Advertisment

Want Success in Every Task: ଯଦି ଆପଣଙ୍କୁ ମିଳୁଛି ଏହି ୧୦ ଶୁଭ ସଙ୍କେତ, ଜାଣିରଖନ୍ତୁ ଚମକିବ ଭାଗ୍ୟ !

ଜୀବନରେ ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି ଯେ ତାଙ୍କ ପରିଶ୍ରମର ପୂରା ଫଳ ମିଳୁ । ଯେଉଁ ବିଶେଷ କାର୍ଯ୍ୟ ପାଇଁ ଘରୁ ବାହାରୁଛନ୍ତି, ସେହି କାମ ଇଚ୍ଛା ଅନୁଯାୟୀ ସଫଳ ହେଉ ଓ ଖୁସିରେ ସେ ଘରକୁ ଫେରନ୍ତୁ ।

author-image
Manas Ranjan Mohanty
Hindu Beliefs:

Hindu Beliefs: Photograph: (OTV)

ଜୀବନରେ ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି ଯେ ତାଙ୍କ ପରିଶ୍ରମର ପୂରା ଫଳ ମିଳୁ । ଯେଉଁ ବିଶେଷ କାର୍ଯ୍ୟ ପାଇଁ ଘରୁ ବାହାରୁଛନ୍ତି, ସେହି କାମ ଇଚ୍ଛା ଅନୁଯାୟୀ ସଫଳ ହେଉ ଓ ଖୁସିରେ ସେ ଘରକୁ ଫେରନ୍ତୁ । ଆପଣଙ୍କ ଦିନ କେତେ ଶୁଭ କିମ୍ବା ଅଶୁଭ ହେବ ତାହା ଆପଣ କେବଳ ନବଗ୍ରହଙ୍କ ସ୍ଥିତିରୁ ନୁହେଁ, ଜୀବନରେ ଦେଖାଯାଉଥିବା ନାନା ପ୍ରକାରର ଶୁଭ ସଂକେତକୁ ଜାଣିପାରିବେ । 

Advertisment

ଏହି ସଂକେତରୁ ଆପଣ ଜାଣିପାରିବେ ଆଜି ଆପଣଙ୍କ ଦିନ ଭଲ ହେବ କି ଖରାପ । ଆସନ୍ତୁ, ଜୀବନ ସହ ଜଡ଼ିତ ସେହି ୧୦ଟି ଶୁଭ ସଙ୍କେତ ବିଷୟରେ ଜାଣିବା, ଯାହା ଆପଣଙ୍କ ଦିନକୁ ସୁଖ, ସମୃଦ୍ଧି ଓ ସଫଳତାର ସଂକେତ ଦେଇଥାଏ।

-ହିନ୍ଦୁ ବିଶ୍ୱାସ ଅନୁସାରେ ସକାଳେ ଉଠିଲା ପରେ ଯଦି କୌଣସି ମନ୍ଦିରରେ ପୂଜା ସମୟର ଶଙ୍ଖ କିମ୍ବା ଘଣ୍ଟିର ଧ୍ୱନି ଶୁଣାଯାଏ, ତେବେ ବୁଝିନିଅନ୍ତୁ ଆଜିର ଦିନଟି ଅତ୍ୟନ୍ତ ଶୁଭ ହେବ ।

Advertisment

-ହିନ୍ଦୁ ବିଶ୍ୱାସ ଅନୁଯାୟୀ ସକାଳୁ ସକାଳୁ ଯଦି କୌଣସି ସ୍ଥାନରେ ହୋମ କାର୍ଯ୍ୟ ହେଉଥିବାର ଦେଖିବେ ତେବେ ତାହା ସୌଭାଗ୍ୟର ପ୍ରତୀକ ହୋଇଥାଏ।
 
-ଯଦି ଆପଣ କୌଣସି କାମରେ ବାହାରୁଛନ୍ତି ଏବଂ ରାସ୍ତାରେ ନାଚୁଥିବା ମୟୂର ଦେଖାଯାଏ, ତେବେ ଶୁଭ ଫଳ ମିଳିବାର ସମ୍ଭାବନା ବଢ଼ିଯାଇଥାଏ ।

-ଯଦି କୌଣସି ସ୍ଥାନକୁ ଯାଉଥିବା ବେଳେ କାଉ ତା ଥଣ୍ଟରେ ରୁଟିର ଖଣ୍ଡ ଧରିଥାଏ କିମ୍ବା ଅନ୍ୟ କାଉକୁ ଦାନା ଖୁଆଉଥିବାର ଦେଖାଯାଏ, ତେବେ ବୁଝିନିଅନ୍ତୁ ଯାତ୍ରା ସୁଖଦ ଓ ସଫଳ ହେବ।

-ହିନ୍ଦୁ ବିଶ୍ୱାସ ଅନୁସାରେ ସକାଳୁ ସକାଳୁ ଗାଈ ଦେଖାଯିବା କିମ୍ବା ତା’ର ଡାକ ଶୁଣାଯିବା ଅତ୍ୟନ୍ତ ଶୁଭ ଓ ମଙ୍ଗଳକର। 

-ହିନ୍ଦୁ ବିଶ୍ୱାସ ଅନୁସାରେ ଯଦି କୌଣସି ଗୁରୁତ୍ୱପୂର୍ଣ୍ଣ କାମ କରିବାକୁ ବାହାରୁଛନ୍ତି ଏବଂ ସାମ୍ନାରୁ ଜଣେ ମହିଳା କୋଳରେ ଶିଶୁକୁ ଧରି ଆସୁଥାଏ, ତେବେ ତାହାକୁ ଶୁଭ ସଂକେତ ବୋଲି ମାନିନେବା ଉଚିତ୍।

-ଘରେ ବିଲେଇ ଛୁଆ ଜନ୍ମ ହେଲେ ଅତ୍ୟନ୍ତ ଶୁଭ ମାନା ଯାଏ। ଏହି ଶୁଭ ସଂକେତ ମିଳେ ଯେ ଆପଣଙ୍କ ଉପରେ ଧନର ଦେବୀଙ୍କ କୃପା ବର୍ଷା ହେବ ଏବଂ ଭବିଷ୍ୟତରେ ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ୍ ହେବ।

-ଯଦି କୌଣସି କାଉ କିମ୍ବା ଅନ୍ୟ ପକ୍ଷୀ ଆପଣଙ୍କ ଘରେ ସୁନା କିମ୍ବା ରୂପାର ଅଳଙ୍କାର ପକାଇ ଚାଲିଯାଏ, ତେବେ ତାହାକୁ ଶୁଭ ସଂକେତ ବୋଲି ମାନନ୍ତୁ। 

-ହିନ୍ଦୁ ବିଶ୍ୱାସ ଅନୁସାରେ କୌଣସି ଜରୁରୀ କାର୍ଯ୍ୟରେ ଯାଉଥିବା ବେଳେ ରାସ୍ତାରେ ଯଦି ସଫେଇ କର୍ମଚାରୀଙ୍କୁ ଦେଖନ୍ତି, ତେବେ ତାହା ଶୁଭ ସଂକେତ ବୋଲି ମାନିନେବା ଉଚିତ୍।

-ଯଦି କୌଣସି ଯାତ୍ରା ଆରମ୍ଭ କରୁଥିବା ବେଳେ ରାସ୍ତାରେ ପାଣିରେ ଭର୍ତ୍ତି କଳସ ଦେଖାଯାଏ କିମ୍ବା ରାସ୍ତାରେ ଟଙ୍କା ପଡ଼ିଥିବା ମିଳେ, ତେବେ ତାହାକୁ ଶୁଭ ସଂକେତ ବୋଲି ମାନନ୍ତୁ। 

Advertisment
Related Articles
Advertisment