Advertisment

Donald Trump: କଳାକାରଙ୍କ ସହ ତାଳରେ ତାଳ ମିଳାଇ ନାଚିଲେ ଟ୍ରମ୍ପ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ନାଚିଲେ ଆମେରିକା ରାଷ୍ଟ୍ରପତି। ପୂରା ଜୋସ୍ ଆଉ ପୂରା ହୋସ୍‌ର ସହ। କଳାକାରଙ୍କ ନାଚ ଦେଖି ଆଉ ସମ୍ଭାଳି ପାରିଲେନି। ଦୀର୍ଘ ସମୟର ବିମାନ ଯାତ୍ରା ପରେ ବି ପୂରା ସତେଜ ଦେଖା ଯାଉଥିଲେ।

author-image
Chinmayee Sahoo
Donald-Trump-Dance

Donald-Trump-Dance Photograph: (OTV)

ନାଚିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପୂରା ଜୋସ୍ ଆଉ ପୂରା ହୋସ୍‌ର ସହ। କଳାକାରଙ୍କ ନାଚ ଦେଖି ଆଉ ସମ୍ଭାଳି ପାରିଲେନି। କଳାକାରଙ୍କ ସହ ତାଳରେ ତାଳ ମିଳାଇ ନାଚିବାରେ ଲାଗିଲେ। ଟ୍ରମ୍ପଙ୍କ ଏହି ନାଚ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେଉଛି। 
ଟ୍ରମ୍ପ ବର୍ତ୍ତମାନ ପାଞ୍ଚ ଦିନିଆ ଏସିଆ ଗସ୍ତର ପ୍ରଥମ ପର୍ଯ୍ୟାୟରେ ମାଲେସିଆର ରାଜଧାନୀ କୁଆଲାଲମ୍ପୁରରେ ପହଞ୍ଚିଛନ୍ତି। ତାଙ୍କ ଗସ୍ତର ଉଦ୍ଦେଶ୍ୟ ହେଉଛି ଏସିଆରେ ଚୀନର ବଢ଼ୁଥିବା ପ୍ରଭାବ ବିରୁଦ୍ଧରେ ଆମେରିକା ପାଇଁ ଏକ ଦୃଢ଼ ସହଯୋଗୀ ସୃଷ୍ଟି କରିବା।
କୁଆଲାଲମ୍ପୁର ବିମାନବନ୍ଦରରେ ପହଞ୍ଚିବା ପରେ ସେ ଏମିତି ନାଚୁଥିବା ଦେଖାଯାଏ। ୱାଶିଂଟନରୁ ମାଲେସିଆ, ୨୩ ଘଣ୍ଟାର ବିମାନ ଯାତ୍ରା ପରେ ମଧ୍ୟ ଟ୍ରମ୍ପ ସତେଜ ଦେଖାଯାଉଥିଲେ। ବିମାନରୁ ଓହ୍ଲାଇବା ପରେ ତାଙ୍କୁ ଲାଲ କାର୍ପେଟରେ ସ୍ୱାଗତ କରାଯାଇଥିଲା। ନାଚ-ଗୀତ ସହ ବାଜିଥିଲା ଡ୍ରମ୍।
ରଙ୍ଗ-ବେରଙ୍ଗ ପୋଷାକ ପିନ୍ଧିଥିବା କଳାକାରମାନେ ମାଲେସିଆର ପ୍ରମୁଖ ସମ୍ପ୍ରଦାୟର ଥିଲେ, ଯେଉଁଥିରେ ବୋର୍ନିଓ ଆଦିବାସୀ, ମଳୟ, ଚୀନୀ ଏବଂ ଭାରତୀୟ ସାମିଲ ଥିଲେ। ଟ୍ରମ୍ପଙ୍କ ପାଇଁ ଏଭଳି ଏକ ନିଆରା ପରିବେଶ ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ସୃଷ୍ଟି କରିଥିଲେ। ସେ ମଧ୍ୟ ସଙ୍ଗୀତର ତାଳେ ତାଳେ ତାଙ୍କ ଅତିଥିଙ୍କ ସହ ନାଚିଥିବାର ଦେଖାଯାଇଥିଲା। ଏହି ସମୟରେ ଦୂତାବାସର ଅଧିକାରୀ ଏବଂ ଲୋକେମାନେ ଆମେରିକୀୟ ଏବଂ ମାଲେସିଆର ପତାକା ହଲାଉଥିଲେ ଆଉ କରତାଳି ଦେଉଥିଲେ।
ଟ୍ରମ୍ପଙ୍କ ଏହି ପାଞ୍ଚ ଦିନିଆ ଏସିଆ ଗସ୍ତ ଆମେରିକାର ସ୍ଥିତି ଏବଂ ବାଣିଜ୍ୟିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଏକ ପ୍ରୟାସ। ସେ ମାଲେସିଆରେ ଅନୁଷ୍ଠିତ ଏସିଆନ୍ ସମ୍ମିଳନୀରେ ଯୋଗଦେବେ।
ଏହା ପରେ, ଟ୍ରମ୍ପ ଟୋକିଓ ଯାଇ ନବନିର୍ବାଚିତ ଜାପାନ ପ୍ରଧାନମନ୍ତ୍ରୀ ସନାଏ ତାକାଇଚିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏଠାରୁ ସେ ଦକ୍ଷିଣ କୋରିଆର ଗ୍ୟୋଙ୍ଗଜୁରେ ଏସିଆ-ପ୍ରଶାନ୍ତ ମହାସାଗରୀୟ ଆର୍ଥିକ ସହଯୋଗ ସମ୍ମିଳନୀରେ ଯୋଗଦେବେ।

Advertisment

ଅଧିକ ଦେଖନ୍ତୁ:

American President Donald Trump
Advertisment
Related Articles
Advertisment