Advertisment

Software Engineer loses: ଯୌନରୋଗ କହି ୪୮ ଲକ୍ଷ ଲୁଟ୍ , ଫସିଗଲେ ସଫ୍ଟୱେୟାର ଇଞ୍ଜିନିୟର ...କିଡନୀ ବି ଖରାପ

ଟେଣ୍ଟ ଭିତରକୁ ଯାଇ ସେ ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ, ଯିଏ ନିଜକୁ ‘ବିଜୟ ଗୁରୁଜୀ’ ବୋଲି ପରିଚୟ ଦେଇଥିଲେ। ସେ ପୀଡ଼ିତଙ୍କୁ କହିଥିଲେ ଯେ କିଛି ‘ଦୁର୍ଲଭ ଆୟୁର୍ବେଦିକ ଔଷଧ’ ନେଲେ ସେ ସବୁବେଳ ପାଇଁ ଭଲ ହୋଇଯିବେ।

author-image
Manas Ranjan Mohanty
software engineer loses

software engineer loses Photograph: (OTV)

ବେଙ୍ଗାଲୁରୁର ଜଣେ ୨୯ ବର୍ଷୀୟ ସଫ୍ଟୱେୟାର ଇଞ୍ଜିନିୟର ଠକେଇର ସାମ୍ନା ହୋଇଛନ୍ତି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବ୍ୟକ୍ତିଜଣଙ୍କ ଅଭିଯୋଗ ଅନୁଯାୟୀ, ନିଜକୁ ଆୟୁର୍ବେଦିକ ବୋଲି ଦାବି କରୁଥିବା ଜଣେ ଔଷଧ ଦୋକାନୀ ତାଙ୍କ ଠାରୁ ମହଙ୍ଗା ହର୍ବାଲ୍ ଉତ୍ପାଦ ବିକ୍ରି କରି ୪୮ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଔଷଧ ପାଇଁ ସେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ତାଙ୍କୁ କୌଣସି ଲାଭ ମିଳିନଥିଲା, ବରଂ ଏହା କାରଣରୁ ତାଙ୍କର କିଡନୀ ଖରାପ ହୋଇଯାଇଛି।

Advertisment

ଖବର ଅନୁଯାୟୀ, ଅଭିଯୋଗକାରୀ କହିଛନ୍ତି ଯେ ୨୦୨୩ ମାର୍ଚ୍ଚରେ ବିବାହ ପରେ ତୁରନ୍ତ ତାଙ୍କୁ ଯୌନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇଥିଲା। ପ୍ରଥମେ ସେ ବେଙ୍ଗଲୁରୁ ନିକଟସ୍ଥ କେଙ୍ଗେରୀରେ ଥିବା ଏକ ମଲ୍ଟି-ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସା କରାଇଥିଲେ। ୩ ମଇରେ ପୀଡ଼ିତ ବ୍ୟକ୍ତି KLE ଲ’ କଲେଜ ନିକଟରେ ରାସ୍ତା କଡ଼ରେ ଏକ ‘ଆୟୁର୍ବେଦିକ ଦବାଖାନା’ ଟେଣ୍ଟ ଦେଖିଥିଲେ, ଯେଉଁଠାରେ ଯୌନ ସମସ୍ୟାର ‘ଶୀଘ୍ର ଚିକିତ୍ସା’ର ପ୍ରତିଶ୍ରୁତି ଦିଆଯାଇଥିଲା।

ଟେଣ୍ଟ ଭିତରକୁ ଯାଇ ସେ ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ, ଯିଏ ନିଜକୁ ‘ବିଜୟ ଗୁରୁଜୀ’ ବୋଲି ପରିଚୟ ଦେଇଥିଲେ। ସେ ପୀଡ଼ିତଙ୍କୁ କହିଥିଲେ ଯେ କିଛି ‘ଦୁର୍ଲଭ ଆୟୁର୍ବେଦିକ ଔଷଧ’ ନେଲେ ସେ ସବୁବେଳ ପାଇଁ ଭଲ ହୋଇଯିବେ। ସେହି ସନ୍ଧ୍ୟାରେ ବିଜୟ ତାଙ୍କର ପରୀକ୍ଷା କରି ଦାବି କରିଥିଲେ ଯେ “ଦେବରାଜ ବୁଟି” ନାମକ ଏକ ଦୁର୍ଲଭ ଜଡିବୁଟି ତାଙ୍କ ସମସ୍ୟାକୁ ଠିକ୍ କରିଦେବ। ବିଜୟ ତାଙ୍କୁ ୟଶବନ୍ତପୁରସ୍ଥିତ ବିଜୟଲକ୍ଷ୍ମୀ ଆୟୁର୍ବେଦିକ ଦୋକାନରୁ ଔଷଧ କିଣିବାକୁ କହିଥିଲେ । ସେ ଦାବି କରିଥିଲେ ଯେ ଏହା ହରିଦ୍ୱାରରୁ ଆସିଛି ଏବଂ ଏହାର ମୂଲ୍ୟ ପ୍ରତି ଗ୍ରାମ ପିଛା ୧.୬ ଲକ୍ଷ ଟଙ୍କା। କେବଳ ନଗଦ ଟଙ୍କାରେ ହିଁ ଔଷଧ କିଣାଯାଇପାରିବ।

Advertisment

ପୀଡ଼ିତ ବ୍ୟକ୍ତି ପ୍ରଥମେ ସେହି ଜଡିବୁଟି କିଣିଥିଲେ ଏବଂ ପରେ “ଭାବନା ବୁଟି ଥେଲା” ନାମକ ୧୫ ଗ୍ରାମ ତେଲ ପାଇଁ ପ୍ରତି ଗ୍ରାମ ୭୬,୦୦୦ ଟଙ୍କା ହିସାବରେ ୧୭ ଲକ୍ଷ ଟଙ୍କା ଦେଇଥିଲେ। ବିଜୟଙ୍କ ଚେତାବନୀ ଓ ଚାପରେ ଯେ ଚିକିତ୍ସା ବନ୍ଦ କଲେ ଗମ୍ଭୀର ସମସ୍ୟା ହେବ, ସେ ନିଜ ସ୍ତ୍ରୀ ଓ ମା’–ବାପାଙ୍କଠାରୁ ଋଣ ନେଇଥିଲେ । ତା’ପରେ ଆଉ ଦେବରାଜ ବୁଟି କିଣିବା ପାଇଁ ୨୦ ଲକ୍ଷ ଟଙ୍କାର ବ୍ୟାଙ୍କ ଲୋନ୍ ନେଇଥିଲେ। ଶେଷରେ ପ୍ରତି ଗ୍ରାମ ୨.୬ ଲକ୍ଷ ଟଙ୍କା ହିସାବରେ ଚାରି ଗ୍ରାମ ଦେବରାଜ ରସବୁଟି ପାଇଁ ୧୦ ଲକ୍ଷ ଟଙ୍କା ଆଉ ଦେଇଥିଲେ। ମୋଟ ୪୮ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିବା ପରେ ମଧ୍ୟ ତାଙ୍କ ଅବସ୍ଥାରେ କୌଣସି ଉନ୍ନତି ହୋଇନଥିଲା। ନୂଆ ମେଡିକାଲ୍ ଚେକଅପ୍‌ରେ କିଡନୀର ସମସ୍ୟା ଧରାପଡ଼ିଥିଲା, ଯାହାର ଅଭିଯୋଗ ହେଉଛି ଏହି ହର୍ବାଲ୍ ଉତ୍ପାଦ ଖାଇବା କାରଣରୁ ହୋଇଛି। 

ଯେତେବେଳେ ସେ ଆଉ ଔଷଧ କିଣିବାକୁ ମନା କରିଥିଲେ, ବିଜୟ ତାଙ୍କୁ ପ୍ରତିଦିନ ଧମକ ଦେଇ କହୁଥିଲେ ଯେ ଅଧା ଚିକିତ୍ସା ତାଙ୍କୁ ଅଧିକ କ୍ଷତି କରିବ। ଖବର ଅନୁଯାୟୀ, ଡେପୁଟି କମିଶନର ଅଫ୍ ପୋଲିସ୍ (ଦକ୍ଷିଣ-ପଶ୍ଚିମ) ଅନିତା ବି ହଡ୍ଡନବର କହିଛନ୍ତି ଯେ ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ରାସ୍ତା କଡ଼ରେ ଥିବା ସବୁ ଆୟୁର୍ବେଦିକ ଟେଣ୍ଟ ହଟାଇବାର ନିର୍ଦ୍ଦେଶ ଦିଆଯାଇଛି। ଦୋକାନ ମାଲିକ ବିଜୟର ଖୋଜାଖୋଜି ଜାରି ରହିଛି। ସୋସିଆଲ ମିଡିଆରେ ଏହି ଖବର ପ୍ରକାଶ ପାଇବା ପରେ ଲୋକେ ଆଶ୍ଚର୍ଯ୍ୟ ପ୍ରକାଶ କରୁଛନ୍ତି ଏବଂ କହୁଛନ୍ତି ଯେ କିପରି ଜଣେ ଶିକ୍ଷିତ ବ୍ୟକ୍ତି ଏଭଳି ଠକେଇର ଶିକାର ହେଲେ । 

Advertisment
Related Articles
Advertisment