/odishatv-khabar/media/media_files/uploadimage/library/16_9/16_9_0/Horoscope_1692329039-765747.jpg)
ମେଷ-
ଅଶ୍ୱନୀ- ବନ୍ଧୁ, ପରିଜନକୁ ନିଜର ମନ କଥା ପ୍ରକାଶ କରିବେ । କୈାଣସି କାମରେ ଯଥେଷ୍ଟ ଲାଭ ହେବ । ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ । କଠିନ ପରିଶ୍ରମ କରିବା ଦ୍ୱାରା ଯଶ ମାନ ସମ୍ମାନ ମିଳିବ ।
ଦ୍ୱିଜା ଶିକ୍ଷାରେ ପ୍ରଗତି ହେବାରେ ସମ୍ଭାବନା ଅଛି । ରାଜନିତିରେ ବିଶେଷ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନିଅନ୍ତୁ । ଆଚାର ବ୍ୟବହାର , କଥାବାର୍ତାରେ ଆୟତ ନ ରଖିଲେ ଅସୁବିଧାରେ ପଡିପାରନ୍ତି ।
କୃତିକା- ମହିଳା ମାନେ ବାହାରକୁ ବୁଲିବ। ପାଇଁ ଯିବେ । ଚାକିରୀ କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସହିତ ବିରୋଧି ଭାବର ଅବସାନ ଘଟିବ ଏବଂ କାର୍ଯ୍ୟ କ୍ଷେତ୍ରରେ ପରିବର୍ତନ ହେବ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ମା ବଗଳାମୂଖିଙ୍କର ମନ୍ତ୍ର ପାଠ କରନ୍ତୁ
ବୃଷ-
କୃତିକା- ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବନାହିଁ । କର୍ମକ୍ଷେତ୍ରରେ ମନର ବଳ ଖୁବ୍ ଟାଣ ରହିବ ଓ ଅଟକି ରହିଥିବା କାମକୁ ଶେଷ କରିପାରିବେ। ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ।
ରୋହିଣୀ- ରାଜନୀତିରେ ସହାନୁଭୁତି ମିଳିବ । ଛାତ୍ରଛାତ୍ରି କ୍ୟାରିୟରରେ ନୂଆ ରୂପରେ ସୁଶୋଭିତ ହେବେ । ଘରେ କୈାଣସି ଧାର୍ମିକ କାର୍ଯ୍ୟର ରୂପରେଖ ତିଆରି କରି ପାରନ୍ତି ।
ମୃଗଶିରା- ଯାନବାହନ,ସଭାସମିତି,ପାରିବାରିକ ସମସ୍ୟା ନେଇ ଚିନ୍ତାରେ ରହିବେ । ନିଜ ଲୋକ କେହି ଆପଣଙ୍କୁ ହଇରାଣରେ ପକାଇ ପାରନ୍ତି । କଳା, ସାହିତ୍ୟ ପ୍ରତି ଆଗ୍ରହ ବଢିବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କମଳାଙ୍କର ଫଟୋକୁ ପୂଜା କରନ୍ତୁ
ମିଥୁନ-
ମୃଗଶିରା- ମନ ଭିତର କଥାକୁ ସାମ୍ନାରେ ପ୍ରକାଶ କରିବେ । ନୂଆ ଜାଗାକୁ ଭ୍ରମଣ କରିବାକୁ ଯାଇ ପାରନ୍ତି । ବେପାରକୁ ନେଇ ନୂଆ ବିଚାର ଆସିବ । ସତର୍କରେ ପଦକ୍ଷପ ନନେଲେ ଲକ୍ଷ ସାଧନରେ ବିଳମ୍ବ ଘଟିବ ।
ଆଦ୍ରା- କଳା କ୍ଷେତ୍ରରେ ଥିବା ଲୋକଙ୍କୁ ଉନ୍ନତିର ନୂଆ ମାର୍ଗ ମିଳିବ । ଚାକିରି କ୍ଷେତ୍ରରେ ପ୍ରଶଂସିତ ହେବେ । ରାଜନିତିରେ ନିଜର ଯୋଗ୍ୟତା ଅନୁସାରେ ପଦବୀ ମିଳିପାରେ ।
ପୁନର୍ବସୁ- ଦଳୀୟ କର୍ମୀ ମାନେ ସାଙ୍ଗଠନିକ କାର୍ଯ୍ୟରେ ଯୋଗ ଦେବେ । ମହିଳା ମାନେ ସୁଖି ରହିବେ । ଆପଣଙ୍କ ସ୍ୱଭାବ ଆଖପାଖର ବାତା ବରଣକୁ ମଜାଦାର କରିବ । ଅନ୍ୟ ମାନଙ୍କ ସମସ୍ୟାରେ ଆପଣ ବିଚଳିତ ହୋଇପାରନ୍ତି ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ବୁଧଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ
କର୍କଟ-
ପୁନର୍ବସୁ- ସକାଳୁ ସକାଳୁ ପିଲାଙ୍କ ସହ ଖୁସିଗପ କରିବାର ମଉକା ଜୁଟିବ। କର୍ମ କ୍ଷେତ୍ରରେ ବିଶେଷ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ । ମାନସିକ ଅସ୍ଥିରତା ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ ।
ପୁଷ୍ୟା- କଳା, ସାହିତ୍ୟ ଓ ସଭା ସମିତିରେ ସମସ୍ୟା ସମାଧାନ ପାଇଁ ରାସ୍ତା ଖୋଜି ପାଇବେ। ଆଜିର ଅଧିକାଂଶ ସମୟ ବନ୍ଧୁଙ୍କ ସହଯୋଗ କାରଣରୁ ଭଲ ରହିବ। ଅଫିସ୍ରୁ ଆସିବା ବେଳକୁ ମନ ପସନ୍ଦର ଜିନିଷ କିଣିବାରେ ସମର୍ଥ ହେବେ।
ଅଶ୍ଲେଷା- ଶିକ୍ଷାର୍ଥୀ ମାନେ ସଫଳତା ଦିଗକୁ ଗତି କରିବେ । କୋର୍ଟ କଚେରୀ ମାମଲାରେ ଚିନ୍ତାରେ ରହିବେ । ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି ମାନଙ୍କ ପାଇଁ ଭଲ ସମୟ ଆସିପାରେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର- ବାପା ମା ଙ୍କ ସେବା କରନ୍ତୁ
ସିଂହ-
ମଘା- ସଡକ ଦୁର୍ଘଟଣାର ସମ୍ଭାବନା ରହିଛି । କୈାଣସି ଉନ୍ନତି ମୂଳକ କାର୍ୟ୍ୟ ସକାଶେ ମୋଟା ଅଙ୍କର ଅର୍ଥ ଦରକାର ପଡିବ । ଅଫିସରେ କାର୍ଯ୍ୟ ବ୍ୟସ୍ତତା ଯୋଗୁ ଖାଦ୍ୟପେୟ ଠିକ୍ ରହିବ ନାହିଁ ।
ପୂ- ଫାଲ୍ଗୁନୀ - ପାରିବାରିକ ଜୀବନରେ ସେବା ଶ୍ରୁଶ୍ରୁଷା ମିଳିବ । ରାଜନିତିରେ ବିଜୟ ଲାଭରୁ ମନବଳ ବୃଦ୍ଧି ପାଇବ । ଶିକ୍ଷାର୍ଥି ମାନେ ବିଦ୍ୟାରେ ସଫଳତା ହାସଲ କରିବେ ।
ଉ- ଫାଲ୍ଗୁନୀ- ନିର୍ମାଣଧିନ ଗୃହ ପୂର୍ଣ୍ଣାଙ୍ଗ ଆରମ୍ଭ ହେବ । ମହିଳା ମାନେ ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢିବେ । ମାଲିମକବ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାତଙ୍ଗିଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ
କନ୍ୟା-
ଉ,ଫଳଗୁନି-ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢିପାରେ । ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍ କାମ କରିପାରନ୍ତି । ବିଳସ ପ୍ରାଚୁର୍ଯ୍ୟ ମଧ୍ୟରେ ସମୟ ଅତିବାହିତ କରିବେ ।
ହସ୍ତା- ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟ ଲାଭ, ଉଚ୍ଚ ପଦପଦବୀ ପ୍ରାପ୍ତି ଓ ବୈଷୟିକ ସୁଖ,ସମୃଦ୍ଧି ଦିଗରେ ଅନୁକୂଳତା ସୃଷ୍ଟି କରିବେ। ଅଫିସରେ ସହକର୍ମୀ ଆପଣଙ୍କୁ ସମ୍ମାନ କରିବେ । ରାଜନିତିରେ ଗମ୍ଭୀର ପ୍ରସଙ୍ଗରେ କଥା ହେବେ ।
ଚିତ୍ରା- କୌଣସି ଏକ ସାଧାରଣ କଥାର ଆଲୋଚନା ଭିତରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଭଲ ରହିବ ନାହିଁ । କଳା, ସାହିତ୍ୟ, କ୍ରୀଡା ଓ ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍ ଆଦୃତ ହେବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ପ୍ରଭୁ ନାରାୟଣଙ୍କ ଫଟକୁ ପୂଜା କରନ୍ତୁ
ତୁଳା-
ଚିତ୍ରା- ସନ୍ତାନ ପକ୍ଷରୁ ଶୁଭ ଖବର ପାଇବେ । ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଧନଲାଭର ଯୋଗ ଅଛି । ନିଜ ସାମର୍ଥ୍ୟ ଅନୁଯାୟୀ ସରଳ ଭାବେ କାମ ପୁରା କରିବେ ।
ସ୍ୱାତୀ- ରାଜନୀତିରେ ସାହାସିକ ପଦକ୍ଷପ ନେଇ ଆଗକୁ ଅତିକ୍ରମ କରିବେ । ଅଫିସ୍ କାମରେ ସଂପୂର୍ଣ୍ଣ ବ୍ୟସ୍ତ ରହିବେ । ସାମାଜିକ କାର୍ଯ୍ୟରେ ଆପଣଙ୍କ ରୁଚି ବଢିବ ।
ବିଶାଖା- କୋର୍ଟ କଚେରୀ ମାମଲାରେ ଖର୍ଚ୍ଚାନ୍ତ ହୋଇ ପାରନ୍ତି । ପ୍ରିୟବ୍ୟକ୍ତିଙ୍କୁ ହରାଇ ମାନସିକ ଅସ୍ଥିରତା ଅନୁଭବ କରିବାକୁ ପଡିପାରେ । ମହିଳା ମାନେ ମନରେ ନୂଆ ନୂଆ ବିଚାର ଆସିବ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପର୍ଶୁରାମଙ୍କର ଫଟକୁ ପୂଜାର୍ଚ୍ଚନା କରନ୍ତୁ
ବିଛା-
ବିଶାଖା-ପୁରାତନ ରୋଗର ପ୍ରକୋପରେ ହଇରାଣ ହରକତ ହୋଇପାରନ୍ତି । ଆବଶ୍ୟକ ସ୍ଥଳେ ସହଯୋଗ ପାଇ ପାରିବାରିକ ସ୍ତର ହସ ଖୁସିରେ କଟିବ । କୌଣସି ନୂତନ କର୍ମ କରିବାକୁ ଚାହୁଁଥିଲେ ସେଥିରେ ବିଜୟୀ ହେବେ ।
ଅନୁରାଧା- ରାଜନୈତିକ କ୍ଷେତ୍ରରେ ସମସ୍ୟା ସମାଧାନ କରିପାରିବେ । ଅଦାଲତରେ ସଫଳତା ହାସଲ କରି ଆନନ୍ଦ ଅନୁଭବ କରିବେ । ଖର୍ଚ୍ଚ ଉପରେ ଟିକେ ଧ୍ୟାନ ଦିଅନ୍ତୁ । ସାହିତ୍ୟ,କଳା, କ୍ରୀଡା ଓ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
ଜ୍ୟେଷ୍ଠା- ଅସମୟରେ ପାଖପଡ଼ୋଶୀ ସହାନୁଭୂତି ପ୍ରଦର୍ଶନ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦିତା କ୍ରମଶଃ ବୃଦ୍ଧି ପାଇବ । ମାଲିମୋକଦ୍ଦମାରେ ବିଚାର ବିଳମ୍ବିତ ହେବା ସଙ୍ଗକୁ ବାଇଦା ପଡିପାରେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଛନା କରନ୍ତୁ
ଧନୁ-
ମୂଳା- ଅଧିକ ଚିନ୍ତା କରିଲେ ମାନସିକ ଶାନ୍ତି ଭଙ୍ଗ ହେବ । ପ୍ରେମ ଜୀବନ ଭଲ ରହିବ । ଦୀର୍ଘଦିନ ଧରି ପ୍ରୟାସ କରି ଆସୁଥିବା କାମରେ ସଫଳ ହେବେ । ଚାକିରିରେ କ୍ରୋଧର ବଶବର୍ତୀ ହୁଅନ୍ତୁ ନାହିଁ ।
ପୂ, ଷାଢା- ଦାମ୍ପତ୍ୟ ସୁଖରେ ମଧୁରତା ଆସିବ ଓ ଅଧିକ ଘନିଷ୍ଠତା ହେବ । ଶିକ୍ଷାର୍ଥୀ ଏକାନ୍ତରେ ପାଠ ପଢିବା ପାଇଁ ଚେଷ୍ଟା କରନ୍ତୁ । ରାଜନୀତିରେ କିଛି ସମସ୍ୟା ଆପଣ ବିଚଳିତ କରିପାରେ ।
ଉ, ଷାଢା- ପୈତୃକ ସମ୍ପତିକୁ ନେଇ ନିଜ ଲୋକ କ୍ଷତି କରିବା ପାଇଁ ଚେଷ୍ଟା କରିବେ । ମହିଳା ମାନେ ଉଚ୍ଚମନା ରହିବେ । ମନୋରଞ୍ଜନ କାର୍ଯ୍ୟରେ ବା କଳାସଙ୍ଗୀତ ଓ ନୃତ୍ୟ ଗୀତରେ ମଜ୍ଜି ରହିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଗୁରୁଙ୍କର ଗାୟତ୍ରୀ ପାଠ କରନ୍ତୁ
ମକର-
ଉ,ଷାଢା- ପାରିବାରିକ ଜୀବନ ଆନନ୍ଦମୟ ରହିବ । ବ୍ୟବସାୟ-ବାଣିଜ୍ୟରେ ପ୍ରଗତି କରିବେ । ସମସ୍ତ ପ୍ରକାରର ସୁବିଧା ଥିଲେ ମଧ୍ୟ ବହୁ କଷ୍ଟରେ କାର୍ଯ୍ୟସିଦ୍ଧି ଘଟିବ । ସ୍ୱାସ୍ଥ୍ୟରେ ଅବୋନ୍ନତି ଦେଖା ଦେଇପାରେ ।
ଶ୍ରବଣା- ବ୍ୟବସାୟ,ପରିବହନ ଓ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ । ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ ଏବଂ ଆଦର୍ଶବାଦୀ ହୋଇ ପ୍ରଶଂସିତ ହେବେ । କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଦୀର୍ଘ ସମୟଧରି ବନ୍ଧୁଙ୍କୁ ଅପେକ୍ଷା କରି ବିରକ୍ତ ହେବେ।
ଧନିଷ୍ଠା- ଜମିବାଡି ନେଇ କେତେକ ସମସ୍ୟା ସମାଧାନ ହୋଇ ଆର୍ଥିକ ଦିଗରୁ ଉନ୍ନତି ହେବେ । ଭଲ ସମ୍ପର୍କ ଥିବା ବ୍ୟକ୍ତିମାନେ ଆପଣଙ୍କ ଉନ୍ନତିରେ ଈର୍ଷାପରାୟଣ ହୋଇ ବିବିନ୍ନ ପ୍ରକାରର ସମସ୍ୟା ସୃଷ୍ଟି କରି ପାରନ୍ତି ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ଧଳା ରଙ୍ଗର ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ
କୁମ୍ଭ
ଧନିଷ୍ଠା- ଆପଣଙ୍କ କାମରେ ଜୀବନ ସାଥି ପ୍ରଂଶନ ରହିବେ । ବ୍ୟବସାୟୀଙ୍କୁ ଅଚାନକ ଧନ ଲାଭ ହୋଇପାରେ । ଅସାବଧାନତା ପାଇଁ ଖାଦ୍ୟ ନଷ୍ଟ ହୋଇପାରେ ।
ଶତଭିଷା- ଅଫିସ୍ରେ ଭାବିଥିବା କାମ ନିର୍ଦ୍ଧିରିତ ସମୟରେ ସମ୍ପୂର୍ଣ୍ଣ କରିବେ । ରାଜନିତିରେ ଅଧିକାରୀଙ୍କ ପ୍ରତି ଆପଣଙ୍କ ବ୍ୟବହାର କୋମଳ ରଖନ୍ତୁ । ବିବାଦୀୟ ଘଟଣା ଟିକେ ଜଟିଳ ଆଡକୁ ଗତି କରିବ
ପୂ, ଭାଦ୍ରପଦ- ମହିଳା ମାନେ ଜିନିଷ କିଣିବାରେ ମନ ନିବେଶ କରିବେ ବାଧ୍ୟତାବଶତଃ ଆନୁଷ୍ଟାନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ । ନିଜ ଲୋକ ମାନଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଇପାରନ୍ତି ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ରାହୁଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
ମୀନ-
ପୂ,ଭାଦ୍ରପଦ- ଘର ଲୋକଙ୍କ ସାହାର୍ଯ୍ୟରେ ଅଧୁରା କାମ ପୂରା କରିବେ । ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ । ଆର୍ଥିକ ମାମଲାରେ ଆପଣଙ୍କୁ ଲାଭ ହେବ ।
ଉ,ଭାଦ୍ରପଦ-ଅଫିସରେ ଅଟକି ରହିଥିବା କାମ ଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ । ରାଜନୀତିରେ ଲୋକସମର୍ଥନକୁ ଆଧାର କରି ବଳୀୟାନ ହେବେ । ଅଧା ଅଧୁରା କାର୍ଯ୍ୟ ପୂରଣ କରିବା ପାଇଁ ସାହାର୍ଯ୍ୟ ସହେଯାଗ ମିଳିବ ।
ରେବତୀ- ରାଜନୈତିକ କ୍ଷେତ୍ରରେ ସହକର୍ମୀ ମାନଙ୍କ ସହ ଶତ୍ରୁତା ଦୂରେଇ ଯିବା ଫଳରେ ଶତୃମାନେ ଦୁର୍ବଳ ହେବେ । ଗଠନ ମୂଳକ ଯୋଜନା ପ୍ରସ୍ତୁତ କରି ଆଗେଇ ଯିବାର ରାସ୍ତା ଖୋଲିବ । ସାବଧାନ ରୁହନ୍ତୁ ଠକାମିରେ ପଡିପାରନ୍ତି ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର - ଶ୍ରୀ ବିଷ୍ଣୁଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
Today Panchang 20th November 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Open Letter to Rahul Gandhi: ରାହୁଲ ଗାନ୍ଧିଙ୍କ ଉଦ୍ଦେଶ୍ୟରେ ଖୋଲା ଚିଠି , ନିର୍ବାଚନ କମିଶନ ଭଳି ସାମ୍ବିଧାନିକ ସଂସ୍ଥାକୁ କଳଙ୍କିତ ପ୍ରୟାସକୁ ନିନ୍ଦା

Supreme Court Orders: ୪ ଲକ୍ଷରୁ ୧୦ ଲକ୍ଷ ହୋଇପାରେ କ୍ଷତିପୂରଣ ରାଶି , ସୁପ୍ରିମକୋର୍ଟଙ୍କ ରାୟ ପରେ ଖୋଲିଲା ବାଟ

Accident Warning Watch: ଭୁବନେଶ୍ୱରରେ ଲାଗିବ ସଡ଼କ ଦୁର୍ଘଟଣା ସତର୍କ ଘଣ୍ଟା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)