/odishatv-khabar/media/media_files/2025/11/21/falcons-journey-2025-11-21-12-51-05.jpg)
Falcons-Journey Photograph: (OTV)
ଆକାଶର ଛାତିକୁ ଚିରିଲା ଛଞ୍ଚାଣ । ୫ ଦିନରେ ଉଡ଼ିଲା ୫ ହଜାର ୪ଶହ କିଲୋମିଟର । ଦୁଃସାହସିକ ଯାତ୍ରାକୁ ରେକର୍ଡ କରୁଥିଲା ଜିପିଏସ । ସବୁ ତଥ୍ୟକୁ ଟ୍ରାକିଂ କରି ରଖୁଥିଲା WII । ‘ଏମୁର ଫାଲକନ୍’ ବା ଛଞ୍ଚାଣ ଏଭଳି ଦୁଃସାହସିକ ଯାତ୍ରା କରିଛି । ମାତ୍ର ୫ ଦିନରେ ୫ହଜାର ୪ଶହ କିଲୋମିଟର ଯାତ୍ରା କରିଛି । ତିନୋଟି ଛଞ୍ଚାଣଙ୍କ ଶରୀରରେ ଜିପିଏସ ଟ୍ୟାଗ ଲଗାଇଥିଲେ ବନ୍ୟାପ୍ରାଣୀ ବିଶେଷଜ୍ଞ । ସେମାନଙ୍କ ମଧ୍ୟରେ ଗୋଟିଏ ପୁରୁଷ ଓ ଅନ୍ୟ ଦୁଇଟି ମାଈ ଛଞ୍ଚାଣ ରହିଥିଲେ । ପୁରୁଷ ଛଞ୍ଚାଣଟିର ନାଁ ଆପାପାଙ୍ଗ ଏବଂ ଅନ୍ୟ ଦୁଇ ମାଈ ଛଞ୍ଚାଣର ନାଁ 'ଆଲଙ୍ଗ' ଓ 'ଆହୁ' ବୋଲି ରଖାଯାଇଥିଲା ।
ମଣିପୁରରୁ ଯେତେବେଳେ ଏମାନେ ଯାତ୍ରା ଆରମ୍ଭ କରିଥିଲେ ସେମାନଙ୍କ ଯାତ୍ରାର ସମ୍ପୂର୍ଣ୍ଣ ବିବରଣୀ ରଖିଥିଲା ଭାରତୀୟ ବନ୍ୟପ୍ରାଣୀ ସଂସ୍ଥା । ପରେ ଜିପିଏସରୁ ଯାହା ଜଣାପଡ଼ିଥିଲା, ଛଞ୍ଚାଣମାନେ ମଣିପୁରରୁ ଯାଇ ସୋମାଲିଆରେ ପହଞ୍ଚିଥିଲେ । ଆଉ ଏହି ତିନି ଛଞ୍ଚାଣଙ୍କ ସହ ଅନ୍ୟ ଛଞ୍ଚାଣ ମାନେ ମଧ୍ୟ ମଣିପୁର ଓ ନାଗାଲାଣ୍ଡ ଜଙ୍ଗଲରୁ ନିଜର ଉଡ଼ାଣ କରି ଆଫ୍ରିକା ଅଭିମୁଖେ ଯାଇଥିଲେ ।
ପୁରୁଷ ଛଞ୍ଚାଣ 'ଆପାପାଙ୍ଗ' ନିଜ ଯାତ୍ରାକୁ ୫ଦିନରେ ଶେଷ କରିଥିବା ବେଳେ, ପ୍ରତିଦିନ ପ୍ରାୟ ହଜାରେ କିଲୋମିଟର ଯାତ୍ରା କରିଥିବା ଜଣାପଡ଼ିଛି । 'ଆପାପାଙ୍ଗ'ର ଓଜନ ୧୫୦ ଗ୍ରାମ । ଆଉ ତା’ର ଉଡ଼ାଣ କ୍ଷମତା ବୈଜ୍ଞାନିକଙ୍କୁ ଆଶ୍ଚର୍ଯ୍ୟ କରିଛି । ସେହିପରି ଅନ୍ୟ ଦୁଇ ମାଈ ଛଞ୍ଚାଣ 'ଆଲଙ୍ଗ' ଓ 'ଆହୁ' ମଧ୍ୟ ଖୁବ୍ ଭଲ ଉଡ଼ାଣ କରିଛନ୍ତି ।
ପାର୍ କରିଗଲା ଆରବ ସାଗର
ସବୁଠାରୁ ବଡ଼ କଥା ହେଉଛି, ଜିପିଏସ ଟ୍ୟାଗ ଖଞ୍ଜା ହେବା ମାତ୍ରେ ଆପାପାଙ୍ଗ ଉଡ଼ିବା ଆରମ୍ଭ କରିଥିଲା । ମାତ୍ର ୭୬ ଘଣ୍ଟାରେ ୩ହଜାରରୁ ଅଧିକ କିଲୋମିଟର ଯାତ୍ରା କରିଥିଲା । ମଝିରେ ଆରବ ସାଗର ପଡ଼ିଥିଲେ ମଧ୍ୟ ତା’କୁ ପାର କରିବାରେ ଆପାପାଙ୍ଗ ସଫଳ ହୋଇଥିଲା । ଯାହାର ସବିଶେଷ ତଥ୍ୟ ନିଜ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ସୂଚନା ଦେଇଛନ୍ତି ଆଇଏଏସ ସୁପ୍ରିୟା ସାହୁ ।
ପ୍ରତ୍ୟେକ ବର୍ଷ ନଭେମ୍ବର ମାସରେ ଛଞ୍ଚାଣମାନେ ଋଷିଆ, ଚୀନ, କୋରିଆ ଏବଂ ଜାପାନର କିଛି ଅଞ୍ଚଳରେ ରହୁଥିବା ନିଜର ପ୍ରଜନନ ସ୍ଥାନ ଛାଡ଼ି ଦକ୍ଷିଣ ଆଫ୍ରିକା ଆଡ଼କୁ ଯାଇଥା’ନ୍ତି । ଯାତ୍ରା ସମୟରେ ବିଶେଷ କରି ଭାରତର ମଣିପୁର ଓ ନାଗାଲାଣ୍ଡରେ ଅଟକି ଯାଆନ୍ତି । କୁହାଯାଏ, ଏମାନଙ୍କୁ ଏଠାରେ ପ୍ରଚୁର ପରିମାଣର ଉଈ ଖାଇବାକୁ ମିଳେ । ଯାହାକୁ ଖାଇଲେ ସେମାନଙ୍କୁ ପ୍ରୋଟିନ ମିଳିଥାଏ ଏବଂ ଦୀର୍ଘ ରାସ୍ତା ଉଡିବା ପାଇଁ ସେମାନେ ଶକ୍ତି ପାଇଥା’ନ୍ତି ।
ଦଶ ବର୍ଷ ପୂର୍ବରୁ ମଣିପୁର, ନାଗାଲାଣ୍ଡ ଓ ଆସାମର ଅନେକ ଅଞ୍ଚଳରେ ଶୀତ ଋତୁରେ ଏହି ପକ୍ଷୀଙ୍କର ଶିକାର ହେଉଥିଲା । କନ୍ତୁ୨୦୧୩ରେ ଭାରତୀୟ ବନ୍ୟପ୍ରାଣୀ ସଂସ୍ଥା ବା WII ନାଗାଲାଣ୍ଡରେ ନିଜର ପ୍ରଥମ ଟ୍ରାକିଂ ପ୍ରୋଜେକ୍ଟ ଆରମ୍ଭ କରିବା ପରେ ଏହି ଶିକାରୀଙ୍କ ଭୟ ବଢ଼ିଛି । ଫଳରେ ଶିକାର ଆଉ ହେଉନାହିଁ ।
Daily Horoscope 21st November 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 21st November 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Jay Dholakia Returns: ଦୁଇ ମାସରେ ବଦଳିଗଲା ଭାଗ୍ୟ ! ବାପାଙ୍କ ଜନ୍ମଦିନରେ ବିଧାୟକ ଭାବେ ଶପଥ ନେଲେ ଜୟ

OSRTC Driver Dies : ଚଳନ୍ତା ବସରେ ଡ୍ରାଇଭରଙ୍କୁ ହୃଦଘାତ , ବିଜୟନଗରମରୁ ମାଲକାନଗିରି ଆସୁଥିଲା OSRTC ବସ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)