/odishatv-khabar/media/media_files/2026/01/27/elephant-dead-2026-01-27-13-33-20.jpg)
Elephant Dead Photograph: (OTV)
ଜଙ୍ଗଲ ଭିତରେ ପଡିଛି ମାଈ ହାତୀର ମୃତଦେହ। ଘଟଣାସ୍ଥଳରେ ବନ ବିଭାଗ ଓ ପୋଲିସ ଟିମ୍। ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଞ୍ଜ ଅନ୍ତର୍ଗତ ଜଏତରା ସେକ୍ସନ ଯାମିଲିସର ଗାଁ ନିକଟ ଜଙ୍ଗଲରେ ପଡ଼ିଛି ହାତୀର ମୃତଦେହ।
Advertisment
ସୂଚନା ମୁତାବକ ଅନେକ ଦିନ ହେବ ହାତୀଟି ଟିଟିଲାଗଡ ରେଞ୍ଜ ପଟୁ ମୁରିବାହାଲ ରେଞ୍ଜକୁ ପ୍ରବେଶ କରିଥିଲା। ତେବେ ହାତୀଟି ରୋଗଗ୍ରସ୍ତ ଥିଲା । ଏପରିକି ହାତୀର ଚିକିତ୍ସା ପାଇଁ ବନବିଭାଗ ସବୁବେଳେ ହାତୀକୁ ଟ୍ରାକିଂ କରିବା ସହ ଏହାର ଗତି ବିଧି ଉପରେ ନଜର ରଖୁଥିଲା।
ହେଲେ ଆଜି ସକାଳୁ କିଛି ସ୍ଥାନୀୟ ଲୋକେ ଉକ୍ତ ଅଞ୍ଚଳକୁ ଯିବା ବେଳେ ହାତୀର ମୃତଦେହ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ପହଞ୍ଚି ହାତୀର ମୃତ୍ୟୁର କାରଣ ଉପରେ ତଦନ୍ତ କରୁଛି। ଶବ ବ୍ୟବେଛେଦ ପରେ ହାତୀ ମୃତ୍ୟୁର ସଠିକ କାରଣ ଜଣାପଡ଼ିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।
Advertisment
Advertisment



Related Articles
Abduction Attempt: ଜଙ୍ଗଲକୁ ଟେକି ନେଇ ଦୁଷ୍କର୍ମ! ବଞ୍ଚାଇବାକୁ ୩ କିମି ଦୌଡିଲା ବୟଫ୍ରେଣ୍ଡ
POSTED

Two Bikers Killed in Hit-and-Run Accident: ଅଜଣା ଗାଡ଼ି ଧକ୍କାରେ ୨ ବାଇକ୍ ଆରୋହୀ ମୃତ, ପାରାପୋଖରୀ ଛକରେ ଦୁର୍ଘଟଣା
POSTED

Investigation Intensifies: ଆଜି ପୋଲିସ ପକ୍ଷରୁ ଘଟଣାସ୍ଥଳରେ ହୋଇପାରେ ସିନ ରିକ୍ରିଏସନ୍, ମୃତକଙ୍କ ସମ୍ପର୍କୀୟ ଭାଇକୁ ଗିରଫ କରିଛି ପୋଲିସ
POSTED

Speeding Car Rams Truck: କାର୍କୁ ୪ କିମି ଯାଏଁ ଘୋଷାଡ଼ି ନେଲା ଟ୍ରକ୍, ୪ ମୃତ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)