Advertisment

Indian Railway: ରେଳବାଇର ବଡ଼ ନିଷ୍ପତ୍ତି, ଆପଣଙ୍କ ବଡ଼ ସମସ୍ୟାର ହେବ ସମାଧାନ

ଯାତ୍ରୀଙ୍କ ସୁବିଧା ଏବଂ ସୁରକ୍ଷାକୁ ଦେଖି ଭାରତୀୟ ରେଳବାଇ ଏକ ବଡ଼ ନିଷ୍ପତ୍ତି ନେଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଭାରତୀୟ ରେଳବାଇ ଖୁବ୍ ଶୀଘ୍ର ଯାତ୍ରୀମାନଙ୍କ ଦ୍ୱାରା ସମ୍ମୁଖୀନ ହେଉଥିବା ଦୀର୍ଘକାଳୀନ ସମସ୍ୟାର ସମାଧାନ କରିବ। ଏ କାମ ଆରମ୍ଭ ହୋଇସାରିଛି।

author-image
Manas Ranjan Mohanty
Railways-Passengers-Receive-Blanket-Cover

Railways-Passengers-Receive-Blanket-Cover Photograph: (OTV)

ଯାତ୍ରୀଙ୍କ ସୁବିଧା ଏବଂ ସୁରକ୍ଷାକୁ ଦେଖି ଭାରତୀୟ ରେଳବାଇ ଏକ ବଡ଼ ନିଷ୍ପତ୍ତି ନେଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଭାରତୀୟ ରେଳବାଇ ଖୁବ୍ ଶୀଘ୍ର ଯାତ୍ରୀମାନଙ୍କ ଦ୍ୱାରା ସମ୍ମୁଖୀନ ହେଉଥିବା ଦୀର୍ଘକାଳୀନ ସମସ୍ୟାର ସମାଧାନ କରିବ। ଏ କାମ ଆରମ୍ଭ ହୋଇସାରିଛି। ଏବେ ଟ୍ରେନ୍‌ରେ ବେଡ୍‌ସିଟ୍, ତକିଆ କଭର ଏବଂ ତଉଲିଆ ସହିତ, ଯାତ୍ରୀମାନଙ୍କୁ ଆଉ ଗୋଟିଏ ନୂଆ ଜିନିଷ ମିଳିବ, ଏହା ହେଉଛି କମ୍ବଳ ପାଇଁ କଭର।

Advertisment

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜୟପୁରର ଖାତିପୁରା ରେଳ ଷ୍ଟେସନରେ ପାରମ୍ପରିକ ସାଙ୍ଗାନେରୀ ପ୍ରିଣ୍ଟ ବାଲା କମ୍ବଳ କଭର ସେବା ଆରମ୍ଭ କରିଛନ୍ତି। ଏହି ଅବସରେରେ ମନ୍ତ୍ରୀ କହିଛନ୍ତି, ଆମ ରେଳ ବ୍ୟବସ୍ଥାରେ ବର୍ଷ ବର୍ଷ ଧରି କମ୍ବଳ ବ୍ୟବହାର ହୋଇଆସୁଛି, କିନ୍ତୁ ଆମର ଯାତ୍ରୀମାନଙ୍କ ମନରେ ସବୁବେଳେ ଏକ ସନ୍ଦେହ ଥିଲା। ସେହି ସନ୍ଦେହ ଦୂର କରିବା ପାଇଁ, ଏକ ନୂଆ ପଦକ୍ଷେପ ନିଆଯାଇଛି। ଯାତ୍ରୀମାନେ ଏବେ ଟ୍ରେନରେ କମ୍ବଳ ସହିତ କଭର ମଧ୍ୟ ପାଇବେ। ଏହାକୁ ପାଇଲଟ୍ ଭିତ୍ତିରେ କାର୍ଯ୍ୟକାରୀ କରାଯାଇଛି ବୋଲି ସେ କହିଛନ୍ତି।

ଅନେକ ସମୟରେ ଯାତ୍ରୀମାନେ ଅଭିଯୋଗ କରନ୍ତି ଯେ ସେମାନେ ନୂଆ ବେଡସିଟ୍ ଏବଂ ତକିଆ କଭର ପାଆନ୍ତି, କିନ୍ତୁ ଅନ୍ୟମାନଙ୍କ ଦ୍ୱାରା ବ୍ୟବହୃତ କମ୍ବଳ ବ୍ୟବହାର କରିବାକୁ ପଡେ। ଏହା ଆଉ ହେବ ନାହିଁ। ତକିଆ କଭର ପରି, ଯାତ୍ରୀମାନଙ୍କୁ ଏବେ ନୂଆ କମ୍ବଳ କଭର ମଧ୍ୟ ମିଳିବ। ଏହି ସେବା ବର୍ତ୍ତମାନ ଜୟପୁର-ଅହମ୍ମଦାବାଦ ଏକ୍ସପ୍ରେସ୍ ଟ୍ରେନରେ ଆରମ୍ଭ ହୋଇଛି, ପରେ ଏହି ସୁବିଧା ଅନ୍ୟ ଟ୍ରେନଗୁଡ଼ିକରେ ମଧ୍ୟ ମିଳିବ।

Advertisment

ଏହି ପ୍ରୋଜେକ୍ଟର ପ୍ରଥମ ଦିନରେ, ରାତି ୮:୪୫ରେ ଛାଡିଥିବା ଜୟପୁର-ଅହମ୍ମଦାବାଦ ଏକ୍ସପ୍ରେସର ଏସି କୋଚ୍‌ର ଯାତ୍ରୀମାନଙ୍କୁ ନୂଆ କମ୍ବଳ କଭରର ପ୍ୟାକେଟ ଦିଆଯାଇଛି। 

Advertisment
Related Articles
Advertisment