Advertisment

Bangladesh Burns Again: କିଏ ଏହି ଓସ୍‌ମାନ ହାଦି ? ଯାହା ପାଇଁ ପୁଣିଥରେ ବାଂଲାଦେଶରେ ଜଳୁଛି ନିଆଁ

ପୁଣି ଜଳୁଛି ବାଂଲାଦେଶ । ଭୟଙ୍କର ସ୍ଥିତି । ସବୁଠି ପୋଡାଜଳା, ଭଙ୍ଗାରୁଜା ଆଉ ଲୁଟପାଟ । ସାମ୍ବାଦିକଙ୍କୁ ଜୀଅଁନ୍ତା ଜାଳିବାକୁ ଉଦ୍ୟମ । ରାଜଧାନୀ ଢାକାରୁ ଆରମ୍ଭ କରି ସାରା ବାଂଲାଦେଶରେ ଉଗ୍ର ରୂପ ନେଉଛି ହିଂସାତ୍ମକ ଆନ୍ଦୋଳନ ।

author-image
OTV Bureau
Bangladesh-Protests

Bangladesh-Protests Photograph: (OTV)

ପୁଣି ଜଳୁଛି ବାଂଲାଦେଶ । ଭୟଙ୍କର ସ୍ଥିତି । ସବୁଠି ପୋଡାଜଳା, ଭଙ୍ଗାରୁଜା ଆଉ ଲୁଟପାଟ । ସାମ୍ବାଦିକଙ୍କୁ ଜୀଅଁନ୍ତା ଜାଳିବାକୁ ଉଦ୍ୟମ । ରାଜଧାନୀ ଢାକାରୁ ଆରମ୍ଭ କରି ସାରା ବାଂଲାଦେଶରେ ଉଗ୍ର ରୂପ ନେଉଛି ହିଂସାତ୍ମକ ଆନ୍ଦୋଳନ । ଯୁବ ଛାତ୍ର ନେତା ସରିଫ୍‌ ଓସ୍‌ମାନ ହାଦିର ହତ୍ୟା ପରେ ତାତିଛନ୍ତି ସମର୍ଥକ । ରାସ୍ତାକୁ ଓହ୍ଲାଇ ପୋଡାଜଳା କରୁଛନ୍ତି ହଜାର ହଜାର ଲୋକେ। ଶେଖ୍ ହସିନା ଓ ଭାରତ ବିରୋଧୀ ନାରା ଦେଉଛନ୍ତି । ଉତ୍ୟକ୍ତ ଆନ୍ଦୋଳନକାରୀ, କୋଉଠି ଗଣମାଧ୍ୟମ ଅଫିସ୍‌ ଜାଳି ଦେଲେଣି ତ ଆଉ କୋଉଠି ଆୱାମୀ ଲିଗ୍‌ କାର୍ଯ୍ୟକର୍ତ୍ତାଙ୍କୁ ମାରିଦେବାକୁ ଖୋଲା ଧମକ ଦେଲେଣି ।

Advertisment

ଢାକାରେ ଥିବା ଦୁଇଟି ମୁଖ୍ୟ ଖବରକାଗଜ ଅଫିସ 'ଡେଲି ଷ୍ଟାର' ଓ 'ପ୍ରୋଥମ ଏଲୋ' କୁ ଜାଳି ଦେଇଛନ୍ତି ଆନ୍ଦୋଳନକାରୀ । ନିଆଁ ଆଁରେ ପୁରା ଅଫିସ ଜଳିଯାଇଥିବା ବେଳେ ୨୫ ଜଣ ସାମ୍ବାଦିକଙ୍କୁ ଉଦ୍ଧାର କରାଯାଇଛି । ଚିତାଗଙ୍ଗ ସ୍ଥିତ ଭାରତୀୟ ହାଇକମିଶନ ଅଫିସ ଉପରେ ପଥରମାଡ କରିଛନ୍ତି । ଅଫିସ୍ ଆଗରେ  ଭାରତ ବିରୋଧୀ ନାରା ଦେବା ସହ ସାମ୍ନାରେ ଥିବା କିଛି ପ୍ରତିଷ୍ଠାନରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି । 

ହେଲେ କିଏ ଏହି ଓସ୍‌ମାନ ହାଦି ? ଯାହା ପାଇଁ ପୁଣିଥରେ ବାଂଲାଦେଶରେ ଜଳୁଛି ନିଆଁ । କାହିଁକି ଭାରତକୁ ଟାର୍ଗେଟ କରୁଛନ୍ତି ଆନ୍ଦୋଳନକାରୀ ?

Advertisment

୩୨ ବର୍ଷୀୟ ଓସ୍‌ମାନ ହାଦି ହେଉଛି ଯୁବଛାତ୍ର ସଂଗଠନ 'ଇନକିଲାବ ମଞ୍ଚ'ର ନେତା । ଯିଏକି ଉତ୍ତର-ପୂର୍ବ ଭାରତର କିଛି ଅଂଚଳକୁ ବାଂଲାଦେଶର କହି 'ଗ୍ରେଟର ବାଂଲାଦେଶ' ବନାଇବାର ସ୍ୱପ୍ନ ଦେଖୁଥିଲା । ସବୁବେଳେ ଭାରତ ବିରୋଧରେ ବିଷ ଓଗାଳୁଥିଲା । ୨୦୨୪ରେ ଶେଖ୍‌ ହସିନାଙ୍କ ବିରୋଧରେ ହୋଇଥିବା ଆନ୍ଦୋଳନର ମୁଖ୍ୟ ଚେହେରା ଥିଲା ଓସ୍‌ମାନ ହାଦି । ତା'ର ଇନକିଲାବ ମଞ୍ଚ ଏହି ଆନ୍ଦୋଳନରୁ ହିଁ ସୃଷ୍ଟି ହୋଇଥିଲା। ଓସମାନର ମୃତ୍ୟୁକୁ ନେଇ ବାଂଲାଦେଶରେ ଜାତୀୟ ଶୋକ ଘୋଷଣା କରାଯାଇଛି ।

ଆସନ୍ତା ଫେବୃୟାରୀରେ ହେବାକୁ ଥିବା ବାଂଲାଦେଶ ନିର୍ବାଚନ ପାଇଁ ଢାକାରେ ପ୍ରଚାର କରୁଥିବା ବେଳେ ଓସମାନ ହାଦୀକୁ ଗୁଳିକରି ହତ୍ୟା କରାଯାଇଥିଲା । ଦୁଇ ଜଣ ସୁଟ୍‌ର ବାଇକ୍‌ରେ ଆସି ଗୁଳିମାଡ କରିଥିଲେ । ଏହି ହତ୍ୟାକାରୀଙ୍କ ଗିରଫ ଦାବିରେ ହିଂସାତ୍ମକ ଆନ୍ଦୋଳନ ଘଟାଉଛନ୍ତି ହାଦିର ସମର୍ଥକ । ହତ୍ୟାକାରୀମାନେ ଭାରତ ପଳାୟନ କରିଥିବାର ଅଭିଯୋଗ କରି ଭାରତୀୟ ହାଇକମିଶନ ଆଗରେ ବିକ୍ଷୋଭ କରୁଛନ୍ତି ।

Advertisment