Advertisment

Bengal Standoff: ଇଡି ରେଡ୍; ମମତା କ୍ଷୁବ୍ଧ, ତେଜିଲା ରାଜନୀତି

ଇଡି ରେଡ୍ ଘଟଣାକୁ ନେଇ ତେଜିଛି ରାଜନୀତି। ମମତାଙ୍କୁ ଘେରିଲେ ବିଜେପି ନେତା। ଇଡି ରେଡ୍ ବିରୋଧରେ ଗତକାଲି ଶୋଭାଯାତ୍ରା କରିଥିଲେ ଦିଦି।

author-image
Chinmayee Sahoo
Mamata Banerjee

Mamata Banerjee Photograph: (OTV)

ଇଡି ରେଡ ଘଟଣାକୁ ନେଇ ତେଜିଛି ରାଜନୀତି । ମମତାଙ୍କୁ ଘେରିଛି ବିଜେପି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି, ଇଡି ରେଡ ନେଇ ମମତାଙ୍କ ଏତାଦୃଶ କାର୍ଯ୍ୟ ଅପରାଧ ସଦୃଶ । ଏପଟେ ଇଡି ରେଡକୁ ବିରୋଧ କରି ଗତକାଲି ରାଜରାସ୍ତାକୁ ଓହ୍ଲାଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । 

Advertisment

ଯାଦବପୁରରେ ତାଙ୍କର ଶହ ଶହ ସମର୍ଥକଙ୍କ ସହ ମିଶି କେନ୍ଦ୍ର ବିରୋଧୀ ନାରା ଦେଇଥିଲେ । ଇଡି ଭଳି କେନ୍ଦ୍ରୀୟ ଏଜେନ୍ସିକୁ ବିଜେପି ଅପବ୍ୟବହାର କରୁଥିବା ନେଇ ଅଭିଯୋଗ କରିଥିଲେ ଦିଦି। ଗୁରୁବାର ଦିନ ଟିଏମସିର ପଲିଟିକାଲ୍ ଷ୍ଟ୍ରଟେଜି ମେକର୍ I-PAC ଉପରେ ରେଡ୍ କରିଥିଲା ଇଡି। 

ଅର୍ଥ ହେରଫେର ମାମଲା ଅଭିଯୋଗରେ ରେଡ୍ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଧସେଇ ପଶିବା ସହ ହାର୍ଡ ଡ୍ରାଇଭ, ଲାପଟପ୍, ମୋବାଇଲ୍ ଧରି ଚାଲି ଆସିଥିଲେ। ଏନେଇ ହାଇକୋର୍ଟରେ ଆବେଦନ କରିଛି ଇଡି।

Advertisment

ଇଡି ରେଡ୍ ଘଟଣାକୁ ନେଇ ତେଜିଛି ରାଜନୀତି
ମମତାଙ୍କୁ ଘେରିଲେ ବିଜେପି ନେତା
ମମତାଙ୍କ ଏତାଦୃଶ କାର୍ଯ୍ୟ ଅପରାଧ ସଦୃଶ : ହିମନ୍ତ ବିଶ୍ବଶର୍ମା
ରାଜରାସ୍ତାକୁ ଓହ୍ଲାଇଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
ଇଡି ରେଡ୍ ବିରୋଧରେ ଦିଦିଙ୍କ ବିଶାଳ ଶୋଭାଯାତ୍ରା
ଶହ ଶହ ସମର୍ଥକଙ୍କ ସହ ମିଶି କେନ୍ଦ୍ର ବିରୋଧୀ ନାରା
କେନ୍ଦ୍ରୀୟ ଏଜେନ୍ସିକୁ ଅପବ୍ୟବହାର କରାଯାଉଥିବା ଅଭିଯୋଗ
ଏପଟେ ରାଜ୍ୟପାଳଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ
ଇଡି ରେଡ୍ ନେଇ ଶୁଣାଣି ବେଳେ କୋଲକାତା ହାଇକୋର୍ଟରେ ହଙ୍ଗାମା
ପ୍ରବଳ ଭିଡ଼ ଓ ହଙ୍ଗାମା ପାଇଁ ଶୁଣାଣି ଘୁଞ୍ଚାଇଲେ ହାଇକୋର୍ଟ
ଆସନ୍ତା ୧୪ ତାରିଖକୁ ଶୁଣାଣି ଘୁଞ୍ଚାଇଲେ କୋଲକାତା ହାଇକୋର୍ଟ
ଅନ୍ୟ ଏକ ବେଞ୍ଚରେ ଜରୁରୀ ଶୁଣାଣି ପାଇଁ EDର ଆବେଦନ
ଇଡି ରେଡ୍ ବିରୋଧରେ ମମତା ବାନାର୍ଜୀଙ୍କ ବିଶାଳ ଶୋଭାଯାତ୍ରା

ED Raid Chief Minister Mamata Banerjee West Bengal
Advertisment
Related Articles
Advertisment