Advertisment

Wedding Market Heats Up: ବାହା ବଜାରରେ ସୁନା-ରୁପା ଦର ବୃଦ୍ଧି ନିଆଁ,୨ ଲକ୍ଷ ମୁହାଁ ସୁନା ଓ ରୁପା କିଲୋ ୪ ଲକ୍ଷ ପାର

ବାହା ବଜାରରେ ଯେମିତି ନିଆଁ ଲଗାଇଦେଇଛି ସୁନା ଓ ରୁପାର ଭାଉ। ତାଉ ଏମିତି ଯେ ହଜାରେ ଦୁଇ ହଜାର ଟଙ୍କା ବଢୁଥିବା ୧୦ ଗ୍ରାମ ସୁନା ଦର ଆଜି ଦିନକରେ ୧୦ ହଜାରରୁ ଅଧିକ ଟଙ୍କା ବଢ଼ି ଲକ୍ଷେ ୭୮ ହଜାର ଟପିଛି। ସେହିପରି ଘାଇଁ ଘାଇଁ ବଢୁଛି ରୁପା ରେଟ୍।

author-image
Tapan Swain
GOLD-SILVER-PRICE

GOLD-SILVER-PRICE Photograph: (OTV)

ରେକର୍ଡ ବ୍ରେକ୍ କରୁଛି ସୁନା । ଲମ୍ବା ଡିଆଁ ମାରୁଛି ଚାନ୍ଦି । ରୁପା କିଲୋ ୪ ଲକ୍ଷ ପାର୍ । ୨ ଲକ୍ଷ ମୁହାଁ ସୁନା ଦର ।
ରେଟ୍ ଶୁଣିଲେ ହୋସ୍ ଉଡୁଛି। ଲଙ୍ଗ ଜମ୍ପ ମାରିଛି ଗୋଲ୍ଡ, ହାଇଜମ୍ପ ମାରୁଛି ସିଲଭର। କିଣିବା କଥା ଦୂରେ ଥାଉ ସୁନା-ରୁପା ନାଁ ଶୁଣିଲେ କି ଦେଖିଲେ ଗ୍ରାହକଙ୍କ ଛାତି ଧଡ଼ଧଡ଼ ହେଉଛି। ଫୁଲ ସ୍ପିଡରେ ବଢୁଛି ରେଟ୍। ଆଜି ପ୍ରାଇସ୍ ସବୁ ରେକର୍ଡକୁ ଟପି ଯାଇଛି।

Advertisment

ଗୋଟିଏ ଦିନରେ ସୁନା ଏକାଥରକେ ୧୦ ହଜାର ଓ ରୁପା ଦାମ୍ ବଢ଼ିଛି ୨୫ ହଜାରରୁ ଅଧିକ ଟଙ୍କା। ୨୪ କ୍ୟାରେଟ୍ ସୁନା ଦର ଆଜି ୧୦ ଗ୍ରାମକୁ ରହିଛି ୧ ଲକ୍ଷ ୭୮ ହଜାର ୮୫୦ ଟଙ୍କା। ୨୨ କ୍ୟାରେଟ୍ ଗୋଲ୍ଡ ୧ ଲକ୍ଷ ୬୩ ହଜାର ୯୫୦ ଟଙ୍କା ଛୁଇଁଛି। ସୁନା ଭଳି ଘାଇଁ ଘାଇଁ ବଢୁଛି ରୁପା ରେଟ୍। ନିଇତି ନୂଆ ରେକର୍ଡ କରୁଥିବା ବେଳେ ଆଜି ଗୋଟିଏ ଦିନରେ କିଲୋ ପ୍ରତି ଦାମ୍ ୨୫ ହଜାର ମହଙ୍ଗା ହୋଇଛି।

ଚାନ୍ଦିର ଲମ୍ବା ଡିଆଁ

ରୁପା ଛୁଇଁଛି ୪ ଲକ୍ଷ ୨୫ ହଜାର ଟଙ୍କା। ଏମିତି ସ୍ଥିତି ଯେ ସୁନାରୁ ମୁହଁ ଫେରାଇ ଚାନ୍ଦି କିଣିବାକୁ ମନ ବଳାଇଥିବା  ଗ୍ରାହକ ପାଉଁଜିଟିଏ କିଣିବାକୁ ବି ସାହସ ଜୁଟାଇ ପାରୁ ନାହାନ୍ତି। ଏଭଳି ଦରବୃଦ୍ଧି ଜାରି ରହିଲେ ଦିନ ଆସିବ ଗୋଲ୍ଡ ସିଲଭର କିଣିବା ସାଧାରଣ ଲୋକଙ୍କ ପାଇଁ ସ୍ବପ୍ନ ହୋଇଯିବ। ... 

Advertisment

 ବିଶେଷଜ୍ଞଙ୍କ ମତରେ, ଆଗକୁ ଦର ଆହୁରି ବଢ଼ିବ। ଦୁଇ ଲକ୍ଷ ବି ଛୁଇଁପାରେ। ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତା, ଗ୍ରୀନଲାଣ୍ଡ ବିବାଦ, ଡଲାର ତୁଳନାରେ ଟଙ୍କା ବିନିମୟ ମୂଲ୍ୟ ହ୍ରାସ ଦର ବୃଦ୍ଧିର କାରଣ। ସୁନା ଓ ରୁପା ଭଳି ନିରାପଦ ଧାତୁରେ ନିବେଶ ବୃଦ୍ଧି ଅନ୍ୟ ଏକ ପ୍ରମୁଖ କାରଣ।

ସେହିପରି ବିଦେଶୀ ମୁଦ୍ରା ଭଣ୍ଡାରକୁ ସୁରକ୍ଷା ଦେବାକୁ ଟନ୍ ଟନ୍ ସୁନା କିଣି ଗଚ୍ଛିତ ରଖୁଛନ୍ତି ଆରବିଆଇ ଭଳି ବିଭିନ୍ନ ଦେଶର ସେଣ୍ଟ୍ରାଲ ବ୍ୟାଙ୍କ। କେବଳ ମୂଲ୍ୟବାନ ଧାତୁ ନୁହେଁ କରେନ୍ସୀ ଭାବରେ ବିବେଚନା କରୁଛନ୍ତି।

ଅନ୍ୟପଟେ ସୌରଶକ୍ତି, ଇଲେକ୍ଟ୍ରୋନିକ୍ସ ଓ ଇଭିରେ ରୁପା ବହୁଳ ବ୍ୟବହୃତ ହେଉଛି। ତେଣୁ ଚାନ୍ଦି କେବଳ ଏକ ଅଳଙ୍କାର ସାମଗ୍ରୀ ନୁହେଁ, ଗୁରୁତ୍ୱପୂର୍ଣ୍ଣ କଞ୍ଚାମାଲ ହୋଇଛି। ଟ୍ରମ୍ପଙ୍କ ଟାରିଫ୍ ଭୟରେ ଆମେରିକୀୟ କମ୍ପାନୀ ବିପୁଳ ପରିମାଣର ରୁପା ଷ୍ଟକ୍ କରୁଛନ୍ତି। ଚାହିଦା ଅନୁସାରେ ସପ୍ଲାଇ ନଥିବାରୁ ଆକାଶଛୁଆଁ ହେଉଛି ଦର। 

ବିବାହ ଋତୁରେ ଭୟଙ୍କର ଭାବରେ ଡରାଇଛି ସୁନା ଓ ରୁପା ଦର। ଗଲା ୮ ଦିନ ଭିତରେ ସୁନା ୩୦ ହଜାର ୪୮୦ ଟଙ୍କା ଓ ସିଲଭର୍ କିଲୋ ୮୫ ହଜାର ମହଙ୍ଗା ହୋଇଛି। ଗତ ୨୯ ଦିନରେ ସୁନା ଦାମ୍ ୪୩ ହଜାରରୁ ଅଧିକ ଟଙ୍କା ବଢ଼ିଥିବା ବେଳେ ଚାନ୍ଦି କିଲୋ ପ୍ରତି ଦର ବଢିଛି ୧ ଲକ୍ଷ ୫୫ ହଜାର ଟଙ୍କା। ... 

Gold Silver Gold Price
Advertisment
Related Articles
Advertisment