/odishatv-khabar/media/media_files/2025/10/18/dragon-fruit-farming-2025-10-18-17-50-22.jpg)
Dragon-Fruit-Farming Photograph: (OTV)
ସବୁଜ ପାହାଡ଼ ଘେରା ପରିବେଶ । ପ୍ରକୃତିର କୋଳରେ ନିଜର ମୁଣ୍ଡ ଝାଳକୁ ପୋଛି ଚାଷୀ ଫଳାଇଛି ସୁନ୍ଦର ଫସଲ । ସିମେଣ୍ଟ ଖୁଣ୍ଟରେ ଠିଆ ହୋଇଛି ଗଛ, ଅକ୍ଟୋପୋଷ ଭଳି ଖେଳେଇ ହୋଇଛି ଶାଖାପ୍ରଶାଖା । ଆଉ ଫଳିଛି ଚାଇନା ଫଳ କୁହାଯାଉଥିବା ଡ୍ରାଗନ ଫ୍ରୁଟ । ଏପରି ସୁନ୍ଦର ଡ୍ରାଗନ ଫ୍ରୁଟ ଚାଷ ହୋଇଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବେଡାକେତା ଗାଁରେ । ଗାଁର କଇନ୍ଦ୍ର କହଁର, ବେଲାର କହଁର, ବୈଦ୍ୟନାଥ କହଁର ଏବଂ ଅନ୍ୟ ୫ ଜଣ ଚାଷୀ ମିଳିତ ଭାବେ ପ୍ରାୟ ୨ ଏକର ପରିମିତ ଏରିଆରେ ଡ୍ରାଗନ ଫ୍ରୁଟ ଚାଷ କରିଛନ୍ତି । ଯାହା ଆଜି ତାଙ୍କୁ ବେଶ୍ ଭଲ ରୋଜଗାର ଦେଉଛି ।
୨୦୨୨ରେ ପ୍ରାୟ ୩୫୦୦ ଡ୍ରାଗନ ଫ୍ରୁଟ ଗଛ ଲଗାଇଥିଲେ ଚାଷୀ । ଗତବର୍ଷ ପ୍ରଥମ କରି ଡ୍ରାଗନ ଫ୍ରୁଟ ଫଳିଥିଲା । ଗୋଟିଏ ଗୋଟିଏ ଫଳର ଓଜନ ପ୍ରାୟ ୧ କିଲୋରୁ ଦେଢ କିଲୋ ପର୍ଯ୍ୟନ୍ତ ଥିଲା । ୫ରୁ ୬ କୁଇଣ୍ଟାଲରୁ ଡ୍ରାଗନ ଫ୍ରୁଟ ଅମଳ କରିବା ସହ କିଲୋ ପିଛା ପ୍ରାୟ ୨୦୦ ଟଙ୍କାରେ ବିକ୍ରି କରି ଲକ୍ଷାଧିକ ଟଙ୍କା ରୋଜଗାର କରିଥିଲେ ଚାଷୀ । ଚଳିତ ବର୍ଷ ମଧ୍ୟ ଆରମ୍ଭ ହେଲାଣି ଡ୍ରାଗନ ଫ୍ରୁଟ୍ ବିକ୍ରି । ଏହି ଗଛ ଥରେ ଲାଗିଲେ ପ୍ରାୟ ୩୦ରୁ ୩୫ ବର୍ଷ ପର୍ଯ୍ୟନ୍ତ ଫଳ ଦେଇଥାଏ । ଗଛ ଲାଗିବାର ୩ ବର୍ଷରୁ ୧୫ ବର୍ଷ ପର୍ଯ୍ୟନ୍ତ ଡ୍ରାଗନ ଫ୍ରୁଟ ଗଛରେ ପ୍ରଚୁର ଫଳ ହୋଇଥାଏ । ଜିଲ୍ଲା ପ୍ରଶାସନର ପଦକ୍ଷେପ ଯୋଗୁଁ ଆଜି ଏଠି ସବୁ କିଛି ସମ୍ଭବ ହୋପାରିଛି ।
କନ୍ଧମାଳ ଜିଲ୍ଲାକୁ ନକ୍ସଲ ଅଧ୍ୟୁଷିତ ଅଞ୍ଚଳ ବୋଲି କୁହାଯାଏ । ହେଲେ ଚାଷୀ ଏଠି ହୋଇପାରିଛି ଲକ୍ଷପତି । ଫୁଲବାଣୀ ITDA ପକ୍ଷରୁ ନକ୍ସଲ ଅଧ୍ୟୁଷିତ ଫିରିଙ୍ଗିଆ ବ୍ଲକର ୪ ଟି ସ୍ଥାନରେ ପ୍ରଥମେ ଡ୍ରାଗନ ଫ୍ରୁଟ ଚାଷ ଆରମ୍ଭ ହୋଇଥିଲା । ଚାଷୀଙ୍କୁ ଡ୍ରାଗନ ଫ୍ରୁଟ ଚାଷ ଉପରେ ତାଲିମ ସହ ମାଗଣାରେ ଚାରା ଗଛ, ଖୁଣ୍ଟ, ବାଡ଼ ଏବଂ ଜଳସେଚନର ସୁବିଧା କରାଯାଇଥିଲା । ପରବର୍ତ୍ତୀ ସମୟରେ ଚାଷୀମାନେ ଏବେ ଡ୍ରାଗନ ଫ୍ରୁଟ୍ ଚାଷକୁ ଆପଣାଇଛନ୍ତି ।
Indian Railway: ରେଳବାଇର ବଡ଼ ନିଷ୍ପତ୍ତି, ଆପଣଙ୍କ ବଡ଼ ସମସ୍ୟାର ହେବ ସମାଧାନ

Odisha Village Declares: ମଦ ପିଇଲେ ବସିବ ପାହାର, ପ୍ରସ୍ତୁତ ହେଲେଣି....

Pakistan Airstrike: କ୍ରିକେଟରଙ୍କ ଉପରେ ବର୍ଷିଲା ବୋମା , ଚାଲିଗଲା ୮ ଜଣଙ୍କ ଜୀବନ

Alternate Road to Be Built: କନ୍ଧମାଳ ଜିଳ୍ଳାର ଲାଇଫ୍ ଲାଇନ୍ ଏବେ ବିପଦରେ , ନିର୍ମାଣ ହେବ ବିକଳ୍ପ ରାସ୍ତା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)