/odishatv-khabar/media/media_files/2026/01/27/bengaluru-man-killed-2026-01-27-15-16-38.jpg)
Bengaluru Man Killed Photograph: (OTV)
କ୍ରିକେଟ୍ ଖେଳରୁ ମହାଭାରତ । ବିୟର ପିଆରୁ କଥା କଟାକଟି । ସିଗାରେଟ୍ ପାଇଁ ଗାଡ଼ି ଚଢ଼ାଇ ହତ୍ୟା । ଏମିତି ଏକ ଭୟଙ୍କର କାଣ୍ଡ ଯିଏ ଶୁଣିବେ ନିଶ୍ଚୟ କିଛି ସମୟ ତାଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିବ । ମାତ୍ର ସିଗାରେଟ୍ ପାଇଁ କିଏ କ’ଣ କହାକୁ ହତ୍ୟାର କରିପାରେ ?
ହଁ ଏମିତି ଏକ ଘଟଣା ଆସିଛି ବେଙ୍ଗାଲୁରୁରୁ । କ୍ରିକେଟ ଟୁର୍ଣ୍ଣାମେଣ୍ଟ ପରେ ମଦ୍ୟପାନ କରି ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କୁ ସିଗାରେଟ୍ ଲାଗଇବାକୁ ଲାଇଟର ମାଗିଥିଲା । ହେଲେ ସେ ଲାଇଟର ନଦେବାରୁ ତାଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରାଯାଇଛି ।
ମୃତ ବ୍ୟକ୍ତି ଜଣକଙ୍କ ନାଁ ପ୍ରଶାନ୍ତ ଏମ୍ । ବୟସ ୩୩ ବର୍ଷ । ସେ ଜଣେ ବଡିବିଲ୍ଡର । ପୋଲିସ କହିବା ଅନୁସାରେ, ବାଙ୍ଗାଲୋରର ଇଲେକ୍ଟ୍ରୋନିକ୍ସ ସିଟିରେ ଏକ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ହୋଇଥିଲା । ଖେଳ ଶେଷ ପରେ ଗୋଟିଏ ମଲ୍ ପଛରେ ଥିବା ଖୋଲା ପଡ଼ିଆରେ ପ୍ରଶାନ୍ତ ଓ ରୋଶନ ଦୁହେଁ ମିଶି ବିୟର ପିଇଥିଲେ ।
ଆଉ ସିଗାରେଟ୍ ଲାଇଟରକୁ ନେଇ ଝଗଡ଼ା ହୋଇଥିଲା । ପରେ ଉଭୟଙ୍କ ଯୁକ୍ତିତର୍କ ହିଂସାର ରୂପ ନେଲା । ଫଳରେ ଦୁଇଜଣ ପରସ୍ପରକୁ ବିୟର ବୋତଲରେ ମାରପିଟ୍ ହୋଇଥିଲେ । ଆଉ ବୋତଲ କାଚରେ ରୋଶନ ହେଗଡେଙ୍କ ଜିଭ କଟିଥିଲା । ତା’ ପରେ ଆରମ୍ଭ ହୋଇଥିଲା ରକ୍ତାକ୍ତ ସଂଘର୍ଷ ।
ରୋଶନ ସେଠାରୁ ନିଜ କାରକୁ ଚାଲିଯାଇଥିଲେ, ଏବଂ ପ୍ରଶାନ୍ତ ମଧ୍ୟ ତାଙ୍କୁ ପିଛା କରିଥିଲେ । ପରେ ରୋଶନ ପ୍ରଶାନ୍ତଙ୍କୁ କାର୍ ଚଢ଼ାଇ ହତ୍ୟା କରିଥିବା ପୋଲିସ କହିଛି । ଖାଲି ସେତିକି ନୁହେଁ, ରୋଶନ ହେଗଡେ ଜଣେ ସଫ୍ଟୱେର୍ ଇଞ୍ଜିନିୟର ବୋଲି ମଧ୍ୟ ଜଣାପଡ଼ିଛି ।
ଏନେଇ ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ଗୁରୁତର ପ୍ରଶାନ୍ତଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲା । ହେଲେ ସେଠାରେ ପ୍ରଶାନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।
ପ୍ରାଥମିକ ତଦନ୍ତ ପରେ ପ୍ରଶାନ୍ତଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଗାଡ଼ି ଚଢ଼ାଇ ହତ୍ୟା କରାଯାଇଥିବା ଜଣାପଡ଼ିଛି ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି । ସମ୍ପୂର୍ଣ୍ଣ ଘଟଣାର ଭିଡିଓ ଗାଡିର କ୍ୟାମେରାରେ କଏଦ ହୋଇଥିଲା ।
ଯାହା ପୋଲିସ ହାତରେ ଲାଗିବା ପରେ ଏହା ହତ୍ୟା ବୋଲି ସ୍ପଷ୍ଟ ହୋଇଛି । ଏବଂ ପୋଲିସ ବୋହୁ ଖୋଜା ଖୋଜି ପରେ ରୋଶନଙ୍କୁ ଗିରଫ କରିଛି । ତା’ସହ ଏହି ଘଟଣାରେ ଆହୁରି ତଦନ୍ତ ଚଳାଇଛି ।
Smart TVs Installed in School: ସ୍କୁଲରେ ଲାଗିଲା ସ୍ମାର୍ଟ୍ ଟିଭି, ଏଥର ଶୁଣିବେ, ଦେଖିବେ ଆଉ ମନେ ରଖିବେ ପିଲା

Husband Attacks Wife: ବଞ୍ଚିବା ପାଇଁ ଚିତ୍କାର କରୁଥିଲା ସ୍ତ୍ରୀ, ସ୍ବାମୀ ମାରୁଥିଲା ବାରମ୍ବାର କଟୁରୀ ଚୋଟ

Shocking Crime: ରୋଷେୟାକୁ ଭଲ ପାଇ ଶାରୀରିକ ସଂପର୍କ ରଖିଲା, ପରେ ମାରି ଫିଙ୍ଗିଦେଲା

Car Catches Fire: ଦୁର୍ଘଟଣା ପରେ ଜଳିଗଲା କାର, ୨ ଗୁରୁତର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)