଦ୍ୟାର୍ଥୀଙ୍କୁ ସକାରାତ୍ମକ ପରିଣାମ ମିଳିବ। ଶରୀର ସୁସ୍ଥ ରହିବ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଦକ୍ଷିଣ କାଳିଙ୍କ ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ମୀନ-
ବ୍ୟବସାୟ କରୁଥିବା ଲୋକଙ୍କ ଲାଗି ସମୟ ଅନୁକୂଳ। ଧନଲାଭର ନୂଆ ରାସ୍ତା ଖୋଲିବ। ଅଫିସ୍ରେ ନୂଆ ଦାୟିତ୍ବ ପାଇବେ। ରାଜନୀତିକ ନେତା ବିବେକରେ କାମ କରନ୍ତୁ ବାଜି ଆପଣଙ୍କ ପକ୍ଷରେ ହେବ। ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତି ନିଜର ଯୋଗ୍ୟତା ପାଇଁ ସମ୍ମାନିତ ହେବେ। ପରିବାରର ବାତାବରଣ ଶାନ୍ତିଦାୟକ ବଜାୟ ରହିବ। ସନ୍ତାନଙ୍କର ଉନ୍ନତିରେ ଖୁସି ରହିବେ। ପ୍ରେମିକ ପ୍ରେମିକାଙ୍କ ଲାଗି ସପ୍ତାହଟି ବଢ଼ିଆ ରହିବ। ମନୋମାଳିନ୍ୟ ସମ୍ବନ୍ଧକୁ ସୁଧାରିବାରେ ସଫଳ ହୋଇପାରନ୍ତି। ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିବା ଛାତ୍ରଛାତ୍ରୀଙ୍କୁ ଆହୁରି ଅଧିକ ପରିଶ୍ରମ କରିବାକୁ ହେବ। ସ୍ବାସ୍ଥ୍ୟ ଲାଭ ପାଇଁ ପ୍ରାତଃ ଭ୍ରମଣ ବା ଯୋଗସାନ କରନ୍ତୁ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ମା ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
Daily Horoscope 24th November 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 24th November 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Google Maps Misguides: ଗୁଗୁଲ ମ୍ୟାପ୍ ଭରସାରେ ଯାଉଥିଲେ ହୁସିଆର !

Mother Performs Danda Pranam: ମା’ର ଆକୁଳ ଚିତ୍କାରରେ ଥରୁଥିଲା ରତ୍ନସିଂହାସନ ! କାନି ପତାଇ ଭିକ ମାଗିଲା ମାଆଟିଏ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)