Advertisment

India Smartphone Brand: ଆଉ ଚଳିବନି ବିଦେଶୀ ଫୋନ୍, ଭାରତ ଆଣୁଛି ବିଶ୍ବସ୍ତରୀୟ ସ୍ମାର୍ଟଫୋନ୍

ଏବେ ଭାରତୀୟ ବ୍ରାଣ୍ଡ ବିଶ୍ୱସ୍ତରୀୟ ମୋବାଇଲ୍ ଶିଳ୍ପ ଜଗତରେ ଏଣ୍ଟ୍ରି କରିବାର ସମୟ ଆସିଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ହୋଇସାରିଛି ବୋଲି କହିଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

author-image
Tanmay Kumar Mahalik
Indian Smartphone Brand

Indian Smartphone Brand Photograph: (OTV)

ଭାରତ ଲଞ୍ଚ କରିବ ବିଶ୍ବସ୍ତରୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ । ବଜାରକୁ ଆସିବ ନୂଆ ମଡେଲ୍ ଦେଶୀ ଫୋନ୍ ।  ବିଦେଶୀ କମ୍ପାନୀକୁ ଟକ୍କର ଦେବ ଇଣ୍ଡିଆ ମୋବାଇଲ୍ । ଭାରତରେ ଧୀରେ ଧୀରେ ଇଲେକ୍ଟ୍ରୋନିକ୍ସ ଇକୋସିଷ୍ଟମ୍ ବିକଶିତ ହୋଇଛି ।

Advertisment

ଆଉ ଏବେ ଭାରତୀୟ ବ୍ରାଣ୍ଡ ବିଶ୍ୱସ୍ତରୀୟ ମୋବାଇଲ୍ ଶିଳ୍ପ ଜଗତରେ ଏଣ୍ଟ୍ରି କରିବାର ସମୟ ଆସିଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ହୋଇସାରିଛି ବୋଲି କହିଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।  ତା’ ସହ ଭାରତ ଆଗାମୀ ୧୨ ରୁ ୧୮ ମାସ ମଧ୍ୟରେ ବିଶ୍ୱସ୍ତରୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ ଉନ୍ମୋଚନ କରିବ ବେଲି କହିଛନ୍ତି ମନ୍ତ୍ରୀ ।

ବିଶ୍ବ ଅର୍ଥନୈତିକ ଫୋରମ୍ ୨୦୨୬ର ଏକ ସାକ୍ଷାତକାରରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଭାରତ ଖୁବ୍ ଶୀଘ୍ର ନିଜର ବିଶ୍ୱସ୍ତରୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ ଲଞ୍ଚ କରିବ । ସରକାର ଏଥି ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଇସାରିଛନ୍ତି ।  ସରକାର କମ୍ପୋନେଣ୍ଟ ନିର୍ମାତାଙ୍କ ସହିତ ଅନେକ ବୈଠକ କରିଛନ୍ତି । ଇକୋସିଷ୍ଟମରେ କାମ କରୁଥିବା ଲୋକଙ୍କ ସହିତ ଆଲୋଚନା ବି ହୋଇଛି ।

Advertisment

ବିଶ୍ୱରେ ଅନେକ ସ୍ମାର୍ଟଫୋନ୍ ବ୍ରାଣ୍ଡ ରହିଛି । ବହୁ କମ୍ପାନୀ ନିଜକୁ ବିଶ୍ୱବ୍ରାଣ୍ଡ ଭାବରେ ପ୍ରତିଷ୍ଠିତ କରିଛନ୍ତି । ଆମେରିକାର ଆଇଫୋନ୍ କମ୍ପାନୀ ଲୋକପ୍ରିୟ ହୋଇପାରିଛି । ସେହିପରି କୋରିଆର ସ୍ମାର୍ଟଫୋନ୍ ଏବଂ ଟିଭି ଭାରତ ବଜାରରେ ବେଶ୍ ଆଗରେ ରହିଛି ।

ଖାଲି ଏମାନେ ନୁହଁନ୍ତି, ଚୀନରେ କେତେ ଗୁଡ଼ିଏ ଫୋନ୍ କମ୍ପାନୀ ମଧ୍ୟ ନାଁ କରିସାରିଛନ୍ତି । ହେଲେ ଏବେ ଭାରତର ସ୍ମାର୍ଟଫୋନ୍ ବିଶ୍ବ ବଜାରରେ ତା’ର ସ୍ବତନ୍ତ୍ର ସ୍ଥାନ ତିଆରି କରିବାର ସମୟ ଆସିଛି ବୋଲି କହିଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ଅନ୍ୟପଟେ ଗୁଗଲର କୋ-ଫାଉଣ୍ଡର ଡେମିସ୍ ହାସାବିସ୍ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଖୁସି ବ୍ୟକ୍ତି କରିଛନ୍ତି । ସୋସିଆଲ ମିଡିଆ ଏକ୍ସ ପ୍ଲାଟଫର୍ମରେ ଅଶ୍ୱିନୀଙ୍କ ପୋଷ୍ଟକୁ ରିପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ମୁଁ ଖୁସି । AIକୁ ନେଇ ରହିଥିବା ଅନେକ ସମ୍ଭାବନାକୁ ନେଇ ଭାରତର ଆଲୋଚନା ବହୁତ ଆକର୍ଷଣୀୟ ଥିଲା ।

India Brand India Global Smartphone Ashwini Vaishnaw
Advertisment
Related Articles
Advertisment