Advertisment

GST Raid at Tour and Travel Offices: ପୁରୀରେ ବଡ଼ ଧରଣ ରେଡ୍, ବେଳାଭୂମିର ସମସ୍ତ ଟୁର୍ ଓ ଟ୍ରାଭେଲ୍ ଅଫିସରେ ଚଢାଉ

ପୁରୀରେ ବଡ଼ ଧରଣର ରେଡ୍। ବେଳାଭୂମିରେ ଥିବା ସମସ୍ତ ଟୁର ଓ ଟ୍ରାଭେଲ ଅଫିସରେ ଚଢାଉ କରାଯାଉଛି। ଆଇନ ମୁତାବକ ଟୁର ଓ ଟ୍ରାଭେଲ ଚଳାଉଥିବା ସଂସ୍ଥା ପୁରୀ ପୌରାଞ୍ଚଳରେ ଟ୍ରେଡ ଲାଇସେନସ କରିଛନ୍ତି ନା ନାହିଁ।

author-image
Madhupriya Mistry
Raid

Raid Photograph: (OTV)

ପୁରୀରେ ବଡ଼ ଧରଣର ରେଡ୍। ବେଳାଭୂମିରେ ଥିବା ସମସ୍ତ ଟୁର ଓ ଟ୍ରାଭେଲ ଅଫିସରେ ଚଢାଉ କରାଯାଉଛି। ଆଇନ ମୁତାବକ ଟୁର ଓ ଟ୍ରାଭେଲ ଚଳାଉଥିବା ସଂସ୍ଥା ପୁରୀ ପୌରାଞ୍ଚଳରେ ଟ୍ରେଡ ଲାଇସେନସ କରିଛନ୍ତି ନା ନାହିଁ। ବ୍ୟବସାୟ କରି ଲାଭ ଉପାର୍ଜନ କରୁଥିବାରୁ ଜିଏସଟି ଜମା କରୁଛନ୍ତି ନା ଠକେଇ କରୁଛନ୍ତି। ଏ ସବୁର ତନାଘନା ନେଇ ଚାଲିଛି ଜିଏସଟି ରେଡ।

Advertisment

 ଏହାସହ ଭୁବନେଶ୍ୱର, କୋଣାର୍କ, ସାତପଡା ସାଇଟ୍ ସିନ ପାଇଁ ଧାର୍ଯ୍ୟ ଦରଠାରୁ ଅଧିକ ଟଙ୍କା ନେଇ ପର୍ଯ୍ୟଟକଙ୍କୁ ଠକେଇ କରୁଛନ୍ତି ନା ସଠିକ ଟଙ୍କା ନେଇ ବୁକିଂ କରୁଛନ୍ତି। ଏ ସମସ୍ତ ଉପରେ ଯାଞ୍ଚ କରାଯାଉଛି। ଜିଏସଟି ସହ ସି ବିଚ୍ ପୋଲିସ ମଧ୍ୟ ତଦନ୍ତ କରୁଛି।

ବେଳାଭୂମିରେ ସମସ୍ତ ଟୁର ଓ ଟ୍ରାଭେଲ୍ ଅଫିସରେ ରେଡ୍ 
ପୌରସଂସ୍ଥାରୁ ଟ୍ରେଡ୍ ଲାଇସେନ୍ସ ପାଇଛନ୍ତି ନା ନାହିଁ ? 
ଆଇନ ମୁତାବକ ସଂସ୍ଥା ଚଳାଉଛନ୍ତି ନା ନାହିଁ ? 
ଲାଭ ଉପାର୍ଜନ ପରେ GST ଜମା କରୁଛନ୍ତି ନା ନାହିଁ ? 
ଲାଭ କରି GST ଠକେଇ କରୁଛନ୍ତି କି  ?
ଏ ସବୁର ତନାଘନା ନେଇ GST ରେଡ୍ 
ପୁରୀ ସି ବିଚ୍ ପୋଲିସ ମଧ୍ୟ କରୁଛି ତନାଘନା 

Advertisment

Odisha Puri Puri Sea Beach GST Raid
Advertisment