Advertisment

Disha Patani Dating Rumours Spark: ସେବେଠାରୁ ଲୁଚେଇ ରଖିଥିଲେ, ହଠାତ ସାମ୍ନାକୁ ଆସିଗଲା ପ୍ରେମିକଙ୍କ ମୁହଁ

ବଲିଉଡ୍ ଅଭିନେତ୍ରୀ ଦିଶା ପଟାନି ଗତ କିଛି ଦିନ ଧରି ସବୁଠି ଚର୍ଚ୍ଚାରେ ଅଛନ୍ତି। ଏଥର ସେ କୌଣସି ଫିଲ୍ମ ପାଇଁ ନୁହେଁ, ବରଂ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ଅଛନ୍ତି। ରିପୋର୍ଟ ଅନୁଯାୟୀ ସେ ପଞ୍ଜାବୀ ଗାୟକ ତଲବିନ୍ଦର ସିଂହ ସିଦ୍ଧୁଙ୍କୁ ଡେଟ୍ କରୁଛନ୍ତି।

author-image
Pramod Behera
Disha Patani Dating Rumours Spark

ସେବେଠାରୁ ଲୁଚେଇ ରଖିଥିଲେ Photograph: (OTV)

ବଲିଉଡ୍ ଅଭିନେତ୍ରୀ ଦିଶା ପଟାନି ଗତ କିଛି ଦିନ ଧରି ସବୁଠି ଚର୍ଚ୍ଚାରେ ଅଛନ୍ତି। ଏଥର ସେ କୌଣସି ଫିଲ୍ମ ପାଇଁ ନୁହେଁ, ବରଂ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ଅଛନ୍ତି। ରିପୋର୍ଟ ଅନୁଯାୟୀ ସେ ପଞ୍ଜାବୀ ଗାୟକ ତଲବିନ୍ଦର ସିଂହ ସିଦ୍ଧୁଙ୍କୁ ଡେଟ୍ କରୁଛନ୍ତି। ତଲବିନ୍ଦର ସିଂହଙ୍କ ସହିତ ଦିଶାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ସେମାନେ ହାତ ଧରାଧରି ହୋଇଥିବା ଦେଖିବାକୁ ମିଳେ।

Advertisment

ଏହି ଭିଡିଓଟି କ୍ରିତି ସାନନଙ୍କ ଭଉଣୀ ନୁପୁର ସାନନଙ୍କ ବିବାହର। ସେବେଠାରୁ, ଦୁହେଁ ଅନେକ ଥର ଏକାଠି ଦେଖାଯାଇଛନ୍ତି। ତଲବିନ୍ଦରଙ୍କୁ ସବୁବେଳେ ଗଣମାଧ୍ୟମ ସାମ୍ନାରେ ମୁହଁ ଘୋଡ଼ାଇବା ଦେଖିବାକୁ ମିଳେ। ସେ ମୁହଁରେ ମାସ୍କ ପିନ୍ଧନ୍ତି, ଯାହା ଫଳରେ ଲୋକମାନେ ତାଙ୍କ ମୁହଁ ଦେଖି ପାରନ୍ତି ନାହିଁ। କିନ୍ତୁ ଏବେ ତାଙ୍କର ମୁହଁ ସାମ୍ନାକୁ ଆସିଛି ଏବଂ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି।

ଟିଭି ଅଭିନେତା ମୋହସିନ ଖାନ ଭୁଲରେ ତଲବିନ୍ଦରଙ୍କ ମୁହଁ ରିଭିଲ୍ କରିଦେଇଛନ୍ତି। ସେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଜାରା ଖାନଙ୍କ ସହ ଲିପ୍-ସିଙ୍କିଂ କରୁଥିବାର ଦେଖାଯାଉଛି। ଭିଡିଓରେ, ତଲବିନ୍ଦର ତାଙ୍କ ବନ୍ଧୁମାନଙ୍କ ସହିତ ନଜର ଆସିଛନ୍ତି। ଏଠି କିନ୍ତୁ ସେ ମାସ୍କ ପିନ୍ଧି ନାହାନ୍ତି। ଏନେଇ ଭିଡିଓରେ ତାଙ୍କ ମୁହଁ ସ୍ପଷ୍ଟ ଭାବରେ ଦେଖାଯାଉଛି। ଏହି ଭିଡିଓ ଦେଖିବା ପରେ ଲୋକମାନଙ୍କ କମେଣ୍ଟର ସୁଅ ଛୁଟିଛି।

Advertisment

ତଲୱିନ୍ଦରଙ୍କ ମୁହଁ ଦେଖିବା ପରେ, ପ୍ରଶଂସକମାନେ ଭିଡିଓ ଉପରେ ମତାମତ ଦେଉଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି, "ସେ ବହୁତ ସୁନ୍ଦର।" ଆଉ ଜଣେ ଲେଖିଛନ୍ତି, "ମୁଁ ତାଙ୍କ ମୁହଁ ଦେଖିବାକୁ ଚାହୁଁଥିଲି।" ଆଉ ଜଣେ ଲେଖିଛନ୍ତି, "ସେ ମୋ ହୃଦୟ ଜିତିନେଲେ।"

Dating Disha Patani Bollywood
Advertisment
Advertisment