Advertisment

Bundles of Cash Found: ବିଜେଡି ନେତାଙ୍କ ଘରେ ରେଡ୍, ମିଳିଲା ଆଲମାରୀ ଭର୍ତ୍ତି ଟଙ୍କା

ED ରେଡରେ ମିଳିଲା ପୁଳା ପୁଳା କ୍ୟାସ୍ । ବିଜେଡି ନେତା ହୃଷିକେଶ ପାଢୀଙ୍କ ଘରେ ରେଡ୍ । ଗଞ୍ଜାମର ବାହୁବଳୀ ବାଲି ଓ ମଦ ମାଫିଆଙ୍କ ଠିକଣାରେ ଯାଞ୍ଚ।

author-image
Chinmayee Sahoo
ED Raid

ED Raid Photograph: (OTV)

ଇଡିକୁ ମିଳିଲା ଆଲମାରୀ ଭର୍ତ୍ତି ଟଙ୍କା। ୫୦୦ ଟଙ୍କିଆ ବିଡ଼ା ବିଡ଼ା ନୋଟରେ ଭର୍ତ୍ତି ହେଇଛି ଆଲମାରୀ। କୁହାଯାଉଛି ଏହା କୋଟି କୋଟିରେ ହେଇପାରେ। ହେଲେ ଏତେ ଟଙ୍କା କାହାର? ଗତକାଲି ଗଞ୍ଜାମର ବିଜେଡି ନେତା ହୃଷିକେଶ ପାଢୀଙ୍କ ଘରେ ରେଡ୍ ହୋଇଥିଲା। 

Advertisment

ପରେ ହୃଷିକେଶଙ୍କ ସମେତ ଗଞ୍ଜାମ ଜିଲ୍ଲାର ୮ରୁ ୧୦ ବାହୁବଳୀ ବାଲି ଓ ମଦ ମାଫିଆଙ୍କ ଠିକଣାରେ ଇଡି ଘନ ଘନ ଯାଞ୍ଚ କରିଥିଲା। ଏହି ଯାଞ୍ଚରେ ମିଳିଥିବା ଆଲମାରୀ ଭର୍ତ୍ତି ଟଙ୍କା କାହାର ତାକୁ ନେଇ ତଦନ୍ତ ଚାଲିଛି। କେବଳ ଗଞ୍ଜାମ ନୁହେଁ ଭୁବନେଶ୍ବର, କଟକ ସମେତ ୨୦ ଟି ସ୍ଥାନରେ ବ୍ୟାପକ ଚଢାଉ ହୋଇଛି। ଆଉ ଏହି ଟଙ୍କା ସହ ଖୋଲିବାରେ ଲାଗିଛି ବାଲି ମାଫିଆଙ୍କ କଳା ସାମ୍ରାଜ୍ୟର ଗୁମର।

ଦୀର୍ଘ ବର୍ଷ ଧରି ଗଞ୍ଜାମ ଜିଲ୍ଲାର ଏହି ବାଲି ମାଫିଆ ମାନେ ନିଜ ବାହୁ ବଳରେ ଚଲାଇଥିଲେ ବେଆଇନ ଅର୍ଥ କାରବାର। ଋଷିକୂଲ୍ୟା, ବାହୁଦା, ବଡ଼ ନଦୀରୁ ବେଆଇନ ଭାବେ ବାଲି ଉଠାଇ କୋଟି କୋଟି ଟଙ୍କା ରାଜସ୍ବ ଫାଙ୍କୁଥିଲେ। ଏନେଇ CAG ରିପୋର୍ଟରେ ଆସିବା ପରେ ଏହି ରେଡ୍ ଇଡି କରିଥିବା ଦର୍ଶାଇଛି।

Advertisment

ଆଲମାରୀ ଭର୍ତ୍ତି ଟଙ୍କା କାହାର?
ED ରେଡରେ ମିଳିଲା ପୁଳା ପୁଳା କ୍ୟାସ୍ 
ବିଜେଡି ନେତା ହୃଷିକେଶ ପାଢୀଙ୍କ ଘରେ ରେଡ୍ 
ଗଞ୍ଜାମର ବାହୁବଳୀ ବାଲି ଓ ମଦ ମାଫିଆଙ୍କ ଠିକଣାରେ ଯାଞ୍ଚ 
କ୍ୟାସ୍ ଖୋଲିବ କଳା ସାମ୍ରାଜ୍ୟ ଗୁମର
ଦୀର୍ଘ ଦିନ ଧରି ଚଲାଇଥିଲେ ସାମ୍ରାଜ୍ୟ 
ବାହୁ ବଳରେ କରୁଥିଲେ ବାଲି କାରବାର 
ବେଆଇନ ଭାବେ ଉଠାଇ ଚାଲିଥିଲେ ବାଲି 
ଋଷିକୂଲା, ବାହୁଦା, ବଡ଼ ନଦୀରୁ ଉଠାଉଥିଲେ ବେଆଇନ ବାଲି 
କୋଟି କୋଟି ଟଙ୍କା କ୍ୟାସ୍ କାରବାର ହେଉଥିଲା 

BJD Leader ED Raid
Advertisment
Related Articles
Advertisment