Advertisment

Horrific Attempt on Wife’s Life: ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ସ୍ୱାମୀ, ଘରେ ଥିଲେ ବଞ୍ଚିନଥାନ୍ତା ସ୍ତ୍ରୀ

ନିଆଁ ଲଗା ସ୍ବାମୀର ନାରକୀୟ କାଣ୍ଡ । ସ୍ତ୍ରୀକୁ ମାରିବାକୁ ଘରେ ଲଗାଇଲା ନିଆଁ । ଜଳିଗଲା ଘର, ବଞ୍ଚିଗଲା ସ୍ତ୍ରୀ । କ୍ରିମିନାଲ୍ ସ୍ବାମୀର କ୍ରାଇମ୍ ପ୍ଲାନ୍ ଭଣ୍ଡୁର ହୋଇଛି । ଜୀବନ ସିନା ବଞ୍ଚିଯାଇଛି, ହେଲେ ସବୁ କିଛି ଜଳିପୋଡ଼ି ପାଉଁଶ ହୋଇଛି ।

author-image
Tapan Swain
Murder-Attempt

Murder-Attempt Photograph: (OTV)

ନିଆଁ ଲଗା ସ୍ବାମୀର ନାରକୀୟ କାଣ୍ଡ । ସ୍ତ୍ରୀକୁ ମାରିବାକୁ ଘରେ ଲଗାଇଲା ନିଆଁ । ଜଳିଗଲା ଘର, ବଞ୍ଚିଗଲା ସ୍ତ୍ରୀ । କ୍ରିମିନାଲ୍ ସ୍ବାମୀର କ୍ରାଇମ୍ ପ୍ଲାନ୍ ଭଣ୍ଡୁର ହୋଇଛି । ଜୀବନ ସିନା ବଞ୍ଚିଯାଇଛି, ହେଲେ ସବୁ କିଛି ଜଳିପୋଡ଼ି ପାଉଁଶ ହୋଇଛି । ଏପରି ଏକ ଘଟଣା କପ୍ତିପଦା ଥାନା ଗୌଡ଼ଗାଁ କୁଆଗୋଠଣା ଗ୍ରାମରୁ ଆସିଛି । ସ୍ତ୍ରୀକୁ ଜୀବନରୁ ମାରିଦେବାକୁ ଯୋଜନା କରି ସ୍ବାମୀ ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । 

Advertisment

ବାପ ଘରକୁ ଶୁଦ୍ଧିକ୍ରିୟା ପାଇଁ ଯାଇଥିଲେ

ଉଦଳା ଥାନା ବାଉଁଶପାଳ ଅଞ୍ଚଳର ଶ୍ରଦ୍ଧାଞ୍ଜଳି ବାରିକ ଏବଂ ସ୍ୱାମୀ ମୃତ୍ୟୁଞ୍ଜୟ ବାରିକ ଉଭୟ ଉଭୟଙ୍କ ଠାରୁ ଅନେକ ଦିନ ଧରି ଅଲଗା ରହୁଥିଲେ । ଶ୍ରଦ୍ଧାଞ୍ଜଳି ନିଜ ବାପ ଘରକୁ ଶୁଦ୍ଧିକ୍ରିୟା ପାଇଁ ଯାଇଥିବା ବେଳେ ପଡିଶାଙ୍କ ନିକଟରୁ ଘରେ ନିଆଁ ଲାଗିଥିବା ଖବର ପାଇଥିଲେ । ପରେ ଶୋଇବା ଘରର ଝରକା ଭଙ୍ଗାଯାଇ ପେଟ୍ରୋଲ ଢାଳି ନିଆଁ ଲଗାଯାଇଥିବା ସେ ଜାଣିପାରିଥିଲେ । ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିବା ବେଳେ ସ୍ୱାମୀ ଏବଂ ଶ୍ୱଶୁର ଘରେ ନିଆଁ ଲଗାଇ ମାରିବାକୁ ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି ଶ୍ରଦ୍ଧାଞ୍ଜଳି । 

ପୂର୍ବରୁ ଅନେକ ବାର ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ଶ୍ୱଶୁର ଘର ଲୋକେ । ତେଣୁ ଏଭଳି କାଣ୍ଡ ଭିଆଇ ଥିବା ଶ୍ରଦ୍ଧାଞ୍ଜଳି କହିଛନ୍ତି । ତେବେ ଏହି ଘଟଣାର ତଦନ୍ତ ହେଲେ ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିବ ।

Advertisment

Husband Murder Attempt
Advertisment
Related Articles
Advertisment