Advertisment

Illegal Gun Factory Busted: ଏମିତି ଚାଲିଥିଲା କାରଖାନା....୫ ହଜାର ଟଙ୍କାରେ ବିକ୍ରି ହେଉଥିଲା ବନ୍ଧୁକ

ମୋହନାରେ ଚାଲିଥିଲା ବେଆଇନ ବନ୍ଧୁକ କାରଖାନା। ୧୨ ବନ୍ଧୁକ ସହ ବନ୍ଧୁକ ନିର୍ମାଣ ମାମଗ୍ରୀ ଜବତ, ୨ ଗିରଫ। ଗଂଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ବନ୍ଧୁକ ବିକ୍ରି କରୁଥିଲେ।

author-image
Chinmayee Sahoo
GUN

GUN Photograph: (OTV)

ବନ୍ଧୁକର ଦାମ ୫ ହଜାର । ଗଜପତି ଜିଲ୍ଲା ମୋହନା ଥାନା ଗଲାପାଜୁ ଗାଁ ନିକଟ ଜଙ୍ଗଲରେ ଚାଲିଥିଲା ବେଆଇନ ବନ୍ଧୁକ ତିଆରି କାରଖାନା । ମୋହନା ପୋଲିସ ଚଢ଼ାଉ କରି ୧୨ଟି ବନ୍ଧୁକ ସହ ବନ୍ଧୁକ ନିର୍ମାଣ ମାମଗ୍ରୀ ଜବତ କରିଛି । ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ଦେଶୀ ବନ୍ଧୁକ ତିଆରି କରି ଗଂଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ୫ ହଜାର ଟଙ୍କାରେ ବିକ୍ରି କରୁଥିଲେ । ଏହି ବନ୍ଧୁକ ନେଇ ଅଭିଯୁକ୍ତମାନେ ଜଙ୍ଗଲରେ ଶିକାର ସମେତ ବିଭିନ୍ନ ପ୍ରକାର ବେଆଇନ କାର୍ଯ୍ୟରେ ବ୍ୟବହାର କରୁଥିଲେ । ଘଟଣାରେ ଆଉ ଯେଉଁମାନେ ସଂପୃକ୍ତ ଅଛନ୍ତି ଓ କେଉଁମାନେ ଏହି ବନ୍ଧୁକ କିଣିଛନ୍ତି ସେମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଗଜପତି ଏସପି ।
•    ବନ୍ଧୁକର ଦାମ ୫ ହଜାର 
•    ମୋହନାରେ ଚାଲିଥିଲା ବେଆଇନ ବନ୍ଧୁକ କାରଖାନା
•    ୧୨ ବନ୍ଧୁକ ସହ ବନ୍ଧୁକ ନିର୍ମାଣ ମାମଗ୍ରୀ ଜବତ, ୨ ଗିରଫ
•    ଗଂଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ବନ୍ଧୁକ ବିକ୍ରି କରୁଥିଲେ
•    ଶିକାର ସମେତ ବିଭିନ୍ନ ବେଆଇନ କାର୍ଯ୍ୟରେ ବ୍ୟବହାର କରୁଥିଲେ

Advertisment

ଅଧିକ ଦେଖନ୍ତୁ:

Gajapati
Advertisment
Related Articles
Advertisment