Advertisment

Flight Emergency Landing: ବିମାନରେ ଇନ୍ଧନ ଲିକ୍, ମଝି ଆକାଶରେ ହଡ଼କମ୍ପ

ବାରଣାସୀରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ । କୋଲକାତାରୁ ଶ୍ରୀନଗର ଯାଉଥିଲା ଇଣ୍ଡିଗୋ ବିମାନ-6961 । ଅପରାହ୍ନ ୪ଟା ୧୦ରେ ବାରଣାସୀରେ ଏମର୍ଜେନସି ଲ୍ୟାଣ୍ଡିଂ କଲା।

author-image
Chinmayee Sahoo
Air India

Air India Photograph: (OTV)

ମଝି ଆକାଶରେ ହଡ଼କଂପ୍। ଇନ୍ଧନ ଲିକ୍ ସନ୍ଦେହରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ। କୋଲକାତାରୁ ଶ୍ରୀନଗର ଯାଉଥିବା ଇଣ୍ଡିଗୋ ବିମାନ-6961 ଗତ କାଲି ଅପରାହ୍ନରେ ବାରଣାସୀରେ ଏମର୍ଜେନସି ଲ୍ୟାଣ୍ଡି କରିଥିଲା। ଉକ୍ତ ବିମାନରେ କ୍ରୁ ମେମ୍ବର ଓ ଯାତ୍ରୀଙ୍କୁ ମିଶାଇ ମେଟ୍ ୧୬୬ଜଣ ଥିଲେ। ବିମାନଟି ଅପରାହ୍ନ ୪ଟା ସମୟରେ ବାରଣାସୀରେ ଜରୁରୀ ଅବତରଣ କରିଥିଲା। 
ଫୁଏଲ୍ ଲିକ୍ ହେଉଥିବା ସମ୍ପର୍କରେ ପାଇଲଟ୍ ପ୍ରଥମେ ଅବଗତ କରିଥିଲେ। ଏହା ଶୁଣି ଯାତ୍ରୀମାନେ ଭୟଭୀତ ହୋଇ ପଡ଼ିଥିଲେ। ତେବେ ବିମାନଟି ଜରୁରୀ ଅବତରଣ କରିବା ପରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଏଟିସି ପାଖରୁ କ୍ଲିଅରାନସ ପାଇବା ପରେ ବିମାନଟିକୁ ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରାଯାଇଥିଲା।

Advertisment
Flight Emergency Landing
Advertisment
Related Articles
Advertisment