Advertisment

Kolkata Police Pick Up Goldsmith: ପ୍ରତିଷ୍ଠିତ ସୁନା ଦୋକାନୀଙ୍କୁ ଉଠାଇ ନେଲା କୋଲକାତା ପୋଲିସ୍

ବରଗଡ଼ରେ କୋଲକାତା ପୋଲିସ। ବରଗଡ଼ର ସୁନା ଗହଣା ବ୍ୟବସାୟୀ ହେମନ୍ତ ବର୍ମାକୁ କୋଲକାତା ପୋଲିସ ଉଠାଇ ନେଇଥିବା ଜଣା ପଡିଛି।

author-image
Chinmayee Sahoo
Jewellers

Jewellers Photograph: (OTV)

ବରଗଡ଼ରେ କୋଲକାତା ପୋଲିସ। ବରଗଡ଼ର ସୁନା ଗହଣା ବ୍ୟବସାୟୀ ହେମନ୍ତ ବର୍ମାକୁ କୋଲକାତା ପୋଲିସ ଉଠାଇ ନେଇଥିବା ଜଣା ପଡିଛି। 

Advertisment

ତେବେ କୋଲକାତା ପୋଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଦାନୱାର ଜୁଏଲର୍ସର ମାଲିକ ହେମନ୍ତ ବର୍ମା କୋଲକାତାରୁ ଲକ୍ଷାଧିକ ଟଙ୍କାର ସୁନା ଆଣି ଟଙ୍କା ଦେଇନଥିଲେ। ଯେଉଁଥିପାଇଁ ତାଙ୍କ ନାଁରେ କଲିକତା ଥାନାରେ ମାମଲା ରୁଜୁ ହେବା ପରେ କଲିକତା ପୋଲିସ ବରଗଡକୁ ପହଂଚି ସୁନା ଦୋକାନୀକୁ ଉଠାଇ ନେଇଛି।

ତେବେ ବରଗଡ ପୋଲିସ ସହାୟତା ନେଇ କୋଲକାତା ପୋଲିସ ଏସଆଇ ପ୍ରଶାନ୍ତ କର ଦାଶ, ଏସଆଇ କବିତା ସାମନ୍ତ ପ୍ରମୁଖ ବରଗଡ଼ ଆସିଥିବା ଜଣାପଡିଛି। ତେବେ ବରଗଡର ପ୍ରତିଷ୍ଠିତ ସୁନା ଦୋକାନୀଙ୍କୁ କୋଲକାତା ପୋଲିସ ଉଠେଇ ନେବା ପରେ  ବରଗଡରେ ଚର୍ଚ୍ଚା ଜୋର ଧରିଛି।

Advertisment
Kolkata Police Gold Jewellery
Advertisment
Related Articles
Advertisment