/odishatv-khabar/media/media_files/2026/01/15/milk-2026-01-15-22-01-32.jpg)
MILK Photograph: (OTV)
ଭଲ କେଉଁଟା ? ବଜାରରେ ମିଳୁଥିବା ବ୍ରାଣ୍ଡେଡ୍ ପ୍ୟାକେଟ୍ କ୍ଷୀର ? ନା ଗଳିକନ୍ଦିରେ ବୁଲି ବୁଲି ଭ୍ୟାନ ବିକ୍ରି କରୁଥିବା ଦୁଗ୍ଧ ?
ଏସବୁ ପ୍ରଶ୍ନ ଭିତରେ ଏ ହେଉଛି ଭୁବନେଶ୍ବର ନୀଳାଦ୍ରି ବିହାର ଅଞ୍ଚଳର ଦୃଶ୍ୟ। ସକାଳ ହେଲେ ଲୋକେ କ୍ଷୀର ନେବାକୁ କେନ୍ ଧରି ଏମିତି ନିଇତି ଭ୍ୟାନ୍ ପାଖରେ ଲାଇନ୍ ଲଗାନ୍ତି। ଆଉ ସମସ୍ତଙ୍କର ସେଇ ଗୋଟିଏ ଉତ୍ତର ଏ କ୍ଷୀରରୁ ଲହୁଣୀ ଭଲ ବାହାରୁଛି।...
ତାହାଲେ ବଜାରରେ ଉପଲବଧ୍ ହେଉଥିବା ବିଭିନ୍ନ ବ୍ରାଣ୍ଡର କ୍ଷୀର ଓ ଭ୍ୟାନରେ ଆସୁଥିବା କ୍ଷୀର ମଧ୍ୟରେ ବଡ଼ ଧରଣର ଫରକ୍ କଣ ? ଜାଣିବାକୁ ଉଭୟର ମାନ ପରୀକ୍ଷା ପାଇଁ ନିଷ୍ପତ୍ତି ନେଇଥିଲୁ। ଭ୍ୟାନରୁ ମିଳୁଥିବା କ୍ଷୀର ସହ ରାଜଧାନୀ ମାର୍କେଟରେ ମିଳୁଥିବା ୪ଟି ବ୍ରାଣ୍ଡ ଯେମିତିକି ଓମଫେଡ୍, ମିଲ୍କ ମୁଁ, ପ୍ରଗତି ଓ ହେରିଟେଜ୍ ର କ୍ଷୀର ସାମ୍ପଲ ରାଜ୍ୟ ଖାଦ୍ୟ ଲାବୋରେଟାରୀକୁ ଟେଷ୍ଟିଂ ପାଇଁ ପଠାଇଥିଲୁ। FSSAI Act-2006 ଅନୁଯାୟୀ ସବୁ ବ୍ରାଣ୍ଡେଡ୍ କ୍ଷୀର ଅନୁମୋଦିତ ମାନକ ବା Prescribed Standard ଭିତରେ ରହିଛି। ହେଲେ ଖୋଲା କ୍ଷୀରରେ କମ୍ ଫ୍ୟାଟ୍ ବା ଲହୁଣୀ ଥିବାରୁ `ନିମ୍ନ ମାନ’ ଦର୍ଶା ଯାଇଛି।
ତଥ୍ୟ ଅନୁସାରେ ସାଧାରଣ କ୍ଷୀରରେ ଫ୍ୟାଟ୍ ବା ଲହୁଣୀ ପରିମାଣ 4.5% ରହିବା ନିୟମ ରହିଥିବାବେଳେ ଟୋନଡ୍ କ୍ଷୀରରେ ଏହା 3% ରହିବା ବାଧ୍ୟତାମୂଳକ। ଦେଖିବାକୁ ମିଳିଲା- ଖୋଲା କ୍ଷୀରରେ ଫ୍ୟାଟ୍ ପରିମାଣ 4.5% ଜାଗାରେ ଥିଲା 3.3%। ମାତ୍ର ବ୍ରାଣ୍ଡେଡ୍ ଟୋନଡ କ୍ଷୀରରେ ଫ୍ୟାଟ୍ ପରିମାଣ ସର୍ବନିମ୍ନ 3% ରହିବା ଜାଗାରେ 3.1%ରୁ 4.2% ପର୍ଯ୍ୟନ୍ତ ରହିଥିଲା।
କମ୍ ଫ୍ୟାଟ୍ ଯୁକ୍ତ କ୍ଷୀର ପିଇବା ଉଚିତ କି ?
ଏବେ ପ୍ରଶ୍ନ ଉଠୁଛି, ଲମ୍ବା ସମୟ ଧରି କମ୍ ଫ୍ୟାଟ୍ ଯୁକ୍ତ କ୍ଷୀର ପିଇବା ଉଚିତ କି ? ଖାଦ୍ୟ ବିଶେଷଜ୍ଞ ଓ ଡାକ୍ତରଙ୍କ ମତରେ ଶିଶୁମାନଙ୍କ ପାଇଁ ଅଧିକ ଫ୍ୟାଟ୍ ଯୁକ୍ତ କ୍ଷୀର ଭଲ, ମାତ୍ର ବୟସ୍କଙ୍କ ପାଇଁ ଫ୍ୟାଟ୍ ଯୁକ୍ତ କ୍ଷୀର ଭଲ ନୁହେଁ। କେବଳ ପାଣି ମିଶିବାରୁ ଯେ ଖୋଲା ଭ୍ୟାନ୍ କ୍ଷୀରରେ ଫ୍ୟାଟ୍ କମ ରହୁଛି ତାହା କୁହାଯାଇପାରିବ ନାହିଁ।...
ଏଣେ ଓମଫେଡର ପୂର୍ବତନ ଜିଏମ୍ଙ୍କ ମତରେ ଓମଫେଡ୍ ଭଳି ବ୍ରାଣ୍ଡେଡ୍ କମ୍ପାନୀ ମାନେ କ୍ଷୀରକୁ ପ୍ରଥମେ ଷ୍ଟାଣ୍ଡାର୍ଡାଇଜ୍ କରନ୍ତି। କ୍ଷୀରରେ 87% ପାଣି ଥିବାବେଳେ ବଳକା 13%ରେ ରହିଛି ପ୍ରାୟ 4% ଫ୍ୟାଟ୍ ଓ ଅବଶିଷ୍ଟ 9% SNF- Solids- Not-Fats ବା ଖାଦ୍ୟାସାର।
SNF ହେଉଛି କ୍ଷୀରରେ ଥିବା ପ୍ରୋଟିନ, ଲାକ୍ଟୋଜ, ମିନେରାଲ୍ସ ଓ ଭିଟାମିନ୍। ସାଧାରଣତଃ ଗାଈ କ୍ଷୀରରେ SNF କମ ଥିବାରୁ କ୍ଷୀରର ପାଉଡର ଦ୍ବାରା ତାହାକୁ ପ୍ରଥମେ ବଢ଼ା ଯାଇଥାଏ। ଟୋନଡ ମିଲକ୍ ବା ଡବଲ ଟୋନଡ୍ ମିଲ୍କ ପାଇଁ ସାଧାରଣ କ୍ଷୀରରୁ କିଛି ଫ୍ୟାଟ୍ କାଢ଼ି ନିଆଯାଏ। ଅନ୍ୟପଟରେ ବୟସ୍କ ଓ ମଧୁମେହ ଭଳି ରୋଗରେ ପୀଡ଼ିତ ଲୋକେ ଅଧିକ ଫ୍ୟାଟ୍ ଯୁକ୍ତ କ୍ଷୀର ପିଇବା ଉଚିତ ନୁହେଁ ବୋଲି କହିଛନ୍ତି ଡାକ୍ତର ।...
କ୍ଷୀରର ମାନ ଯାଞ୍ଚ ପାଇଁ ରାଜ୍ୟ ସରକାର ଫୁଡ୍ ଇନସପେକ୍ଟରମାନଙ୍କୁ ନିଯୁକ୍ତ କରିଛନ୍ତି। ବ୍ରାଣ୍ଡେଡ୍ କ୍ଷୀର ପ୍ରାୟତଃ FSSAI ଷ୍ଟାଣ୍ଡାର୍ଡ ପାଳନ କରୁଥିବାବେଳେ, ଲୋକଙ୍କ ସ୍ବାସ୍ଥ୍ୟ ଦୃଷ୍ଟିରୁ ବାହାରେ ଭ୍ୟାନ୍ ଜରିଆରେ ବିଭିନ୍ନ ଗଳିରେ ମିଳୁଥିବା କ୍ଷୀର ଉପରେ ବି ସରକାର ନଜର ରଖିବା ଉଚିତ।...
Jatra Pandal Controversy: ଯାତ୍ରା ପେଣ୍ଡାଲରେ ନଗ୍ନ ନାଚ ପାଇଁ ବନ୍ଧା ହେବେ କି ନିଶା ମହାରଣା ? ରାଜଧାନୀକୁ ଆସି ଗିରଫ ପାଇଁ ଖୋଜୁଛି ବଲାଙ୍ଗୀର ପୋଲିସ୍

Infrastructure Failure: କେଉଁଠି ପାଇପ୍ ଅଛି ତ ପାଣି ନାହିଁ, ରାଜ୍ୟରେ ମେଗା ପାନୀୟ ଜଳ ପ୍ରକଳ୍ପ ବେହାଲ ସ୍ଥିତି

Nipah Virus Scare: ପଡ଼ୋଶୀ ପଶ୍ଚିମବଙ୍ଗରେ ବଢୁଛି 'ନିପା' ସଂକ୍ରମଣ, ଆକ୍ରାନ୍ତଙ୍କ ସଂଖ୍ୟା ୫ ଛୁଇଁବା ପରେ ଓଡ଼ିଶାରେ ଛନକା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)