/odishatv-khabar/media/media_files/2026/01/27/nitin-nabin-2026-01-27-11-03-04.jpg)
Nitin Nabin Photograph: (OTV)
ନିତିନ ନବୀନଙ୍କ ମିଶନ ବଙ୍ଗ । ଆଜିଠୁ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ ବିଜେପିର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ। ଦୁର୍ଗାପୁର ଏବଂ ଆସାନସୋଲ ଗସ୍ତ କରିବେ ନିତିନ । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ଏହା ତାଙ୍କର ପ୍ରଥମ ପଶ୍ଚିମବଙ୍ଗ ଗସ୍ତ। ସେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହିତ ସାଂଗଠନିକ ବୈଠକ କରିବେ।
ଦଳର ବରିଷ୍ଠ ନେତା ଏବଂ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିବେ ନିତିନ। ନୀତିନ ନବୀନ ଗସ୍ତ କରୁଥିବା ଦୁର୍ଗାପୁର ଏବଂ ଆସାନସୋଲରେ ବହୁ ସଂଖ୍ୟକ ଅଣ-ବଙ୍ଗାଳୀ ଭୋଟର ଅଛନ୍ତି। ଏହି ଭୋଟରଙ୍କ ମଧ୍ୟରୁ ଅଧିକାଂଶ ମୂଳତଃ ବିହାରର। ଏଣୁ ନିତିନ ନବୀନଙ୍କ ଗସ୍ତ ଏଠାରେ ରହୁଥିବା ଭୋଟରଙ୍କ ପାଇଁ ଏକ ବଡ଼ ବାର୍ତ୍ତା ଦେବ ।
ବଡ଼ ପ୍ରଭାବ ପକାଇପାରେ
ପଶ୍ଚିମ ବର୍ଦ୍ଧମାନର ଏହି ଦୁଇଟି ଲୋକସଭା ଆସନ ଏବେ ତୃଣମୂଳ କଂଗ୍ରେସ ହାତରେ ଅଛି। ଆସନ୍ତା ନିର୍ବାଚନରେ ଏହି ଲୋକସଭା ଆସନ ଅନ୍ତର୍ଗତ ବିଧାନସଭା ଆସନ ଉପରେ ବିଜେପି ନଜର ରଖିଛି। ନିତିନ ନବୀନଙ୍କ ଗସ୍ତ ଭୋଟର ଓ ଦଳୀୟ କର୍ମୀଙ୍କ ଉପରେ ବଡ଼ ପ୍ରଭାବ ପକାଇପାରେ ବୋଲି ବିଜେପି ଆଶା ରଖିଛି ।
ଆଜିଠୁ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ ନିତିନ ନବୀନ
ରାଷ୍ଟ୍ରୀୟ ଅଧ୍ୟକ୍ଷ ପରେ ପ୍ରଥମ କରି ପଶ୍ଚିମବଙ୍ଗ ଯିବେ ନିତିନ ନବୀନ
ଦୁର୍ଗାପୁର ଏବଂ ଆସାନସୋଲ ଗସ୍ତ କରିବେ
ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ଓ ସାଂଗଠନିକ ବୈଠକ କରିବେ
ଦଳର ବରିଷ୍ଠ ନେତା ଏବଂ କର୍ମୀଙ୍କ ସହ କରିବେ ଆଲୋଚନା
Khandagiri Yatra 2026 Begins Today: ଆଜିଠୁ ଖଣ୍ଡଗିରି ଯାତ୍ରା ମହାକୁମ୍ଭ, ପ୍ରଥମ ଦିନରୁ ପୀୟୂଷ ତ୍ରିପାଠୀ ବନାମ ଦୈତାରୀ ପଣ୍ଡା

T20 World Cup Uncertainty: T-20 ବିଶ୍ବକପରୁ ଓହରିଯିବ କି ପାକିସ୍ତାନ ? ପାକ୍ ପ୍ରଧାନମନ୍ତ୍ରୀ ଓ ପାକିସ୍ତାନ କ୍ରିକେଟ୍ ବୋର୍ଡ ମୁଖ୍ୟଙ୍କ ମଧ୍ୟରେ ଆଲୋଚନା

Kalinga Lancers Lift HIL Trophy Again: କଳିଙ୍ଗ ଲାନ୍ସର୍ସ ମଥାରେ ହକି ଇଣ୍ଡିଆ ଲିଗ୍ ଚାମ୍ପିଅନ୍ ତାଜ୍, ପ୍ରଥମ ଦଳ ଭାବେ ଦୁଇ ଦୁଇ ଥର ଟାଇଟଲ୍ ହାତେଇଲା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)