Advertisment

Forest Department Cracks Down: ହାତୀ ମଲା ପରେ ଆକ୍ସନରେ ବନ ବିଭାଗ, ଜୋରଦାର ହେଲା ଛାନଭିନ୍

ବୋମା ଖାଇ ହାତୀ ମୃତ୍ୟୁ ପରେ ତତ୍ପର ବନ ବିଭାଗ। ଅନୁଗୁଳରେ ଜୋରଦାର ହେଲା ଛାନଭିନ୍। ଜରପଡା ରେଞ୍ଜ ଦୁର୍ଗାପୁର ଗାଁରେ ରେଡ୍। ଶିକାରରେ ବ୍ୟବହୃତ ବିପୁଳ ସାମଗ୍ରୀ ଜବତ।

author-image
Chinmayee Sahoo
Forest Department

Forest Department Photograph: (OTV)

ବୋମା ଖାଇ ହାତୀ ମଲା ପରେ ତତ୍ପର ବନ ବିଭାଗ। ଜୋରଦାର ହେଲା ଛାନଭିନ୍ । ଅନୁଗୁଳ ବନଖଣ୍ଡ ଜରପଡା ରେଞ୍ଜ ଦୁର୍ଗାପୁର ଗାଁରୁ ଶିକାରରେ ବ୍ୟବହୃତ ବିପୁଳ ସାମଗ୍ରୀ ଜବତ । ବନ ବିଭାଗର ସ୍ପେଶାଲ୍ ଟିମ୍ ଗାଁରେ ରେଡ୍ କରି  ୮ଟି ହାତ ତିଆରି ବୋମା ସହ ୨ଟି ଦେଶୀ ବନ୍ଧୁକ, ୬୨ ରାଉଣ୍ଡ ଗୁଳି, ୭ ଇଞ୍ଚ ଓ ୪ ଇଞ୍ଚର ଦୁଇଟି ସିସା ଜବତ କରିଛି । 

Advertisment

ଏହାଛଡ଼ା ୩ ଗଜବାଡ଼ି, ୫୦ ଗ୍ରାମ ପଟାସ, ଗୋଟିଏ ବାଟୁଳି, ୨ଟି ବାରହା ଫାଶ, ୧୦୦ ଗ୍ରାମ ବାରୁଦ ସହ ଶିକାର ପାଇଁ ବ୍ୟବହାର ହେଉଥିବା ଅନେକ ସାମଗ୍ରୀ ଜବତ କରିଛି ବନ ବିଭାଗ। ଏସବୁ ସାମଗ୍ରୀ ରଖିଥିବା ଦିଲ୍ଲୀପ ନାଏକଙ୍କୁ ଗିରଫ କରାଯାଇଛି। ପୂର୍ବରୁ ଏକ ବାରହା ଶିକାର କରିଥିବା ସ୍ବୀକାର କରିଛନ୍ତି ଅଭିଯୁକ୍ତ ଦିଲ୍ଲୀପ ।

ହାତୀ ମଲା ପରେ ଆକ୍ସନରେ ବନ ବିଭାଗ
ବୋମା ଖାଇ ହାତୀ ମୃତ୍ୟୁ ପରେ ତତ୍ପର ବନ ବିଭାଗ
ଅନୁଗୁଳରେ ଜୋରଦାର ହେଲା ଛାନଭିନ୍
ଜରପଡା ରେଞ୍ଜ ଦୁର୍ଗାପୁର ଗାଁରେ ରେଡ୍
ଶିକାରରେ ବ୍ୟବହୃତ ବିପୁଳ ସାମଗ୍ରୀ ଜବତ 
୮ଟି ହାତ ତିଆରି ବୋମା ସହ ୨ଟି ଦେଶୀ ବନ୍ଧୁକ, ୬୨ ରାଉଣ୍ଡ ଗୁଳି ଜବତ
୨ଟି ବାରହା ଫାଶ, ୧୦୦ ଗ୍ରାମ ବାରୁଦ ଜବତ
ଶିକାରୀ ଦିଲ୍ଲୀପ ନାଏକଙ୍କୁ ଗିରଫ କଲା ବନ ବିଭାଗ
ଏକ ବାରହାକୁ ଶିକାର କରିଥିବା ସ୍ବୀକାର କଲା ଅଭିଯୁକ୍ତ

Advertisment
Forest Department
Advertisment
Related Articles
Advertisment