Advertisment

From Waste to Wings: ବିମାନ ଚଳାଚଳ ସୁରକ୍ଷା ପାଇଁ ଆମିଷ ବର୍ଜ୍ୟ ପରିଚାଳନାକୁ ନେଇ ବିଏମସିର କଡ଼ା ନିର୍ଦ୍ଦେଶ, ନିୟମ ଉଲ୍ଲଙ୍ଘନ କଲେ ଲାଇସେନ୍ସ ରଦ୍ଦ

ସମସ୍ତ ବର୍ଜ୍ୟ କେବଳ ବିଏମ୍ ସି ସଫେଇ ଗାଡ଼ିକୁ ହସ୍ତାନ୍ତର କରାଯିବ। ନିୟମ ଉଲ୍ଲଙ୍ଘନ କଲେ ଲାଇସେନ୍ସ ରଦ୍ଦ ଏବଂ ଦୋକାନ ବନ୍ଦ ଭଳି କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦିଆଯାଇଛି।

author-image
Tapan Swain
BMC

BMC Photograph: (OTV)

ବିମାନ ଚଳାଚଳ ସୁରକ୍ଷା ପାଇଁ ଆମିଷ ଓ ବର୍ଜ୍ୟ ପରିଚାଳନାକୁ ନେଇ ବିଏମସିର କଡ଼ା ନିର୍ଦ୍ଦେଶ। ନିୟମ ମାନିବାକୁ ସବୁ ବ୍ୟବସାୟିକ ପ୍ରତିଷ୍ଠାନକୁ କଡ଼ା ନିର୍ଦ୍ଦେଶ ଦେଇଛି BMC। ପ୍ରତ୍ୟେକ ପ୍ରତିଷ୍ଠାନ ଦୋକାନ ପରିସରରେ ବର୍ଜ୍ୟର ସଂରକ୍ଷଣ କରିବା ବାଧ୍ୟତାମୂଳକ ଏବଂ ବର୍ଜ୍ୟକୁ ଖୋଲା ପାତ୍ରରେ କୌଣସି ପରିସ୍ଥିତିରେ ବି ରଖିପାରିବେ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି। 

Advertisment

ସେହିଭଳି ରାସ୍ତା, ଡ୍ରେନ୍ ଓ ଖୋଲା ସ୍ଥାନରେ ଆବର୍ଜନା ପକାଇ ପାରିବେ ନାହିଁ। ସମସ୍ତ ବର୍ଜ୍ୟ କେବଳ ବିଏମ୍ ସି ସଫେଇ ଗାଡ଼ିକୁ ହସ୍ତାନ୍ତର କରାଯିବ। ନିୟମ ଉଲ୍ଲଙ୍ଘନ କଲେ ଲାଇସେନ୍ସ ରଦ୍ଦ ଏବଂ ଦୋକାନ ବନ୍ଦ ଭଳି କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦିଆଯାଇଛି। ଫେବୃଆରୀ ୧୫ ତାରିଖ ସୁଦ୍ଧା ସମସ୍ତ ଅନୁଷ୍ଠାନ ଏହି ନିର୍ଦ୍ଦେଶାବଳୀକୁ କଡାକଡି ଅନୁପାଳନ କରିବାକୁ କୁହାଯାଇଛି। 


ଆମିଷ, ବର୍ଜ୍ୟ ପରିଚାଳନା: BMCର କଡ଼ା ନିର୍ଦ୍ଦେଶ

ନିୟମ ମାନିବାକୁ ସବୁ ବ୍ୟବସାୟିକ ପ୍ରତିଷ୍ଠାନକୁ BMCର କଡ଼ା ନିର୍ଦ୍ଦେଶ
ପ୍ରତ୍ୟେକ ପ୍ରତିଷ୍ଠାନ ଦୋକାନ ପରିସରରେ ବର୍ଜ୍ୟର ସଂରକ୍ଷଣ କରିବା ବାଧ୍ୟତାମୂଳକ
ବର୍ଜ୍ୟକୁ ଖୋଲା ପାତ୍ରରେ କୌଣସି ପରିସ୍ଥିତିରେ ବି ରଖିପାରିବେ ନାହିଁ

Advertisment

ରାସ୍ତା, ଡ୍ରେନ୍ , ଖୋଲା ସ୍ଥାନରେ ଆବର୍ଜନା ପକାଇ ପାରିବେ ନାହିଁ
ସମସ୍ତ ବର୍ଜ୍ୟ କେବଳ ବିଏମ୍ ସି ସଫେଇ ଗାଡ଼ିକୁ ହସ୍ତାନ୍ତର କରାଯିବ
ନିୟମ ଉଲ୍ଲଙ୍ଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ
ଲାଇସେନ୍ସ ରଦ୍ଦ, ଦୋକାନ ବନ୍ଦ ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

Restriction BMC
Advertisment
Related Articles
Advertisment