/odishatv-khabar/media/media_files/2025/10/27/singer-hansraj-raghubanshi-2025-10-27-11-36-56.jpg)
Singer Hansraj Raghubanshi Photograph: (OTV)
ଗ୍ୟାଙ୍ଗଷ୍ଟରଙ୍କ ଟାର୍ଗେଟରେ ପ୍ରସିଦ୍ଧ ଭଜନ ଗାୟକ। ହଂସରାଜ ରଘୁବଂଶୀଙ୍କୁ ମିଳିଲା ହତ୍ୟା ଧମକ। ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ ନାଁରେ ଆସିଲା କଲ୍। ଭଜନ ଗାୟକ ହଂସରାଜ ରଘୁବଂଶୀ ଯାହାଙ୍କ ଗୀତ "ମେରା ଭୋଳା ହେ ଭଣ୍ଡାରୀ" ଜାତୀୟ ସେନ୍ସେଶନ ପାଲଟିଥିଲା, ତାଙ୍କୁ ହତ୍ୟା ଧମକ ମିଳିଛି। ଫୋନ କରିଥିବା ବ୍ୟକ୍ତି ନିଜକୁ ଲରେନ୍ସ ବିଷ୍ଣୋୟୀ ଏବଂ ଗୋଲ୍ଡି ବ୍ରାର ଗ୍ୟାଙ୍ଗର ସଦସ୍ୟ ବୋଲି ଦାବି କରି ୧୫ ଲକ୍ଷ ଟଙ୍କା ମାଗିଥିଲେ। ମୋହାଲି ପୋଲିସ ମଧ୍ୟପ୍ରଦେଶର ଜଣେ ବ୍ୟକ୍ତିଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ କରିଛି। ଅଭିଯୁକ୍ତ ପ୍ରଥମେ ହଂସରାଜଙ୍କ ପରିବାରର ବିଶ୍ୱାସ ଜିତିଥିଲେ। ତା'ପରେ ଠକେଇ ଏବଂ ଧମକର ଦେବା ଆରମ୍ଭ କରିଥିଲେ।
ପୋଲିସ ଉଜ୍ଜୟିନୀ ବାସିନ୍ଦା ରାହୁଲ କୁମାର ନାଗଡେଙ୍କ ବିରୋଧରେ ଆଇପିସିର ଧାରା 296, 351(2), 308(5) ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନର ଧାରା 67 ଅନୁଯାୟୀ ମାମଲା ରୁଜୁ କରିଛି। ଅଭିଯୋଗ ଅନୁଯାୟୀ, ରାହୁଲ ପ୍ରଥମେ ଉଜ୍ଜୟିନୀର ମହାକାଳ ମନ୍ଦିରରେ ଏକ କାର୍ଯ୍ୟକ୍ରମ ସମୟରେ ହଂସରାଜଙ୍କୁ ଭେଟିଥିଲେ। ସେବେଠାରୁ ସେ ହଂସରାଜଙ୍କ ସାନ ଭାଇ ଭାବରେ ନିଜକୁ ପରିଚୟ ଦେଇ ତାଙ୍କ ସଙ୍ଗୀତ କାର୍ଯ୍ୟକ୍ରମରେ ଯୋଗଦେବା ଆରମ୍ଭ କରିଥିଲେ। ଏବଂ ତାଙ୍କ ସହ ଏକ ଘନିଷ୍ଠ ସମ୍ପର୍କ ବୃଦ୍ଧି କରିଥିଲେ।
ସମୟ ସହିତ ରାହୁଲ ହଂସରାଜଙ୍କ ପରିବାର ଏବଂ ତାଙ୍କ ଟିମର ଯୋଗାଯୋଗ ବିବରଣୀ ହାସଲ କଲେ। ସେ "ରାହୁଲ ରଘୁବଂଶୀ" ନାମରେ ଏକ ଇନଷ୍ଟାଗ୍ରାମ ପ୍ରୋଫାଇଲ୍ ତିଆରି କରିଥିଲା ଆଉ ହଂସରାଜଙ୍କୁ ଫଲୋ କରାଇବାକୁ ବାଧ୍ୟ କରିଥିଲେ। ଆଉ ଏହି ବାହାନାରେ ସେ ପ୍ରଶଂସକ ଏବଂ ଆୟୋଜକମାନଙ୍କୁ ହଂସରାଜଙ୍କ ନାଁରେ ରାହୁଲ ଲୁଟିବା ଆରମ୍ଭ କରିଥିଲେ।
ଯେତେବେଳେ ହଂସରାଜ ଏବଂ ତାଙ୍କ ପତ୍ନୀ କୋମଲ ସକଲାନି ରାହୁଲଙ୍କ କାର୍ଯ୍ୟକଳାପ ବିଷୟରେ ଜାଣିବାକୁ ପାଇଲେ, ସେମାନେ ତାଙ୍କୁ ସୋସିଆଲ ମିଡିଆରେ ଅନଫଲୋ କରିଦେଲେ। ଏଥିରେ କ୍ରୋଧିତ ହୋଇ ରାହୁଲ ଫୋନ୍ ଏବଂ ହ୍ୱାଟ୍ସଆପ୍ ମାଧ୍ୟମରେ ହଂସରାଜ, ତାଙ୍କ ପତ୍ନୀ ଏବଂ ପରିବାରକୁ ହତ୍ୟା ଧମକ ଦେବା ଆରମ୍ଭ କଲେ। ଲରେନ୍ସ ବିଷ୍ଣୋୟୀ ଏବଂ ଗୋଲ୍ଡି ବ୍ରାର ଗ୍ୟାଙ୍ଗର ଧମକ ଦେଇ ୧୫ ଲକ୍ଷ ଦାବି କଲେ ଏବଂ ଟଙ୍କା ନ ଦେଲେ ସମଗ୍ର ପରିବାରକୁ ଶେଷ କରିଦେବାକୁ ଧମକ ଦେଲେ। ତେବେ ଅଭିଯୋଗ ପରେ ଏବେ ପୋଲିସ ଘଟଣାର ତଦନ୍ତ କରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)