/odishatv-khabar/media/media_files/2026/01/29/bhakta-naveen-2026-01-29-19-53-32.jpg)
BHAKTA-NAVEEN Photograph: (OTV)
ରାଜ୍ୟସଭାରେ ସମର୍ଥନ ପାଇଁ ନବୀନଙ୍କୁ ଭକ୍ତଙ୍କ ପ୍ରସ୍ତାବ ପରେ ଅଡୁଆରେ ବିଜେଡି। ଚତୁର୍ଥ ସିଟରେ କଂଗ୍ରେସ ପ୍ରାର୍ଥୀକୁ ଦେବ କି ସମର୍ଥନ ? ନା ଉଭୟେ ମିଶି ଦେବେ ପ୍ରାର୍ଥୀ ? ନା ସମଦୂରତା ନୀତିରେ ଯିବ ଦଳ ? ରାଜ୍ୟସଭାରେ ଚତୁର୍ଥ ସିଟ୍ ପାଇଁ ସଂଖ୍ୟା ନଥିଲେ ମଧ୍ୟ ବିଜେଡି ସମର୍ଥନ ଲୋଡି ନବୀନ ପଟ୍ଟନାୟକଙ୍କ କୋର୍ଟକୁ ବଲ୍ ମାରିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ। ତାପରେ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଛି ଏମିତି ଚର୍ଚ୍ଚା।
କଣ ରହିବ ବିଜୁ ଜନତା ଦଳର ଷ୍ଟାଣ୍ଡ। ରାଜ୍ୟସଭା ଅଙ୍କ କହୁଛି ଗୋଟିଏ ରାଜ୍ୟସଭା ସିଟ ହାତେଇବା ପାଇଁ ଆବଶ୍ୟକ ୩୧ ବିଧାୟକଙ୍କ ଭୋଟ। ବିଜେଡି ପାଖରେ ଦୁଇ ନିଲମ୍ବିତ ବିଧାୟକଙ୍କୁ ବାଦ ଦେଲେ ୪୮ ବିଧାୟକ ରହିଛନ୍ତି। ଗୋଟିଏ ରାଜ୍ୟସଭା ସିଟ୍ ବାଦ୍ ଆହୁରି ୧୭ ବିଧାୟକଙ୍କ ଭୋଟ ବଳକା ରହିବ।
ଅନ୍ୟପଟେ କଂଗ୍ରେସ ନିକଟରେ ଜଣେ କମ୍ୟୁନିଷ୍ଟ ବିଧାୟକଙ୍କ ସହ ୧୫ ବିଧାୟକଙ୍କ ଭୋଟ ରହିଛି। ଅର୍ଥାତ ଦୁଇ ଜଣଙ୍କର ଭୋଟ୍ ମିଶିଲେ ୩୨ ବିଧାୟକଙ୍କ ଭୋଟ ହେଉଛି। ତେଣୁ ଭକ୍ତଙ୍କ ସମୀକରଣ ଅନୁସାରେ କଂଗ୍ରେସ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଦେଲେ କିମ୍ବା ଉଭୟେ ମିଶି ପ୍ରାର୍ଥୀ ଦେଲେ ଜିତିବା ସୁନିଶ୍ଚିତ। ଅନ୍ୟପଟେ ବିଜେଡି ବିଧାୟକଙ୍କ ଯୁକ୍ତି ଦୁଇଟି ଯାକ ସିଟ୍ ହାତେଇବ ବିଜେଡି। ଯାହା ଚର୍ଚ୍ଚାକୁ ବଢାଇଛି।
ଏପ୍ରିଲରେ ରାଜ୍ୟସଭା ନିର୍ବାଚନ ହେବାକୁ ଥିବେ ବେଳେ ଫେବୃଆରୀ ପ୍ରଥମ ସପ୍ତାହରେ ନବୀନଙ୍କୁ ଭେଟିବାକୁ ସମୟ ମାଗିଛନ୍ତି ଭକ୍ତ। ତେବେ ଭକ୍ତଙ୍କୁ ଭେଟଘାଟ ପାଇଁ ସମୟ ଦେବେ ତ ନବୀନ ? ଯଦି ଭକ୍ତ ସମର୍ଥନ ମାଗନ୍ତି ତାହେଲେ ନବୀନ ସମର୍ଥନ ଦେବେ ନା ମିିଶିକରି ଜଣଙ୍କୁ ପ୍ରାର୍ଥୀ କରିବେ ? ୨୦୦୯ ମସିହାରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ ଶାସକ ଦଳ ଭାବେ ବିଜେଡି କଂଗ୍ରେସ ଏବଂ ବିଜେପିଠାରୁ ସମଦୂରତା ରଖି ଆସୁଥିବା କହି ଆସିଛି।
ଅଡୁଆରେ ବିଜେଡି
ଯଦିଓ ଅନେକ ସମୟରେ କେନ୍ଦ୍ରରେ ଏନଡିଏ ସରକାରଙ୍କ ଅନେକ ବିଲକୁ ସମର୍ଥନ ଦେଇଛି ଦଳ। ଏମିତି କି ଅତୀତରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟ ଦୁଇ ଦୁଇ ଥର ରାଜ୍ୟସଭା ସାଂସଦ କରିବାରେ ବିଜେଡି ସମର୍ଥନ ଦେଇଛି। ଅପରପକ୍ଷରେ ବିଜେଡି ଇତିହାସରେ କଂଗ୍ରେସକୁ ସମର୍ଥନ ଦେବା ନଜିର ନାହିଁ। ନିକଟରେ ବିଧାନସଭାରେ କଂଗ୍ରେସ ପକ୍ଷରୁ ଆସିଥିବା ଅନାସ୍ଥାକୁ ସମର୍ଥନ ପାଇଁ ପିସିସି ସଭାପତି ପ୍ରସ୍ତାବ ରଖିଥିଲେ ମଧ୍ୟ ବିଜେଡି ସମର୍ଥନ ଦେଇନଥିଲା।
ଅନ୍ୟପଟେ ଏପରି ଏକ ସମୀକରଣ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି, ସେମାନେ ତାଙ୍କ ରଣନୀତି କରୁଛନ୍ତି ଆମେ ଆମ ରଣନୀତି କରୁଛୁ। ଚତୁର୍ଥ ସିଟ ହାତେଇବା ରଣନୀତି ଏବଂ ପ୍ରାର୍ଥୀ ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ।
ବଡ଼ କଥା ହେଉଛି ଯଦିଓ ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ ବିଜେଡି। କିନ୍ତୁ କେନ୍ଦ୍ର କିମ୍ବା ରାଜ୍ୟ ସରକାର ବିରୋଧରେ ସେଭଳି କଡ଼ା ବିରୋଧ କିମ୍ବା ଆଭିମୁଖ୍ୟ ଦେଖିବାକୁ ମିଳିନାହିଁ। ତେବେ ନବୀନ ଭକ୍ତଙ୍କୁ ଭେଟଘାଟ ପାଇଁ ସମୟ ଦେଉଛନ୍ତି ନା ନାହିଁ ତାହା ଦେଖିବାର କଥା।...
Big Setback for UGC: UGC ନୂଆ ନିୟମକୁ ସୁପ୍ରିମ୍ ଝଟକା, ବଳବତ୍ତର ରହିବ UGC ୨୦୧୨ ରେଗୁଲେସନ

Bribery Charge: ଭିଜିଲାନ୍ସ ଜାଲରେ SCB ଆସୋସିଏଟ ପ୍ରଫେସର, ସାମଗ୍ରୀ ଯୋଗାଣ ପାଇଁ ବିଡରଙ୍କ ଠାରୁ ନେଉଥିଲେ ଲାଞ୍ଚ

Tufail Ahmad Earns Odisha Ranji Call-Up: ଓଡ଼ିଶା ରଣଜୀ ଟିମରେ ସାମିଲ୍ ହେଲେ ଅଲରାଉଣ୍ଡର୍ ତୁଫୈଲ ଅହମ୍ମଦ, ବାମହାତୀ ସ୍ପିନ୍ ବୋଲିଂ ସହ ଡାହାଣହାତୀ ବ୍ୟାଟିଂ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)