/odishatv-khabar/media/media_files/2025/11/18/tara-rabi-2025-11-18-16-39-58.jpg)
Tara--Rabi Photograph: (OTV)
ନୂଆପଡ଼ା ଉପନିର୍ବାଚନ ପରେ ଏବେ ରାଜ୍ୟରେ ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ତୁ…ତୁ…ମେ…ମେ… ଚାଲିଛି। ଆଉ ଏହାରି ଭିତରେ ଏକ ରୋଚକ ଦୃଶ୍ୟ ସାମ୍ନାକୁ ଆସିଛି। ଏହି ଦୃଶ୍ୟ ସାଧାରଣରେ ଏକ ସାମାଜିକ ବାର୍ତ୍ତା ଦେଉଥିବା ବେଳେ ମାନବିକତାର କଥା କହୁଛି। ରବି-ତାରାଙ୍କ ମିଳନ ଦେଖିବାକୁ ମିଳିଛି।
ବର୍ତ୍ତମାନ ସମୟରେ ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଗୁରୁତର ଅସୁସ୍ଥ ଅଛନ୍ତି। ତାଙ୍କର ଏଭଳି ଅବସ୍ଥାରେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ ତାଙ୍କ କୋରାପୁଟ ସ୍ଥିତ ବାସଭବନରେ ଭେଟିଛନ୍ତି। ରବି ନାରାୟଣ ନନ୍ଦ ତାଙ୍କର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ। ତଥାପି ଏ ସମୟରେ ସେ ତାଙ୍କୁ ଭେଟି ନିଜର ପୁରୁଣା ସମ୍ପର୍କକୁ ମନେ ପକାଇଛନ୍ତି।
ବନ୍ଧୁ ହୋଇଗଲେ ଦୁଇ ପ୍ରତିଦ୍ୱନ୍ଦ୍ୱୀ
ତେବେ ତାରାପ୍ରସାଦ ବାହିନୀପତି ୨୦୦୦ ମସିହାରେ ପ୍ରଥମ ଥର ପାଇଁ କୋରାପୁଟରୁ ନିର୍ବାଚନ ଲଢ଼ିଥିବା ବେଳେ ରବି ନାରାୟଣ ନନ୍ଦ ୨୦୦୦ ମସିହାରେ ଜୟପୁରରୁ ନିର୍ବାଚନ ଲଢି ବିଧାୟକ ହୋଇଥିଲେ। ଉଭୟ ୨୦୦୯ ପର୍ଯ୍ୟନ୍ତ ଜୟପୁର ଓ କୋରାପୁଟ ବିଧାୟକ ଥିଲେ। କିନ୍ତୁ ୨୦୦୯ କରିଦେଲା ସବୁକିଛି ଓଲଟ ପାଲଟ। ଦୁଇ ବନ୍ଧୁ ହୋଇଗଲେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ।
୨୦୦୯ରେ କଂଗ୍ରେସ ଦଳରେ ଏମିତି କନ୍ଦଳ ହେଲା ଯେ ତାରା ପ୍ରସାଦ ବାହିନୀପତିଙ୍କୁ କଂଗ୍ରେସ ଟିକେଟ ଦେଲାନି। ତାରା ଜୟପୁରରୁ ନିର୍ବାଚନ ଲଢିବାକୁ ଚାହୁଁଥିଲେ। ଫଳରେ ତାରା ବିଜେପିରେ ଯୋଗ ଦେଇ ବିଜେପି ପ୍ରାର୍ଥୀ ହେଲେ ଆଉ ଜୟପୁରରେ ରବିନାରାୟଣ ନନ୍ଦଙ୍କ ସହ ହେଲା ଜୋରଦାର୍ ଲଢେଇ। ୨୦୦୯ରୁ ଆଜି ଯାଏଁ ଦୁହେଁ ରାଜନୈତିକ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ରହିଲେ।
ବର୍ତ୍ତମାନ ତାରାଙ୍କୁ ଭେଟି ତାଙ୍କ ଆରୋଗ୍ୟ କାମନା କରିବା ସହିତ ରାଜନୈତିକ ଲଢେଇକୁ ପୁଣି ଥରେ ଜୋରଦାର କରିବାକୁ କହିଛନ୍ତି। ରାଜନୀତିରେ କେହି କାହାର ସବୁ ଦିନ ଶତ୍ରୁ ବା ସବୁ ଦିନ ମିତ୍ର ନଥାନ୍ତି ।
ଏଇଠି ଗୋଟିଏ କଥା ସ୍ପଷ୍ଟ ଯେ ରାଜନୀତିରେ ନୀତିଗତ ଲଢେଇ ହେଉ କି ବ୍ୟକ୍ତିଗତ ଶତ୍ରୁତା, ମାନବିକତା ହିଁ ସବୁଠାରୁ ଉର୍ଦ୍ଧ୍ୱରେ।
The Rise and Fall of Human’s Film Career: ଅରିନ୍ଦମଙ୍କ ଫିଲ୍ମରୁ ହ୍ୟୁମାନଙ୍କ କ୍ୟାରିୟର ଆରମ୍ଭ, ଅନୁଭବଙ୍କ ଫିଲ୍ମରେ ଶେଷ

Roadside Crushers Destroying Agriculture: ସରକାରୀ ନିୟମକୁ ଫୁ, ରାସ୍ତାକଡରେ କ୍ରସର..ଉଜୁଡି ଯାଉଛି ଚାଷ

Shocking Viral Clip: ଭାଇରାଲ୍ ଭିଡ଼ିଓ, ଏମିତି ବାପାକୁ କ'ଣ କହିବେ ?

CM Assigns 9 Key Tasks: ଜିଲ୍ଲାପାଳ ମାନଙ୍କୁ ୯ଟି ଟାସ୍କ ଦେଲେ ମୁଖ୍ୟମନ୍ତ୍ରୀ: ଗାଦି ମଡ଼ା ଅଫିସରଙ୍କୁ ବଦଳାଅ, ସୋସିଆଲ୍ ମିଡିଆରେ ସରକାରଙ୍କ କାମର ପ୍ରଚାର କର

Ambulance Catches Fire: ଜଳିଗଲା ଆମ୍ବୁଲାନ୍ସ: ନବଜାତକ ଶିଶୁ ଓ ଡାକ୍ତରଙ୍କ ସମେତ ୪ ମୃତ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)