/odishatv-khabar/media/media_files/2026/01/16/brownsugar-2026-01-16-10-14-26.jpg)
BROWNSUGAR Photograph: (OTV)
ବାଲେଶ୍ବର ଭୋଗରାଇରୁ ୧୬ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ। ଅବକାରୀ ଟିମ୍ ଚଢାଉ କରି ଜଣେ ଯୁବକଙ୍କୁ ଗିରଫ ସହ ତାଙ୍କ ନିକଟରୁ ଜବତ କରିଛି ୧୬୫ ଗ୍ରାମର ଧଳା ଜହର। ଗତକାଲି ରାତି ପ୍ରାୟ ୧୨ ସମୟରେ ଜଣେ ଯୁବକ ବ୍ରାଉନ ସୁଗର କାରବାର କରୁଥିବା ସୂଚନା ମିଳିଥିଲା।
ଭୋଗରାଇ ବ୍ଳକ ସାନତେଘରି ଗାଁର ବିଜୟ କୁମାର ସାହୁ ପଶ୍ଚିମବଙ୍ଗରୁ ବ୍ରାଉନସୁଗର ଆଣି ଭୋଗରାଇ ବ୍ଳକ ସରସ୍ବତୀପୁର ଠାରେ ବିକ୍ରି କରୁଥିବା ସୂଚନା ପରେ ତାକୁ ଫିଲ୍ମ ଷ୍ଟାଇଲରେ ମାଡି ବସିିଥିଲେ ଉଭୟ ଜଳେଶ୍ୱର ଓ ଭୋଗରାଇ ଅବକାରୀ ଟିମ୍। ସଂପୃକ୍ତ ଯୁବକଙ୍କ ଠାରୁ ୧୬୫ ଗ୍ରାମ ବ୍ରାଉନସୁଗର ସହ ଗୋଟିଏ ବାଇକ ଓ ନଗଦ ୧୦୭୦ ଟଙ୍କା ଜବତ କରାଯାଇଛି।
ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ତେବେ ସେ ଏତେ ପରିମାଣର ବ୍ରାଉନସୁଗର କେଉଁଠୁ ଓ କେମିତି ଆଣିଲା ସେ ନେଇ ଉଭୟ ଜଳେଶ୍ୱର ଓ ଭୋଗରାଇ ଅବକାରୀ ଟିମ୍ ଘଟଣାର ତଦନ୍ତ ଜାରି ରଖିଛନ୍ତି।...
ଯୁବକଙ୍କଠାରୁ ୧୬୫ ଗ୍ରାମର ବ୍ରାଉନସୁଗର ଜବତ
ବାଲେଶ୍ବର ଭୋଗରାଇରୁ ଧଳା ଜହର ଜବତ
ଜବତ ଧଳା ଜହରର ମୂଲ୍ୟ ୧୬ ଲକ୍ଷ ଟଙ୍କାରୁ ଅଧିକ
କାଲି ରାତି ୧୨ଟା ବେଳେ ମାଡ଼ି ବସିଲା ଅବକାରୀ ଟିମ୍
ଏତେ ପରିମାଣର ବ୍ରାଉନସୁଗରକୁ ନେଇ ଚାଲଛି ଛାନଭିନ୍
Controversy Erupts After Obscene Dance Performed: ମଞ୍ଚରେ ଚାଲିଥିଲା ନିଶାଙ୍କ ନଗ୍ନ ନାଚ, ଆଉ ତଳେ ଦେଖୁଥିଲେ ଖୋଦ୍ ପୋଲିସ୍ ବାବୁ

From Waste to Wings: ବିମାନ ଚଳାଚଳ ସୁରକ୍ଷା ପାଇଁ ଆମିଷ ବର୍ଜ୍ୟ ପରିଚାଳନାକୁ ନେଇ ବିଏମସିର କଡ଼ା ନିର୍ଦ୍ଦେଶ, ନିୟମ ଉଲ୍ଲଙ୍ଘନ କଲେ ଲାଇସେନ୍ସ ରଦ୍ଦ

Unrest Peaks in Iran: ଇରାନରେ କେତେବେଳେ କିଛି ବି ଘଟିପାରେ, ଜୋରଦାର ସରକାରୀ ବିରୋଧୀ ଆନ୍ଦୋଳନ

Milk Quality Under Scanner: କେଉଁ ଦୁଗ୍ଧ ସ୍ବାସ୍ଥ୍ୟ ପାଇଁ କେତେ ଭଲ ? ରାଜଧାନୀରେ ମିଳୁଥିବା ଦୁଗ୍ଧ ମାନ ପରୀକ୍ଷଣରେ ବଡ଼ ଫରକ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)