Advertisment

Global Black Swan Summit: ଓଡ଼ିଶାକୁ ଆସିବେ ବିଶ୍ବର ପ୍ରମୁଖ କମ୍ପାନୀ, ବିଦେଶରେ ଚାକିରି ପାଇଁ ଓଡ଼ିଆ ପିଲାଙ୍କୁ ମିଳିବ ସୁଯୋଗ

ଓଡ଼ିଶାକୁ ଆସିବେ ବିଶ୍ବର ପ୍ରମୁଖ କମ୍ପାନୀ। ବିଦେଶରେ ଚାକିରି ପାଇଁ ଓଡ଼ିଆ ପିଲାଙ୍କୁ ମିଳିବ ବଡ଼ ସୁଯୋଗ। ପ୍ରଥମ ଥର ପାଇଁ ଭାରତରେ ଆୟୋଜିତ ହେଉଛି ବ୍ଲାକ ସ୍ବାନ ସମ୍ମିଳନୀ।

author-image
Chinmayee Sahoo
Black Swan Summit

Black Swan Summit Photograph: (OTV)

ଓଡ଼ିଶାକୁ ଆସିବେ ବିଶ୍ବର ପ୍ରମୁଖ କମ୍ପାନୀ। ବିଦେଶରେ ଚାକିରି ପାଇଁ ଓଡ଼ିଆ ପିଲାଙ୍କୁ ମିଳିବ ବଡ଼ ସୁଯୋଗ। ପ୍ରଥମ ଥର ପାଇଁ ଭାରତରେ ଆୟୋଜିତ ହେଉଛି ବ୍ଲାକ ସ୍ବାନ ସମ୍ମିଳନୀ। ରାଜଧାନୀ ଭୁବନେଶ୍ବର ପାଲଟିଛି ଗ୍ଲୋବାଲ ପ୍ଲେୟାରଙ୍କ ଫେଭରିଟ୍ ଡେଷ୍ଟିନେସନ। ଆସନ୍ତା ଦୁଇ ଦିନ ଧରି ଏହି ସମ୍ମିଳନୀ ଚାଲିବ। 

Advertisment

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାର୍ଯ୍ୟକ୍ରମରେ ଯୋଗଦେବେ। ବ୍ଲାକ୍ ସ୍ୱାନ୍ ଶିଖର ସମ୍ମିଳନୀ ଜାତୀୟ ନୀତି ନିର୍ଦ୍ଧାରକମାନଙ୍କୁ ଆର୍ଥିକ ପ୍ରତିଷ୍ଠାନ, ପ୍ରଯୁକ୍ତି ବିଦ୍ୟା, ଷ୍ଟାର୍ଟଅପ୍, ନିବେଶକ ଏବଂ ଶିକ୍ଷାବିତଙ୍କ ମଧ୍ୟରେ କାର୍ଯ୍ୟାନ୍ୱୟନମୁଖୀ ଆଲୋଚନା ପାଇଁ ସୁଯୋଗ ସୃଷ୍ଟି କରିବ। ଡିଜିଟାଲ୍ ଅର୍ଥନୀତି କ୍ଷେତ୍ରରେ ଆଗକୁ ବଢିବା ଓଡିଶାର ଲକ୍ଷ୍ୟ। 

ଓଡ଼ିଆ ମେଧାବୀ ପିଲାମାନଙ୍କୁ ବିଶ୍ବ ସ୍ତରରେ ସୁଯୋଗ ଦେବା। ଭାରତନେତ୍ର ପଦକ୍ଷେପ ଅଧୀନରେ ଓଡ଼ିଶା ସରକାର ଏବଂ ସିଙ୍ଗାପୁର ସ୍ଥିତ ଗ୍ଲୋବାଲ୍ ଫାଇନାନ୍ସ ଆଣ୍ଡ୍ ଟେକ୍ନୋଲୋଜି ନେଟୱାର୍କ-GFTN ସହାୟତାରେ ଏହା ଆୟୋଜିତ ହେଉଛି। ସମ୍ମିଳନୀରେ ୨୪ଟି ଦେଶର ୧୭ ଶହରୁ ଅଧିକ ପ୍ରତିନିଧି ଏବଂ ୫ଟି ମହାଦେଶରୁ ପ୍ରାୟ ଶହେ ଜଣ ବକ୍ତା ଅଂଶଗ୍ରହଣ କରିବେ।

Advertisment

Global Black Swan Summit
Advertisment
Related Articles
Advertisment