/odishatv-khabar/media/media_files/2026/02/15/half-marathon-2026-02-15-09-28-32.jpg)
Half Marathon Photograph: (OTV)
ସମ୍ବଲପୁର ହୀରାକୁଦରେ ହୀରାକୁଦ ଇଣ୍ଟରନେସନାଲ ହାଫ୍ ମାରାଥନ୍। ପ୍ରାୟ ଦଶ ହଜାର ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଛନ୍ତି। ହୀରାକୁଦର ଲେଫ୍ଟ ଡାଇକ୍ ଟି-ପଏଣ୍ଟ ସୋନୁଟିକିରା ଛକରୁ ଏହି ମାରାଥନ୍ ଆରମ୍ଭ ହୋଇଛି । ସକାଳ ୧୦ଟା ପର୍ଯ୍ୟନ୍ତ ଏହା ଚାଲିବ।
Mahanadi Coalfields Limited ପକ୍ଷରୁ ଆୟୋଜିତ ଏହି ହାଫ୍ ମାରାଥନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମ୍ବଲପୁରର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବା ଓ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା। ମାରାଥନ୍ ଟି ଇଣ୍ଟରନେସନାଲ ଲେବୁଲରେ ଆୟୋଜିତ ହେଉଥିବା ବେଳେ ଛାତ୍ରଛାତ୍ରୀମାନେ ମଧ୍ୟ ବ୍ୟାପକ ଭାବେ ଅଂଶଗ୍ରହଣ କରିଛନ୍ତି।
ଚାରିଟି ବିଭାଗରେ ଏହି ମାରାଥନ୍ ଆୟୋଜନ ହେଉଛି ପ୍ରଥମେ ୨୧ କିଲୋମିଟର ଦୀର୍ଘ ହାଫ୍ ମାରାଥନ୍ ଆରମ୍ଭ ହୋଇଛି। ସେହିପରି ୧୦ କିଲୋମିଟର ଦୌଡ଼, ୫ କିଲୋମିଟର ଦୌଡ଼ ଏବଂ ୧.୫ କିଲୋମିଟର ଦୌଡ଼ କରାଯାଉଛି। ପ୍ରଥମଥର ପାଇଁ Hirakud Dam କୂଳକୂଳେ ଏହି ଦୀର୍ଘ ମାରାଥନ୍ ଆୟୋଜନ କରାଯାଉଛି।
Bharat Mela: ଭାରତ ମେଳା: ସମ୍ବଲପୁରୀ ନାଚରେ କମ୍ପିଲା କୁଏତ୍

India vs Pakistan T20 Clash: ମହାଶିବରାତ୍ରିରେ ମହାମୁକାବିଲା, ମୁହାଁମୁହିଁ ହେବେ ଦୁଇ ଚିର ପ୍ରତିଦ୍ୱନ୍ଦ୍ୱୀ

Maha Shivratri: ଆଜି ପବିତ୍ର ମହାଶିବରାତ୍ରି, ଚଳଚଞ୍ଚଳ ଶୈବପୀଠ

Daily Horoscope 15th February 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)