Advertisment

Gas Cylinder Explodes: ଭୟଙ୍କର ବିସ୍ଫୋରଣ: ଜଳି ସବୁକିଛି ଛାରଖାର

ଗଞ୍ଜାମ ଖଲ୍ଲିକୋଟ ଥାନା ଅନ୍ତର୍ଗତ ତୋଟାଗାଁରେ ଅଘଟଣ। ଗ୍ୟାସ ଟାଙ୍କି ବିସ୍ଫୋରଣରେ ଜଳିଗଲା ଚା' ଦୋକାନ। ଦୋକାନରେ ଥିବା ସମସ୍ତ ସାମଗ୍ରୀ ଜଳି ପାଉଁଶ ହୋଇ ଯାଇଛି।

author-image
Chinmayee Sahoo
Gas Blast

Gas Blast Photograph: (OTV)

ଗ୍ୟାସ ଟାଙ୍କି ବିସ୍ଫୋରଣରେ ଜଳିଗଲା ଚା' ଦୋକାନ । ଗଞ୍ଜାମ ଖଲ୍ଲିକୋଟ ଥାନା ଅନ୍ତର୍ଗତ ତୋଟାଗାଁରେ ଏହି ଅଘଟଣ ଘଟିଛି । ଆଜି ଭୋରରେ ହଠାତ ଦୋକାନ ଭିତରେ ଥିବା ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ଫଳରେ ଦୋକାନରେ ନିଆଁ ଲାଗିଯାଇଥିଲା । ଏଥିରେ ଦୋକାନରେ ଥିବା ସମସ୍ତ ସାମଗ୍ରୀ ଜଳି ପାଉଁଶ ହୋଇଯାଇଛି । 
ଏମିତି କି ଚା' ଦୋକାନ ପାଖରେ ଥିବା ଏକ ବାଇକ ମଧ୍ୟ ଜଳି ଯାଇଛି । ଗ୍ୟାସ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାରେ ନାକେଦମ ହୋଇଥିଲା । ଶେଷରେ ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ କର୍ମଚାରୀ ।

Advertisment


•    ଗ୍ୟାସ ଟାଙ୍କି ବିସ୍ଫୋରଣରେ ଜଳିଗଲା ଚା' ଦୋକାନ
•    ଗଞ୍ଜାମ ଖଲ୍ଲିକୋଟ ଥାନା ଅନ୍ତର୍ଗତ ତୋଟାଗାଁରେ ଅଘଟଣ 
•    ଦୋକାନ ଭିତରେ ଥିବା ଗ୍ୟାସ ସିଲିଣ୍ଡର ବିସ୍ଫୋରଣ 
•    ଦୋକାନରେ ଥିବା ସମସ୍ତ ସାମଗ୍ରୀ ଜଳି ପାଉଁଶ 
•    ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ 

Explosion
Advertisment
Related Articles
Advertisment