/odishatv-khabar/media/media_files/2026/01/29/gutkha-2026-01-29-20-23-08.jpg)
GUTKHA Photograph: (OTV)
ସରକାରଙ୍କ କଡ଼ା ନିୟମ ପରଠୁ ଖୁଟ୍ଖା ଖିଆଙ୍କ ଅକଲ୍ ଗୁଡୁମ୍...କାହାକୁ ଖଣ୍ଡେ ବିଡ଼ି ନହେଲେ ହେଉନି । ଆଉ କାହାକୁ ଗୁଟଖା ଖଣ୍ଡେ ନଖାଇଲେ ପାଟି କୁଆଡ଼େ ଆମ୍ବିଳା ଆମ୍ବିଳା ଲାଗୁଛି... । ଆଉ କିଏ ତ ଛାଡ଼ିବାକୁ ଚାହୁଁଛନ୍ତି ସତ, କିନ୍ତୁ ପାନରେ ଯେଉଁ ପଞ୍ଚରସ ଅଛି, ତାହା ନହେଲେ ହଜମ ହେଉନି । ଏଠି କହିବେ ତ କାହାକୁ କହିବେ, ବୁଝାଇବେ ତ କାହାକୁ ବୁଝାଇବେ। ତଥାପି ସରକାର ଯେତେବେଳେ କଡ଼ା ନିୟମ କଲେଣି ତେଣୁ ଛାଡ଼ିବାକୁ ହେବ। ଚେଷ୍ଟା କଲେ ସବୁ ସମ୍ଭବ ବୋଲି ମନକୁ ବୁଝାଇବା ଆରମ୍ଭ କଲେଣି।
ଏମାନେ କଟକ ଅଞ୍ଚଳର ଜଣେ ଜଣେ ଗୁଟଖା, ପାନ, ବିଡ଼ି ଆସକ୍ତ ବ୍ୟକ୍ତି। ଅନେକ ବର୍ଷ ହେଲାଣି ଖାଇ ଆସୁଛନ୍ତି। ସୌଭାଗ୍ୟକୁ ଏଯାଏଁ କୌଣସି ବଡ଼ ରୋଗରେ ପଡ଼ିନାହାଁନ୍ତି ସିନା, କିନ୍ତୁ ବ୍ରହ୍ମଗିରିର ମୂରଲୀଧର ବେହେରା ହାଡ଼େ ହାଡ଼େ ଅନୁଭବ କରିଛନ୍ତି ଗୁଟଖାର ପରିଣାମ। ପିଲାଟି ଦିନରୁ ଗୁଟଖା ଖାଇ ଜମିବାଡ଼ି ବିକି ଦେଇଛନ୍ତି ସେ। ପାରିବାରିକ ଅଶାନ୍ତି ବି ଘଟିଛି। ଶେଷରେ ପଡ଼ିଲେ କ୍ୟାନ୍ସର ରୋଗରେ। କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ଅସ୍ତ୍ରୋପଚାର ପରେ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ। ତେଣୁ କହିଛନ୍ତି, ଜୀବନ ଆଗ-ଗୁଟଖା ପଛ।
ବ୍ୟବସାୟୀଙ୍କ ଲାଇସେନ୍ସ ବାତିଲ ପାଇଁ ଚେତାବନୀ
ଗୁଟକା ଓ ତମାଖୁ ଯୁକ୍ତ ସାମଗ୍ରୀକୁ ରାଜ୍ୟରେ ନିଷେଧ କରିଛନ୍ତି ସରକାର। ଗତ ୨୧ ତାରିଖରେ କଡ଼ାକଡ଼ି ବିଜ୍ଞପ୍ତି ବି ପ୍ରକାଶ ପାଇଛି। ରାଜଧାନୀରେ ତ ଓମଫେଡ୍ ବୁଥରେ କିମ୍ବା କୌଣସି ଭେଣ୍ଡିଂ ଜୋନରେ ଗୁଟଖା ବିକିଲେ, କଡ଼ା ଆକ୍ସନ୍ ସହ ସଂପୃକ୍ତ ବ୍ୟବସାୟୀଙ୍କ ଲାଇସେନ୍ସ ବାତିଲ ପାଇଁ BMC ଚେତାବନୀ ଶୁଣାଇଛି। କିନ୍ତୁ କିଛି ଅମାନିଆ ଗୁଟଖାଖିଆଙ୍କ ପାଇଁ ଭୁବନେଶ୍ବର କିଛି ଲାଭଖୋର୍ ଦୋକାନୀ କଳାବଜାରୀ କରି ମାଲାମାଲ୍। କେଉଁଠି ୫ ଟଙ୍କିଆ ପ୍ୟାକେଟକୁ ୧୦ ଟଙ୍କାରେ ବିକ୍ରି କରାଯାଉଛି, ତ ଆଉ କିଏ ୨୦ ଟଙ୍କାରେ ବିକିବା ପାଇଁ ଯୋଜନା ରଖିଛନ୍ତି। ହିଡେନ୍ କ୍ୟାମେରାରେ ଯାହାକୁ କଏଦ କରିଥିଲେ ଓଟିଭି ପ୍ରତିନିଧି।
ଏଭଳି ସ୍ଥିତିକୁ ଦେଖି ବ୍ୟାପକ ଜନସଚେତନତା ସହ ରାଜ୍ୟ ସରକାର କଠୋର ହେବା ଆବଶ୍ୟକ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ତା ସହ ନିଶା ଆସକ୍ତ ବ୍ୟକ୍ତିଙ୍କୁ ଗୁଟଖା, ପାନ କିମ୍ବା ବିଡ଼ିର ବିକଳ୍ପ ସ୍ବରୂପ ସାଦା ମସଲା ନଚେତ ଚୁଇଂଗମ୍ ବ୍ୟବହାର କରି ଅଭ୍ୟାସ ବଦଳାଇବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ତେଣେ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ପ୍ରାଥମିକ ସ୍ତରରେ ସଚେତନତା ସହ ଶିକ୍ଷାନୁଷ୍ଠାନ ନିକଟରେ ଗୁଟଖା ବିକ୍ରି ବନ୍ଦ କରାଯିବ। ଜିଲ୍ଲାସ୍ତରୀୟ ଏନଫୋର୍ସମେଣ୍ଟ ଟିମ୍ ଗଠନ କରି ଗୁଟଖା ବିରୋଧରେ ଅପରେସନକୁ ଜୋରଦାର କରାଯିବ।
ସରକାର ତ ଆଇନ କରିବେ, ଆକ୍ସନ ବି ନେବେ। କିନ୍ତୁ ଗୁଟଖା କିମ୍ବା ତମାଖୁଯୁକ୍ତ ହାନିକାରକ ଦ୍ରବ୍ୟଠୁ ଯଦି ଲୋକେ ଦୂରେଇ ନରହିବେ, ତା’ହେଲେ ନିଜକୁ ହିଁ ଭୋଗିବାକୁ ହେବ ପରିଣାମ। ତେଣୁ କୁହାଯାଏ, ଅଭ୍ୟାସ ବଳେ ସର୍ବସିଦ୍ଧି, ଜାଣିବ ଏହା ମହାବିଧି।...
Wedding Market Heats Up: ବାହା ବଜାରରେ ସୁନା-ରୁପା ଦର ବୃଦ୍ଧି ନିଆଁ,୨ ଲକ୍ଷ ମୁହାଁ ସୁନା ଓ ରୁପା କିଲୋ ୪ ଲକ୍ଷ ପାର

Rajya Sabha Election Twist: ରାଜ୍ୟସଭା ନିର୍ବାଚନ ନେଇ ନବୀନଙ୍କ କୋର୍ଟକୁ ଭକ୍ତଙ୍କ ବଲ୍, ୪ର୍ଥ ସିଟରେ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ ଦେବ କି ବିଜେଡି ?

Big Setback for UGC: UGC ନୂଆ ନିୟମକୁ ସୁପ୍ରିମ୍ ଝଟକା, ବଳବତ୍ତର ରହିବ UGC ୨୦୧୨ ରେଗୁଲେସନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)